ପ୍ରତି ମାସରେ ୩୩୦ କୋଟି ଟଙ୍କାର କ୍ଷତି ସହୁଛି Paytm

ନୁଆଦିଲ୍ଲୀ ୧୧/୯: ମୋବାଇଲ୍ ଇ-ୱାଲେଟ୍ କମ୍ପାନୀ ପେଟିଏମକୁ ପ୍ରତିଦିନ ୧୧ କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି । ସୂଚନା ଅନୁସାରେ ଗତ ଫାଇନାନ୍ସିଆଲ ଇୟରରେ ପେଟିଏମର କ୍ଷତି ୧୬୫ ପ୍ରତିଶତ ବଢିଯାଇଥିଲା । ଏହା ୧୪୯୦ କୋଟିରୁ ବଢି ୩,୯୫୯.୬ କୋଟି ଟଙ୍କା ହୋଇଯାଇଥିଲା ।  ଅବଶ୍ଯ କମ୍ପାନୀର ଆୟ ଲଗାତର ବୃଦ୍ଧି ପାଉଛି କିନ୍ତୁ କ୍ଷତି ମଧ୍ୟ ବଢିବାରେ ଲାଗିଛି । ଆପଣଙ୍କୁ କହିରଖୁଛୁ ଡିଜିଟାଲ୍ ପେମେଣ୍ଟ ଲିଡର ପେଟିଏମକୁ ଗୁଗଲ ପେ ଓ ଫୋନ୍ ପେ ରୁ କଡା ଟକ୍କର ମିଳୁଛି ।

Paytmର ପ୍ୟାରେଣ୍ଟ କମ୍ପାନୀ ୱନ୯୭ କମ୍ୟୁନିକେସନ ଏବଂ ପେଟିଏମର ଫାଉଣ୍ଡର ବିଜୟ ଶେଖର ଶର୍ମା ପ୍ୟାରେଣ୍ଟ କ୍ପାନୀରେ ମ୍ୟାନେଜିଂ ଡାଇରେକ୍ଟର ଅଛନ୍ତି ଏବଂ କମ୍ପାନୀରେ ତାଙ୍କର ୧୫.୭ ପ୍ରତିଶତ ଭାଗିଦାରୀ ଅଛି । ୨୦୧୯ ମସିହାର ପ୍ରଥମ ୩ ମାସରେ ପେଟିଏମରୁ ୧.୨ ଅରବ ମର୍ଚେଣ୍ଟ ଟ୍ରାଞ୍ଜାକ୍ସନ ହୋଇଥିଲା ଯାହା କି ୧ କୋଟି ୪୦ ଲକ୍ଷ ରିଟେଲ ଷ୍ଟୋର୍ସ ଜରିଆରେ କରାଯାଇଥିଲା ।

ପ୍ରତି ମାସରେ ହେଉଛି ୩୩୦ କୋଟି ଟଙ୍କାର କ୍ଷତି
ବିଜନେସ୍ ଖବର କାଗଜ ଇକୋନୋମିକ୍ ଟାଇମ୍ସରେ ଛପିଥିବା ଖବର ଅନୁସାରେ ଗତ ଆର୍ଥିକ ବର୍ଷରେ ୨୦୧୮-୧୯ରେ କମ୍ପାନୀର ଆୟ ୩୩୧୯ କୋଟି ରହିଛି । ଆର୍ଥିକ ବର୍ଷ ୨୦୧୭-୧୮ ରେ ଏହା ୩୨୨୯ କୋଟି ଥିଲା । Paytm ର ମୁଖପାତ୍ର କୁହନ୍ତି ଗତ ୨ ବର୍ଷରେ କମ୍ପାନୀ ଦେଶରେ ଡିଜିଟାଲ୍ ପେମେଣ୍ଟ୍ସ ଇକୋସିଷ୍ଟମକୁ ମଜଭୁତ କରିବା ପାଇଁ ବାର୍ଷିକ ୧ ଅରବ ଡଲାର ନିବେଶ କରିଛି ଏବଂ ଆଗାମୀ ୨ ବର୍ଷ ଭିତରେ କମ୍ପାନୀ ୩ ଅରବ ଡଲାର ନିବେଶ କରିବା ପାଇଁ ଯୋଜନା ରଖିଛି ।

   ସମ୍ବନ୍ଧିତ ଖବର


ବିଏସ୍‌ପିର ୭ ବିଦ୍ରୋହୀ ବିଧାୟକଙ୍କୁ ନିଲମ୍ବିତ କଲେ ମାୟାବତୀ, କହିଲେ- ଏସପିକୁ ଶିକ୍ଷା ଦେବାକୁ ବିଜେପିକୁ ଭୋଟ୍ ଦେବାକୁ ପଛେଇବି ନାହିଁ

୪୦ ମିନିଟ୍ ପର୍ଯ୍ୟନ୍ତ ନିଖୋଜ ହୋଇଗଲା ବିଜେପି ନେତା ମନୋଜ ତିଓ୍ବାରୀଙ୍କ ହେଲିକାପ୍ଟର, ପାଟନାରେ କଲା ଜରୁରୀକାଳୀନ ଅବତରଣ…

ଭାରତକୁ ଆମେରିକାର ନୂଆ ପ୍ରସ୍ତାବ: ନୌସେନାକୁ ଦେବ ଏଫ-୧୮ ଯୁଦ୍ଧବିମାନ, ବିମାନବାହୀ ଯୁଦ୍ଧଜାହାଜରେ ଏଗୁଡିକୁ କରାଯିବ ମୁତୟନ

ସମାଜବାଦୀ ପାର୍ଟି ପତାକା ରଙ୍ଗରେ ତିଆରି ହେଲା ରେଲଓ୍ବେ ହସପିଟାଲ ଶୌଚାଳୟ, ଦଳ କହିଲା ତୁରନ୍ତ ନିଆଯାଉ କାର୍ଯ୍ୟାନୁଷ୍ଠାନ…

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ, କରୋନାରୁ ସୁସ୍ଥ ହୋଇ ଫେରିଥିଲେ

ଭାରତକୁ ସାଉଦିର ଦୀପାବଳି ଉପହାର: ପାକ୍‌ ମାନଚିତ୍ରରୁ କାଶ୍ମୀର, ଗିଲଗିଟ୍‌କୁ ଦେଲା ବାଦ