କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଯାଞ୍ଚ ନ କରିବା ପଡ଼ିଲା ମହଙ୍ଗା, ୩ ପୁଲିସ କର୍ମଚାରୀ ନିଲମ୍ବିତ

ପାଟନା ୯।୯: ନୂଆ ମୋଟର ଯାନ ସଂଶୋଧିତ ଆଇନ ଆସିବା ପରେ ଦେଶବ୍ୟାପୀ ଏହାକୁ କଡ଼ାକଡ଼ି ଲାଗୁ କରାଯାଇଛି। ତେବେ ଅନେକ ସ୍ଥାନରେ ସରକାରୀ ଅଧିକାରୀ, ପୁଲିସ ଏବଂ ନେତା ଓ ମନ୍ତ୍ରୀଙ୍କ ଗାଡ଼ି ଯାଞ୍ଚ କରାଯାଉ ନ ଥିବା ଲୋକେ ଅଭିଯୋଗ କରୁଛନ୍ତି। ଯାହାର ଉଦାହରଣ ଦେଖିବାକୁ ମିଳିଛି ବିହାରର ପାଟନାରେ।

ଏମିତି କି ମନ୍ତ୍ରୀ କିମ୍ବା ବଡ଼ ବଡ଼ ନେତାଙ୍କ ପୁଅର ଗାଡ଼ିକୁ ବି ଯାଞ୍ଚ କରି ଚାଲାଣ କାଟିବାକୁ ପୁଲିସ କର୍ମଚାରୀ ସାହସ କରୁନାହାନ୍ତି। ମିଳିଥିବା ସୂଚନାନୁସାରେ, କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ଵିନୀ କୁମାର ଚୌବେଙ୍କ ପୁଅ ଅର୍ଜିତ ଚୌବେ ଯେଉଁ ଗାଡ଼ି ଚଲାଉଥିଲେ ସେହି ଗାଡ଼ିରେ ମନ୍ତ୍ରୀଙ୍କ ପରିବାର ଲୋକ ଓ ଅନ୍ୟ ସଦସ୍ୟ ବସି ଯାତ୍ରା କରୁଥିଲେ। ଏହି ଗାଡ଼ିରେ କଳା କାଚ ଲାଗିବା ସହିତ ନୂଆ ନିୟମକୁ ଉଲଂଘନ କରିଥିଲେ। ପାଟନା କମିସନର ଆନନ୍ଦ କିଶୋର ଏବଂ ଟ୍ରାଫିକ ଏସପି ଡି.ଅମରକେଶ ଏହି ନୂଆ ନିୟମକୁ ନଜର ଅନ୍ଦାଜ କରିଥିଲେ।  ତେବେ ଗାଡ଼ି ଯାଞ୍ଚ ନ କରିବା ୩ ପୁଲିସ କର୍ମଚାରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ଚୌବେଙ୍କ ଗାଡ଼ି ବୋଲି ରୋଡ୍‌ ସ୍ଥିତ ବିହାର ମ୍ୟୁଜିୟମ ନିକଟ ରାସ୍ତା ଦେଇ ଯାଉଥିବାବେଳେ ତାହାକୁ ଯାଞ୍ଚ ନ କରି ଛାଡ଼ି ଦିଆଯାଇଥିଲା। କଥାଟି ସାମ୍ନାକୁ ଆସିବା ପରେ ୩ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି।

ପୁଲିସ ପକ୍ଷରୁ ବେଲି ରୋଡ୍‌ସ୍ଥିତ ବିହାର ମ୍ୟୁଜିୟମ ନିକଟରେ ଗାଡ଼ିମୋଟର ଯାଞ୍ଚ କରାଯାଉଥିଲା। କିନ୍ତୁ କେହି ଯାଞ୍ଚ ପାଇଁ ସେହି ଗାଡ଼ି ନିକଟକୁ ଯାଇ ନ ଥିଲେ। ଫଳରେ ଅର୍ଜିତ ବିନା ଯାଞ୍ଚରେ ଗାଡ଼ିକୁ ନେଇ ପଳାଇଥିଲେ। ଜରିମାନା ଆଦାୟ କରିବାରେ ଅବହେଳା କରିବାରୁ ୩ ପୁଲିସ କର୍ମଚାରୀ ଦେବପାଲ ପାସୱାନ, ଦିଲୀପ ଚନ୍ଦ୍ର ସିଂହ ଏବଂ ପପୁ କୁମାରଙ୍କୁ ନିଲମ୍ବନ କରିବାକୁ ଟ୍ରାଫିକ ଏସପିଙ୍କୁ ନିର୍ଦେଶ ଦିଆଯାଇଛି ବୋଲି ସୂଚନା ମିଳିଛି।

   ସମ୍ବନ୍ଧିତ ଖବର


୧ ବର୍ଷର ଆଲୋଚନା ପରେ ଡିଲ୍‌ ଫାଇନାଲ, ମୁକେଶ ଅମ୍ବାନୀଙ୍କୁ ମିଳିବ ୧ ଆରବ ଡଲାରର ଚେକ୍‌

ହ୍ୱାଟସ୍‌ଆପ୍‌ରେ ଗହଣା ପିନ୍ଧି ଡିପି ରଖିଥିଲା ମାଆ- ଧରା ହେଲା ଡକାୟତ ପୁଅ

ଭାରତୀୟ ନୌସେନାର ଶକ୍ତିଶାଳୀ ମିଶାଇଲ, ଗଭୀର ସମୁଦ୍ରରେ ବି ଶତ୍ରୁର ଜାହାଜକୁ ଲକ୍ଷ୍ୟଭେଦ କରି ଓଲଟାଇଦେବ…

ପ୍ରଧାନମନ୍ତ୍ରୀ ମୋଦି ଶୁଭାରମ୍ଭ କଲେ ଭାରତର ପ୍ରଥମ ସି-ପ୍ଲେନ୍ ସେବା, ଜାଣନ୍ତୁ ଏହାର ବିଶେଷ୍ବତ

ବିଶେଷଜ୍ଞ ମତ: ପଶୁପକ୍ଷୀଙ୍କ ଦେହରେ ରହିଛି ୮,୫୦,୦୦୦ ମାରାତ୍ମକ ଭାଇରସ, ଏଗୁଡିକ ମଣିଷ ଦେହରେ ପ୍ରବେଶ କରିପାରନ୍ତି

ଅଦଭୁତ ମଣିଷ; ପାଖରେ ଗୁଟ୍‌ଖା ନଥିବାରୁ ଚେନ୍‌ ଟାଣି ଟ୍ରେନ୍ ଆଟକାଇଦେଲା ଯାତ୍ରୀ, ଆରପିଏଫ କାଟିଲା ଚାଲାଣ…