ନଭେମ୍ବର ୧ରୁ ଯୁକ୍ତ ତିନି (ୟୁଜି) ଓ ସ୍ନାତକୋତ୍ତର (ପିଜି)ର ପ୍ରଥମ ବର୍ଷ ପ୍ରଥମ ସେମିଷ୍ଟର୍‌ ପାଠପଢ଼ା ଆରମ୍ଭ

ଭୁବନେଶ୍ୱର: ଯୁକ୍ତ ତିନି (ୟୁଜି) ଓ ସ୍ନାତକୋତ୍ତର (ପିଜି)ର ପ୍ରଥମ ବର୍ଷ ପ୍ରଥମ ସେମିଷ୍ଟର୍‌ ପାଠପଢ଼ା ଆରମ୍ଭ ହେବ । ସେହିପରି ଅକ୍ଟୋବର ୩୧ ସୁଦ୍ଧା ନାମଲେଖା ପ୍ରକ୍ରିୟା ସରିବ ବୋଲି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏକାଡେମିକ୍‌ କ୍ୟାଲେଣ୍ଡର୍‌ ଜାରି କରିଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ. ରମେଶ ପୋଖରିଆଲ୍‌ ନିଶଙ୍କ କହିଛନ୍ତି । ୨୦୨୧ ମାର୍ଚ୍ଚ ୮ରୁ ୨୬ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବ ।

ତା’ ପୂର୍ବରୁ ମାର୍ଚ୍ଚ ୧ରୁ ୭ ପର୍ଯ୍ୟନ୍ତ ପ୍ରସ୍ତୁତି କରିବାକୁ ବ୍ରେକ୍‌ ଦିଆଯାଇଛି । ସେମିଷ୍ଟର୍‌ ବ୍ରେକ୍‌ ମାର୍ଚ୍ଚ ୨୭ରୁ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ହେବ । ୨୦୨୧ ଏପ୍ରିଲ ୫ରୁ ଇଭିନ୍‌ ସେମିଷ୍ଟର୍‌ ପାଇଁ କ୍ଲାସ୍‌ ହେବ । ସେହିପରି ଅଗଷ୍ଟ ୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ପୁଣି ପରୀକ୍ଷା ହେବ । ସେଥିପାଇଁ ପ୍ରସ୍ତୁତି କରିବାକୁ ଅଗଷ୍ଟ ୧ରୁ ୮ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ପ୍ରସ୍ତୁତି ବ୍ରେକ୍‌ ରହିବ । ଅଗଷ୍ଟ ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ସେମିଷ୍ଟର୍‌ ବ୍ରେକ୍‌ ରହିବ । ୨୦୨୧ ଅଗଷ୍ଟ ୩୦ରେ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ ।


ଉଲ୍ଲେଖଯୋଗ୍ୟ, କରୋନା ମହାମାରୀ ସମୟରେ ପାଠପଢ଼ା କିପରି ହେବ, ଶିକ୍ଷାବର୍ଷ କେବେ ଆରମ୍ଭ ହେବ ସେଥିପାଇଁ ୟୁଜିସି ଏକ କମିଟି ଗଠନ କରିଥିଲା । କମିଟିର ସୁପାରିସ ଅନୁସାରେ ଏହି ଏକାଡେମିକ୍‌ କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି ବୋଲି ଡ. ନିଶଙ୍କ ସୂଚନା ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ଚୀନ୍‌ ଏବଂ ପାକିସ୍ତାନକୁ ଚେତାବନୀ ଦେଲେ ଅଜିତ୍‌ ଡୋଭଲ୍‌ – ଏ ହେଉଛି ନୂଆ ଭାରତ, ଯେଉଁଠାରେ ବିପଦ ସେହିଠାରେ କରିବୁ ମୁକାବିଲା

ଚୀନ୍‌ର ଚିନ୍ତା, ଶକ୍ତିଶାଳୀ ହେଉଛି ଭାରତ- ଆମେରିକା କହିଲା ଏବେ ମିଳିମିଶି କାମ କରିବାର ସମୟ,

ମିଛ ବା ସେଲ୍ କଂମ୍ପାନୀ ଜରିଆରେ କୋଟି କୋଟି ଟଙ୍କାର ବେଆଇନ୍‌ କାରବାର, ବାହାମାସ୍ ପେପର ସ୍କାମ୍‌ରେ ଜୟ ପଣ୍ଡା ଓ ପତ୍ନୀ ଜଗୀ ମଙ୍ଗତ ପଣ୍ଡାଙ୍କ କମ୍ପାନୀର ସମ୍ପୃକ୍ତି ଅଭିଯୋଗ

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବଡ଼ ବୟାନ, ସମସ୍ତଙ୍କୁ ନିଃଶୁଳ୍କରେ ମିଳିବ କରୋନା ଟିକା

ମହିଳାଙ୍କୁ ଦେଖି ପ୍ୟାଣ୍ଟ ଖୋଲି – ଖରାପ କାମ କରିଥିବା ପୁଲିସ ଅଧିକାରୀ ଦିଲ୍ଲୀରୁ ଗିରଫ

ବ୍ଲାକରୋଜ ଜାହାଜରେ ପିଟିହୋଇ ବୁଡିଗଲା ମାଛଧରା ଟ୍ରଲର: ୫ ଜଣ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ