ପତ୍ନୀକୁ ଠେଙ୍ଗାରେ ପିଟି ହତ୍ୟା

କାମାକ୍ଷାନଗର ୨୩/୧୦: ପତ୍ନୀର ଚରିତ୍ରକୁ ସନ୍ଦେହ କରି ବୀଭତ୍ସ ଭାବେ ହତ୍ୟା କରି ଫେରାର ହୋଇଯାଇଛି ସ୍ୱାମୀ । ଏକ ବାଉଁଶ ଠେଙ୍ଗାରେ ପିଟିବାରୁ ଘର ବାରଣ୍ଡାରେ ପତ୍ନୀର ମୃତ୍ୟୁ ଘଟିଛି । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବଳରାମପୁର ରାଗଡା ସାହିରେ ଘଟିଛି ଏପରି ଅଭାବନୀୟ ଘଟଣା । ମୃତକ ହେଲେ ଶିବାନୀ ପ୍ରଧାନ । ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରି ତଦନ୍ତ କରୁଛି । ରକ୍ତ ଜୁଡୁବୁଡୁ  ଶିବାନୀଙ୍କ ମୃତଦେହକୁ ପୁଲିସ ଘର ଡାଇନିଂ ଘରୁ ଜବତ କରିଛି । ତେବେ  ଅଭିଯୁକ୍ତ ସ୍ୱାମୀ ଦିଲୀପ ପ୍ରଧାନ ଫେରାର ଅଛି ।