୨୦୨୧ ଦୀପାବଳିରେ ରିଲିଜ୍‌ ହେବ ‘ପଠାନ୍‌’!

ମୁମ୍ବାଇ ୩୧/୧୦: ଅଭିନେତା ଶାହରୁଖ୍‌ ଖାନ୍‌ଙ୍କୁ ଆଗକୁ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟ ‘ପଠାନ୍‌’ରେ ଦେଖିବାକୁ ମିଳିବ ବୋଲି ନିକଟରେ ଖବର ସାମ୍ନାକୁ ଆସିଥିଲା । ସେଥିରେ ଶାହରୁଖ୍‌ଙ୍କ ବ୍ୟତୀତ ଦୀପିକା ପାଦୁକୋନ୍‌ ଓ ଜନ୍‌ ଆବ୍ରାହମ୍‌ ନଜର ଆସିବେ।

ସଦ୍ୟତମ ଖବର ଅନୁସାରେ ଏହି ଆକ୍ସନ୍‌ ଡ୍ରାମା ଫିଲ୍ମଟି ଆସନ୍ତାବର୍ଷ ଦୀପାବଳିରେ ରିଲିଜ୍‌ ହୋଇପାରେ । ଏ ସମ୍ପର୍କରେ ଜଣେ ଘନିଷ୍ଠ ବ୍ୟକ୍ତି କହିଛନ୍ତି, ‘ଶାହରୁଖ୍‌, ୟଶରାଜ ଫିଲ୍ମସର ଅଧିକାଂଶ ପ୍ରୋଜେକ୍ଟ ଦୀପାବଳି ସମୟରେ ମୁକ୍ତିଲାଭ କରିଥାଏ । ତେଣୁ ‘ପଠାନ୍‌’କୁ ମଧ୍ୟ ଆସନ୍ତାବର୍ଷ ଦୀପାବଳିରେ ରିଲିଜ୍‌ କରିବା ଲାଗି ଯୋଜନା ରହିଛି। ଏହାର ସୁଟିଂ ନଭେମ୍ବର ମାସରୁ ମୁମ୍ବାଇରେ ଆରମ୍ଭ ହେବ । ପ୍ରଥମେ ଶାହରୁଖ୍‌, ପରେ ଅନ୍ୟ କଳାକାରମାନେ ସୁଟିଂରେ ଭାଗନେବେ ।’ ଶାହରୁଖ୍‌ଙ୍କୁ ଶେଷଥର ପାଇଁ ‘ଜିରୋ’ରେ ଦେଖିବାକୁ ମିଳିଥିଲା ।

   ସମ୍ବନ୍ଧିତ ଖବର


ମହାଭାରତର ‘ବସ୍ତ୍ର ହରଣ’ ଦୃଶ୍ୟ ପରେ ଅଧଘଣ୍ଟା ଭୋଭୋ ହୋଇ କାନ୍ଦିଥିଲେ ଦ୍ରୌପଦୀ, ଦୁଃଶାସନଙ୍କ ସହ ହୋଇନଥିଲେ କଥା, ସୁଟିଂ ସେଟରେ ରୁପା ଗାଙ୍ଗୁଲିଙ୍କ ସହ ହୋଇଥିଲା କ’ଣ ?

ସଫଳତାର ଶୀର୍ଷରେ ସ୍ବାତୀ

ଜାନ୍‌ଙ୍କୁ ଆକ୍ଷେପ କଲେ ବାପା କୁମାର ସାନୁ, କହିଲେ, ‘ସେ ତାଙ୍କ ନାଁରୁ ମୋ ନାଁକୁ ବାଦ୍ ଦେଇ ନିଜ ମା’ଙ୍କ ନାଁ ଯୋଡ଼ିବା ଉଚିତ୍’

ବାପାଙ୍କ ଫିଟନେସ୍‌ କୋଚ୍‌ଙ୍କ ପ୍ରେମରେ ଉବୁଡୁବୁ ହେଉଛନ୍ତି ଝିଅ ଇରା ଖାନ୍‌, ଇଂଷ୍ଟାରେ ସେୟାର କଲେ ଏମିତି ଫଟୋ…

ହଟ୍ ଅନ୍ଦାଜରେ ନଜର ଆସିଲେ ମୋନାଲିସା, ଫଟୋ ଭାଇରାଲ

କ୍ୟାନସର ସହ ଲଢେଇରେ ହାରିଗଲେ ତାମିଲ ଅଭିନେତା ଥବାସୀ, ଚିକିତ୍ସା ପାଇଁ ଅର୍ଥ ସାଜିଲା ବାଧକ