କରୋନାରେ ଆଇପିଏସ୍ ବିନୋଦ କୁମାରଙ୍କ ମୃତ୍ୟୁ, ପୂର୍ଣ୍ଣିଆର ଥିଲେ ଆଇଜି

ପାଟନା,୧୮।୧୦: କରୋନା ମହାମାରୀ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକଙ୍କର ଜୀବନ ନେଉଛି। ଗରିବ ହେଉ କିମ୍ବା ଧନୀ କାହାରିକୁ ଛାଡୁନି। ନେତା-ମନ୍ତ୍ରୀଙ୍କଠାରୁ ସାଧାରଣ ଲୋକ ସମସ୍ତେ କରୋନା କବଳରେ। କରୋନା ସମ୍ପର୍କରେ ବିହାରରୁ ଆସିଛି ବଡର ଖବର, ଯେଉଁଠି ରାଜ୍ୟର ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ କରୋନାରେ ମୃତ୍ୟୁ ହୋଇଛି। ବିହାର କ୍ୟାଡରର ଆଇପିଏସ୍ ଅଧିକାରୀ ଓ ପୂର୍ଣ୍ଣିଆ ରେଞ୍ଜର ଆଇଜି ବିନୋଦ କୁମାର କରୋନାରେ ପୀଡିତ ହେବା ପରେ ଗତ ୪ ଦିନ ଧରି ପାଟନାର ଏମ୍ସରେ ଭର୍ତ୍ତି ଥିଲେ, ଯେଉଁଠି ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଛି। ବିନୋଦ କୁମାରଙ୍କ ମୃତ୍ୟୁ ଶନିବାର ରାତି ୧୧ଟାରେ ହୋଇଛି।

୫୯ ବର୍ଷୀୟ ବିନୋଦ ସିଂ ଡାଇବେଟିସରେ ପୀଡିତ ଥିଲେ। ତାଙ୍କ ମୃତ୍ୟୁର ସୂଚନା ଏମ୍ସର ଅଧୀକ୍ଷକ ଡକ୍ଟର ସିଏମ୍ ସିଂ ଦେଇଛନ୍ତି। ବିହାର ସରକାରଙ୍କ ଏହି ପୋଲିସ ଅଧିକାରୀଙ୍କ ମୃତ୍ୟୁର ଖବର ପୋଲିସ ବିଭାଗରେ ଶୋକର ଲହର ସୃଷ୍ଟି କରିଛି। ବିନୋଦ ପୂର୍ଣ୍ଣିୟାର ପ୍ରଥମ ଆଇଜି ହୋଇଥିଲେ। ଏହା ପୂର୍ବରୁ ପୂର୍ଣ୍ଣିଆରେ ଡିଆଇଜି ରହୁଥିଲେ। ଆଇଜି ବିନୋଦ କୁମାର ୨୦୦୧ ବ୍ୟାଚର ଆଇପିଏସ୍ ଅଫିସର ଥିଲେ। ସେ ନାଳନ୍ଦା ଜିଲ୍ଲାର ବିହାର ଶରିଫରେ ରହୁଥିଲେ। ୧୫ ଅଗଷ୍ଟ ୨୦୧୯ରେ ପୂର୍ଣ୍ଣିୟାରେ ଦାୟିତ୍ବ ଗ୍ରହଣ କରିଥିଲେ। ଏହା ପୂର୍ବରୁ ସେ ଭାଗଲପୁରରେ ଆଇଜି ଥିଲେ।  ଆଇଜି ବିନୋଦ କୁମାର ପୂର୍ବରୁ, ବିହାର ସରକାରଙ୍କ ଜଣେ ମନ୍ତ୍ରୀଙ୍କର ମଧ୍ୟ କରୋନାରେ ମୃତ୍ୟୁ ହୋଇଥିଲା। ଶୁକ୍ରବାର ସକାଳେ ବିହାରରେ ନୀତିଶ ସରକାରଙ୍କ ପଞ୍ଚାୟତି ରାଷ୍ଟ୍ରମନ୍ତ୍ରୀ କପିଲ ଦେବ କାମତଙ୍କ ପରଲୋକ ହୋଇଥିଲା। ମଧୁବନୀର ବାବୁବରହିରୁ ବିଧାୟକ ଥିବା କାମତ କରୋନାରେ ପୀଡିତ ଥିଲେ ଓ କିଛି ଦିନ ପର୍ଯ୍ୟନ୍ତ ଗମ୍ଭୀର ସ୍ଥିତିରେ ହସ୍ପିଟାଲରେ ଭର୍ତ୍ତି ଥିଲେ।

   ସମ୍ବନ୍ଧିତ ଖବର


ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଆଇଫୋନ୍‌ ୟୁଜର୍ସଙ୍କୁ ଝଟକା, ଆପ୍ସ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

ଓଟିଭିର ଆଉ ଏକ ଜମି କେଳେଙ୍କାରୀ, ରାଜଧାନୀରେ ମାଡ଼ି ବସିଛି ୧୨ ହଜାର ବର୍ଗଫୁଟରୁ ଅଧିକ ଜାଗା

ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା

ଶୋକରେ ବି ଫାର୍ସ: ବାପାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପୂର୍ବରୁ ଚିରାଗ ପାଶଓ୍ବାନଙ୍କ ରିହର୍ସଲ, ଭିଡିଓ ଭାଇରାଲ

ପ୍ରିନ୍ସପାଲଙ୍କ ବିରୁଦ୍ଧରେ ଏମିତି ଅଭିଯୋଗ ଆଣିଲେ ମହିଳା ପ୍ରଫେସର, କହିଲେ ‘କ୍ୟାମେରାରେ ଜୁମ୍ କରି ଦେଖନ୍ତି…’