ପେଟିମ୍ ୟୁଜର୍ସ ସାବଧାନ ! ଏହି ଗୋଟିଏ ଭୁଲ ଯୋଗୁଁ ଆକାଉଣ୍ଟରୁ ଖାଲି ହୋଇଯିବ ଟଙ୍କା

ନୂଆଦିଲ୍ଲୀ ୧୯/୮ : ଆପଣ ମାନେ କଣ ମୋବାଇଲ ଆପ୍‌ରେ ବ୍ୟାଙ୍କ ଆକାଉଣ୍ଟକୁ ଲିଙ୍କ୍ କରିଛନ୍ତି? ଯଦି ହିଁ ତେବେ ଏହି ଖବରଟି ଜାଣି ରଖିବା ନିହାତି ଆବଶ୍ୟକ ରହିଛି ଯାହା ନିଶ୍ଚିତ ଆପଣଙ୍କ କାମରେ ଆସିବ। କାହିଁକି ନାଁପ୍ଲେଷ୍ଟୋରରୁ  କୌଣସି ଆପ୍ ଡାଉନ୍ ଲୋଡ୍ କରିଛନ୍ତି ଏବଂ ଏହାର କେଓ୍ୱାଇସିକୁ ପୂରଣ କରିଛନ୍ତି, ତେବେ ଏହା ମାଧ୍ୟମରେ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଯିବ ସମ୍ଭାବନା ରହିଛି। ଭାରତର ବୃହତ୍ ମୋବାଇଲ ଓ୍ବାଲେଟ୍ କମ୍ପାନୀ ପେଟିମ୍ ଗ୍ରାହକଙ୍କ ପାଇଁ ସର୍ତକ ଚେତାବନୀ ଯାରିକରିଛି। ପେଟିମ୍ କହିଛି କେଓ୍ବାସି(KYC) କରିବା ବେଳେରେ ଆପଣ ଫସି ଯାଇପାରନ୍ତି, ତେଣୁ ଏଥି ପ୍ରତି ଧ୍ୟାନ ଦେବାରା ଆବଶ୍ୟତା ରହିଛିା। ଜାଣନ୍ତୁ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବେ…

KYC କରିବା ସମୟରେ ଏହି ବିଷୟୟରେ ଧ୍ୟାନ ରଖନ୍ତୁ :- ପେଟିମ୍ ଚେତାବନୀ ଜାରି କରି କହିଛି କି ପେଟିମ୍ ଆକାଉଣ୍ଟର କେଓ୍ବାସି(KYC) କରିବା ସମୟରେ ସବଧାନତା ଅବଲମ୍ବନ କରିବାର ନିହାତି ଆବଶ୍ୟକତା ରହିଛି। ପେଟିମ୍ ଚେତାବନୀ ଅନୁସାରେ ପେଟିମ୍ ନେଟଓ୍ୱର୍କ ଲିଙ୍କ ଥିବା କୌଣସି ପୋର୍ଟାଲ କିମ୍ବା ଓ୍ବେବସାଇଟରୁ ଡାଉନଲୋଡ ନକରି ପେଟିମ୍‌ର ରହିଥିବା ଅଥରାଇଜ୍ଡ୍‌ କେନ୍ଦ୍ର କିମ୍ବା ପେଟିଏମ୍‌ର ଏଜୁକ୍ୟୁଟିଭ୍‌ଙ୍କ ମାଧ୍ୟମରେ KYC ପୂରଣ କରିଲେ ଆକାଉଣ୍ଟ ସୁରକ୍ଷିତ ରହିବ।

ସାବଧାନ ନହେଲେ ଖାଲି ହୋଇଯିବ ଆକାଉଣ୍ଟ :- ପେଟିମ୍ ନେଟ୍ଓ୍ବର୍କ୍ ସୂଚନା ଅନୁସାରେ ଯଦି ଆପଣ KYC କରିବା ପାଇଁ ଆପ୍ ବ୍ୟବହାର କରୁଛନ୍ତି ତେବେ ଆକାଉଣ୍ଟରୁ ଟଙ୍କା ଖାଲି ହୋଇଯିବ ସମ୍ଭାବନା ରହିଛି। କିଛି ଦିନ ହେବ ପେଟିମର ନକଲି ଆପ୍ ବ୍ୟବହାର କରି ଇଣ୍ଟରନେଟ୍ ବ୍ୟାଙ୍କ ମାଧ୍ୟମରେ ଟଙ୍କା ଲୁଟ ହେବା କଥା ସାମ୍ନାକୁ ଆସିଛି। ପେଟିମ କିଛି ଗ୍ରାହାକ ରିମୋଟ୍ ଆପକୁ ମାଧ୍ୟମରେ ଷଡଯନ୍ତ୍ରର ଶିକାର ହେବା ସହ ଟଙ୍କା ଲୁଟର ଶିକାର ହୋଇଛନ୍ତି ।

ଆରବିଆଇ ବି ଆଲର୍ଟ ଜାରି କରିଛି:- ୨୦୧୯ ମସିହାରେ ଆରମ୍ଭରେ ଆରବିଆଇ ନକଲି ଆକାଉଣ୍ଟ ଉପରେ ଚେତାବନୀ ଜାରି କରିବା ସହ ଗ୍ରାହକମାନଙ୍କ ସର୍ତକ କରିଛି। ଆରବିଆଇ ଗ୍ରାହକମାନଙ୍କୁ ବ୍ୟାଙ୍କର ଫେକ୍‌ ଆପ୍ ବା ନକଲି ଆପ୍‌ ଡାଉନଲେଡ ନ କରିବା ସର୍ତକ କରିଥିବା, ବେଳେ ଭାରତର ବଡ ବଡ ବ୍ୟାଙ୍କ ଯଥା ଆଇସିଆସିଆଇ, ଏଚ.ଡି.ଏଫ୍.ସି  ଆକ୍ସିସ ଭଳି ବ୍ୟଙ୍କ ନିଜ ଗ୍ରାହକମାନଙ୍କୁ ସର୍ତକ କରିବା ସହ ଇ-ମେଲ୍ ରେ ଆସୁଥିବା ଫାଇନ୍ସ କମ୍ପାନୀମାନଙ୍କ ନକଲି ଆପକୁ ଡାଉଲୋଡ କରିବାକୁ ମନା କରିଛିନ୍ତି।

   ସମ୍ବନ୍ଧିତ ଖବର


କରୋନା ଭାକ୍‌ସିନ୍ ପାଇଁ ୮୦ ହଜାର କୋଟି ଅଛି ତ ? ସରକାରଙ୍କୁ ସୀରମ୍‌ ସିଇଓଙ୍କ ପ୍ରଶ୍ନ

ଆତ୍ମନିର୍ଭର ଅଭିଯାନକୁ ଆଇଏମ୍‌ଏଫ୍‌ର ପ୍ରଶଂସା

ଇ-ଯାନକୁ ପ୍ରୋତ୍ସାହନ ବ୍ୟାଟେରି ନିର୍ମାତାଙ୍କୁ ମିଳିବ ୩୪,୦୦୦ କୋଟି

ବଦଳି ଯିବ ଚେକରୁ ପେମଣ୍ଟ କରିବାର ପ୍ରଣାଳୀ, ନୂଆ ବର୍ଷରୁ ଲାଗୁ ହେବ ନୂଆ ନିୟମ

ପିଆଜ କେଜି ୬୦- ୧୦୦ ଛୁଇଁବ

ସେୟାର ବଜାରରେ ହାହାକାର: ସେନସେକ୍ସ ୧୧୦୦ ପଏଣ୍ଟ ହ୍ରାସ୍, ନିଫ୍ଟି ମଧ୍ୟ ଖସିଲା