ପେଟିଏମ୍‌ର ଦୈନିକ କ୍ଷତି ୧୧ କୋଟି: ଗୁଗୁଲ୍‌ ପେ ଓ ଫୋନ୍‌ ପେ ଭଳି ୱାଲେଟ୍‌ ପ୍ରତିଯୋଗିତାର ସମ୍ମୁଖୀନ

ନୂଆଦିଲ୍ଲୀ ୧୧/୯ : ମୋବାଇଲ୍‌ ୱାଲେଟ୍‌ କମ୍ପାନି ପେଟିଏମ୍‌ର କ୍ଷତି ପରିମାଣ ବଢ଼ିବାରେ ଲାଗିଛି । ଗତ ଆର୍ଥିକବର୍ଷରେ ଏହାର ମୂଳ କମ୍ପାନି ୱାନ୍‌୯୭ କମ୍ୟୁନିକେସନ୍ସ ଦିନକୁ ପାଖାପାଖି ୧୧ କୋଟି ଟଙ୍କା କ୍ଷତିର ସମ୍ମୁଖୀନ ହୋଇଛି । ସମ୍ପୂର୍ଣ୍ଣ ବର୍ଷରେ କମ୍ପାନି ୩,୯୫୯.୬ କୋଟି ଟଙ୍କା କ୍ଷତି ସହିଛି । ମୋଟ କ୍ଷତି ପରିମାଣ ୧୬୫% ବୃଦ୍ଧି ପାଇଥିବା ବେଳେ ରାଜସ୍ୱ ସାମାନ୍ୟ ବଢ଼ିଛି । ଗୁଗୁଲ୍‌ ପେ ଓ ଫୋନ୍‌ ପେ ଭଳି ୱାଲେଟ୍‌ ଆପ୍ଲିକେସନ୍‌ଠାରୁ ପ୍ରବଳ ପ୍ରତିଯୋଗିତାର ସମ୍ମୁଖୀନ ହୋଇ କମ୍ପାନି ଏହି ସମସ୍ୟାରେ ପଡ଼ିଛି ।

୨୦୧୮ ମାର୍ଚ୍ଚ ୩୧ରେ ଶେଷ ହୋଇଥିବା ଆର୍ଥିକବର୍ଷରେ ୱାନ୍‌୯୭ କମ୍ୟୁନିକେସନ୍ସ ୧,୪୯୦ କୋଟି ଟଙ୍କା କ୍ଷତିର ସମ୍ମୁଖୀନ ହୋଇଥିଲା । ୨୦୧୯ ମାର୍ଚ୍ଚ ୩୧ରେ ଶେଷ ହୋଇଥିବା ତ୍ରୈମାସରେ ଏହି କ୍ଷତି ପରିମାଣ ୩,୯୫୯.୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଅଂଶୀଦାରଙ୍କୁ କମ୍ପାନି ପକ୍ଷରୁ ଦିଆଯାଇଥିବା ବିସ୍ତୃତ ତଥ୍ୟରୁ ଏହି ସୂଚନା ମିଳିଛି ।

   ସମ୍ବନ୍ଧିତ ଖବର


ଦୀପାବଳି ପୂର୍ବରୁ କିଣନ୍ତୁ ଦେଶର ସବୁଠୁ ଶସ୍ତା ବାଇକ୍, ଯାହାର ମୂଲ୍ୟ ମାତ୍ର ଏତିକି ଟଙ୍କା

ଏବେ କାଶ୍ମୀରରେ ଭାରତର ଅନ୍ୟ ରାଜ୍ୟର ଲୋକ କିଣିପାରିବେ ଜମି

ଚୀନ୍‌ର ମୁଣ୍ଡ ବିନ୍ଧା ଆରମ୍ଭ:ଭାରତ – ଆମେରିକାର ମନ୍ତ୍ରୀ ସ୍ତରୀୟ ଆଲୋଚନା ପରେ ଚୀନ୍‌ ଦେଉଛି ପରୋକ୍ଷ ଧମକ

ଆପଣଙ୍କ ATM କାର୍ଡରୁ ମିଳିବ ୧୦ ଲକ୍ଷ ଟଙ୍କା, ଜାଣନ୍ତୁ ଏହି ଅଫର୍ ସମ୍ପର୍କରେ…

ଅଷ୍ଟ୍ରେଲିଆ ଗସ୍ତରୁ ରୋହିତ ବାଦ ପଡ଼ିବା ପରେ ପ୍ରଶ୍ନ କଲେ ଗାଭାସ୍କର, କହିଲେ-ଯିଏ ନେଟ୍‌ ପ୍ରାକ୍ଟିସ୍‌ କରୁଛି…

ଲଦାଖ ନିର୍ବାଚନ: ୧୫ ଆସନରେ ବିଜେପିର ବିଜୟ , କଂଗ୍ରେସ ହାତରେ ୯…