ରୋଗୀଙ୍କ ପାଇଁ ସୁରକ୍ଷିତ ନୁହେଁ ହସ୍ପିଟାଲ ICU ; ଭେଣ୍ଟିଲେଟରରେ ଥାଇବି ଦୁଷ୍କର୍ମର ଶିକାର ହେଲେ ଯୁବତୀ…

ଗୁରୁଗ୍ରାମ: ରୋଗୀଙ୍କ ପାଇଁ ସୁରକ୍ଷିତ ନୁହେଁ ହସ୍ପିଟାଲର ଆଇସିୟୁ ବେଡ । ଭେଣ୍ଟିଲେଟରରେ ଥାଇ ବି ଦୁଷ୍କର୍ମର ଶୀକାର ହେଲେ ଜଣେ ଯୁବତୀ । ଏମିତି ଅଭିଯୋଗ ଆସିଛି ହରିୟାଣାର ଫୋର୍ଟିସ ହସପିଟାଲ ଉପରେ । ଜଣେ ଯୁବତୀ ଏମିତି ଅଭିଯୋଗ ଆଣିଛନ୍ତି । ହସପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କ ସହ ଦୁଷ୍କର୍ମ କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।

ଯୁବତୀଙ୍କ ଅଭିଯୋଗ ମୁତାବକ ସେ ଯେତେବେଳେ ଆଇସିୟୁର ଭେଣ୍ଟିଲେଟରରେ ଥିଲେ ତାଙ୍କ ସହ ଦୁଷ୍କର୍ମ ହୋଇଛି । ସେତେବେଳେ ସେ ସମ୍ପୂର୍ଣ୍ଣ ଭାବେ ବେହୋସ ନଥିଲେ । ପୀଡିତା ଜଣକ ବେହୋସ ଥିବା ଜାଣି ଅଭିଯୁକ୍ତ ତାଙ୍କ ସହ ଦୁଷ୍କର୍ମ କରିଥିଲା । ଅଭିଯୁକ୍ତର ନାଁ ବିକାଶ ବୋଲି ଯୁବତୀ କହିଛନ୍ତି । ଏହାପରେ ପୋଲିସ ହସପିଟାଲର ସିସିଟିଭିକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ।

ପୋଲିସରେ ରୁଜୁ ହୋଇଥିବା ମାମଲା ମୁତାବକ ଅକ୍ଟୋବର ୨୧ରେ ୨୧ ବର୍ଷୀୟା ଏହି ଯୁବତୀଙ୍କୁ ହସପିଟାଲରେ ଭର୍ତି୍ କରାଯାଇଥିଲା । ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାର ୬ ଦିନ ପରେ ଯେତେବେଳେ ଯୁବତୀଙ୍କ ହୋସ ଆସିଲା ସେ ସବୁ କଥା ତାଙ୍କ ବାପାଙ୍କୁ କହିଥିଲେ । ୬ ଦିନ ଭିତରେ ତାଙ୍କ ସହ ବହୁବାର ଦୁଷ୍କର୍ମ ହୋଇଥିବା ସେ କହିଛନ୍ତି ।

   ସମ୍ବନ୍ଧିତ ଖବର


ଦେଶର ସୀମାରେ ବଡ଼ ବିପଦ, ଆତଙ୍କବାଦୀଙ୍କ ଅନୁପ୍ରବେଶ ଚେଷ୍ଟା ଜାରି – ସେନା ମୁଖ୍ୟ

କରୋନା ଟିକା ଆସିବାର ତିନିରୁ ୪ ସପ୍ତାହ ମଧ୍ୟରେ ସମସ୍ତଙ୍କୁ ଟିକା ଦେବେ ଏହି ରାଜ୍ୟର ସରକାର

ଅପମିଶ୍ରିତ ନକଲି ଘିଅ କାରଖାନା ଉପରେ ପୁଲିସର ଚଢ଼ାଉ, ମାଲିକ ଛୁ

ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ଶୋଇଥିବା ନିରୀହ ପୁଅର ତଣ୍ଟି ଚିପି ଦେଲା ନିଷ୍ଠୁର ପିତା –ପତ୍ନୀଙ୍କୁ କହିଲା ,ଏବେ ସେ ସବୁଦିନ ପାଇଁ ନିରାପଦ !

ଅଷ୍ଟ୍ରେଲିଆ ଉପରେ ଚୀନ୍‌ର ରାଗ- ଆମଦୀନୀ ହେଉଥିବା ମଦ ଉପରେ ବସାଇଲା ଦୁଇ ଶହ ପ୍ରତିଶତ ଟ୍ୟାକ୍ସ