ବିମାନର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାହୁଲ ଫେରିଗଲେ ଦିଲ୍ଲୀ, ବାଲେଶ୍ବର ସଭାରେ ଦେଇପାରିଲେନି ଯୋଗ

ଭୁବନେଶ୍ବର ୨୬।୪: ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିର୍ବାଚନୀ ପ୍ରଚାର ସଭା ବାଲେଶ୍ବରଠାରେ ଦିନ ୨ଟା ସମୟରେ ହେବାର ଥିଲା। ତେବେ ଏହି ସଭା ନେଇ ଅନିଶ୍ଚିତତା ଦେଖାଦେଇଛି। ରାହୁଲ ଗାନ୍ଧୀ ଆସୁଥିବା ବିମାନର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ତାଙ୍କୁ ପୁଣି ଦିଲ୍ଲୀ ଫେରିବାକୁ ପଡ଼ିଛି।

ରାହୁଲ ଗାନ୍ଧୀ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି ଯେ, ନିର୍ବାଚନ ପ୍ରଚାର ପାଇଁ ପାଟନା ଯିବା ସମୟରେ ବିମାନ ଇଞ୍ଜନରେ ଯାନ୍ତ୍ରିକ ସମସ୍ୟା ଦେଖାଦେଇଥିଲା। ଏଥିପାଇଁ ତାଙ୍କୁ ପୁଣି ଦିଳ୍ଲୀ ଫେରିଯିବାକୁ ପଡ଼ିଛି। ସେ କହିଛନ୍ତି ଯେ, ଆଜି ବିହାରର ସମସ୍ତିପୁର, ଓଡ଼ିଶାର ବାଲେଶ୍ବର, ମହାରାଷ୍ଟ୍ରର ସଙ୍ଗମନେର ହେବାକୁ ଥିବା ସଭା କାର୍ଯ୍ୟକ୍ରମ ବିଳମ୍ବ ହେବ ବୋଲି ଜଣାଇବା ସହ ଏଥିନିମନ୍ତେ ସେ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି। ଏହା ସହିତ ବିମାନ ସହ ଜଡ଼ିତ ଏକ ଭିଡ଼ିଓ ମଧ୍ୟ ସେୟାର କରିଛନ୍ତି।

ସୂଚନାଯୋଗ୍ୟ ଯେ, ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ଥିବା ବାଲେଶ୍ବର ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଚାର ପାଇଁ ରାହୁଲ ଆଜି ଆସିବାର ଥିଲା।  

   ସମ୍ବନ୍ଧିତ ଖବର


ବୈଜ୍ଞାନିକଙ୍କୁ ମିଳିଲା ବଡ଼ ସଫଳତା: ଗ୍ରହାଣୁ ଧକ୍କାକୁ ଅନୁକରଣ କରି କିଛି ମିନିଟ୍‌ ମଧ୍ୟରେ ପ୍ରୟୋଗଶାଳାରେ ବିକଶିତ କଲେ ହୀରା

ବିପତ୍ତି ଆଣିଦେଲା ସୁଯୋଗ, ଏହି କାରିଗର ଆରମ୍ଭ କରିଦେଲେ ସୁନା-ରୁପାର ମାସ୍କ

ଆତ୍ମହତ୍ୟା ଉଦ୍ୟମ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି…

ଓଲା, ଉବର ପାଇଁ ନୂଆ ଗାଇଡ୍‌ଲାଇନ ଜାରି: କ୍ୟାବ୍‌ ଡ୍ରାଇଭର ପାଇବେ ୮୦% ଭଡ଼ା, ମୋଟ ଭଡ଼ାର ୨୦% ରଖିପାରିବେ ଆଗ୍ରିଗେଟର

ବଢିଲା ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ସମ୍ଭାବନା, ଇରାନ ପରମାଣୁ ବୈଜ୍ଞାନିକଙ୍କ ହତ୍ୟାକୁ ନେଇ ବଢୁଛି ବିବାଦ…

ବମ୍ବେ ହାଇକୋର୍ଟରେ କଙ୍ଗନାଙ୍କୁ ସଫଳତା ପରେ ବିଏମସି ମେୟର ଦେଲେ ବିବାଦୀୟ ମନ୍ତବ୍ୟ, କହିଲେ ଅଭିନେତ୍ରୀ “ଦୁଇ ଟଙ୍କାର ଲୋକ”…