ଏବେ ଘରେ କୁକୁର ପାଳିଲେ ନେବାକୁ ହେବ ଲାଇସେନ୍ସ,ନହେଲେ ଲାଗିବ ଜରିମନା

ନୂଆଦିଲ୍ଲୀ,୧୪।୯: ପଶୁମାନଙ୍କ ଭିତରେ କୁକୁର ସବୁଠାରୁ ବିଶ୍ବସ୍ତ ବୋଲି କୁହାଯାଏ ଓ ସାଧାରଣତଃ ଭାବରେ ଆମେ ଘରେ ପାଳିତ ପଶୁ ଭାବରେ ଏହାକୁ ପାଳନ କରିଥାଉ। କିନ୍ତୁ ଆପଣଙ୍କୁ ଜଣାଅଛି କି ଆପଣଙ୍କୁ କୁକୁର ପାଳନ କରିବା ପାଇଁ ଲାଇସେନ୍ସ ନେବା ଦରକାର ହେବ। ହଁ ଆଜ୍ଞା କାର କିମ୍ବା ବାଇକ୍ ଚଳାଇବା ପାଇଁ ଆପଣଙ୍କୁ ଲାଇସେନ୍ସର ଯେପରି ଦରକାର ହୋଇଥାଏ, ସେମିତି ଏବେ କୁକୁର ପାଳନ କରିବା ପାଇଁ ମଧ୍ୟ ନଗର ନିଗମ ପକ୍ଷରୁ ଲାଇସେନ୍ସର ନେବାକୁ ହେବ।

କୁକୁର ପାଳନ କରିବା ପାଇଁ ଲାଇସେନ୍ସ  ନେବାର ଏହି ନିର୍ଦେଶ ଦିଲ୍ଲୀକୁ  ଲାଗିଥିବା ୟୁପିର ଗାଜିୟାବାଦରେ ଶୁଣିବାକୁ ମିଳିଛି। ଏବେ ସେଠାରେ କୁକୁର ପାଳନ କରିବା ପାଇଁ ନଗର ନିଗମକୁ ଫି’ ନେଇ ଲାଇସେନ୍ସ ନେବାକୁ ହେବ। କୁକୁର ପାଳନ ପାଇଁ ମିଳୁଥିବା ଲାଇସେନ୍ସ ଜାରି କରାଯିବ। ଏହି ଲାଇସେନ୍ସ ଥିଲେ ଆପଣ ଘରେ ପସନ୍ଦଯୋଗ୍ୟ ପଶୁ ପାଳନ କରି ପାରିବେ।

କେବଳ ସେତିକି ନୁହେଁ ଲାଇସେନ୍ସ ନେବାପରେ ଆପଣଙ୍କ କୁକୁର ରାସ୍ତା କିମ୍ବା ପାର୍କରେ ମଇଳା ସୃଷ୍ଟି କରୁଥିବା ବେଳେ ତା’ର ମାଲିକ ଉପରେ ୫୦୦ ଟଙ୍କାର ଜରିମନା ଲଗାଯିବ ଓ ନଦେବା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଉଲ୍ଲେଖନୀୟ ଯେ, ମୋଟର ଭେଇକିଲ ଆକ୍ଟରେ ପରିବର୍ତ୍ତନ ପରେ ଆରଟିଓରେ ଲାଇସେନ୍ସ ତିଆରି ପାଇଁ ଲୋକଙ୍କର ପ୍ରବଳ ଭିଡ ଦେଖିବାକୁ ମିଳୁଛି। ଏବେ ଲାଗୁଛି ନୂଆ ନିଷ୍ପତ୍ତି ପରେ କୁକୁର ପାଳନ କରୁଥିବା ଲୋକଙ୍କୁ ଲାଇସେନ୍ସ ନେଉଥିବା ସରକାରୀ ଅଫିସରେ ଚକ୍କର ଲଗାଇବାକୁ ହେବ।

   ସମ୍ବନ୍ଧିତ ଖବର


ନାସା ହାତରେ ଚନ୍ଦ୍ରର ରୋମାଞ୍ଚକର ତଥ୍ୟ – ଆଜି ଏହା ଉପରୁ ଉଠିବ ରହସ୍ୟ

ମିଛ ବା ସେଲ୍ କଂମ୍ପାନୀ ଜରିଆରେ କୋଟି କୋଟି ଟଙ୍କାର ବେଆଇନ୍‌ କାରବାର, ବାହାମାସ୍ ପେପର ସ୍କାମ୍‌ରେ ଜୟ ପଣ୍ଡା ଓ ପତ୍ନୀ ଜଗୀ ମଙ୍ଗତ ପଣ୍ଡାଙ୍କ କମ୍ପାନୀର ସମ୍ପୃକ୍ତି ଅଭିଯୋଗ

ସବ୍-ଇନ୍ସପେକ୍ଟରଙ୍କ କଳାକାରନାମା: ଝିଅଙ୍କୁ ଅଶ୍ଲୀଳ କମେଣ୍ଟ ସହ କରୁଥିଲେ ଅସଦାଚରଣ, ଶେଷରେ ଗିରଫ ହେଲେ ଏପରି

ପୋଲାଣ୍ଡର ଏହି ଚୌକ୍ ଅମିତାଭ ବଚ୍ଚନଙ୍କ ପିତାଙ୍କ ନାଁରେ ନାମିତ ହେବ, ଇଷ୍ଟାଗ୍ରାମରେ ସୂଚନା ଦେଲେ ଅଭିନେତା

ପାତାଳର ପ୍ରବେଶ ଦ୍ୱାର ପାତାଲକୋଟ୍‌, ଜାଣନ୍ତୁ କେଉଁଠି ରହିଛି ଏହି ରହସ୍ୟମୟ ସ୍ଥାନ

ମେହବୁବା ମୁଫତିଙ୍କ ମନ୍ତବ୍ୟକୁ ନେଇ ବିଜେପି କର୍ମୀଙ୍କ ହଙ୍ଗାମା, ଜମ୍ମୁରେ ପିଡିପି କାର୍ଯ୍ୟାଳୟରେ ଉଡାଇଲେ ତିରଙ୍ଗା