ପ୍ରମୁଖ ଖବର
  • ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶିଲ ମୋଦୀଙ୍କ ପରଲୋକ
  • ||
  • କଟକ; ବର୍ଷା ପ୍ରିୟଦର୍ଶିନୀ ନିର୍ଯାତନା ମାମଲା,ଅନୁଭବ ମାହାନ୍ତିଙ୍କ ନାରେ NBW ଜାରି
  • ||
  • ନୀଳଗିରିରେ ଶକ୍ତି ଦେଖାଇ ବିରୋଧୀଙ୍କୁ ଚୁପ କରାଇଲେ ସୁକାନ୍ତ। ୨୫ ହଜାର ସମର୍ଥକ ଗହଣରେ କଲେ ପ୍ରାର୍ଥୀପତ୍ର ଦାଖଲ।
  • ||
  • ପ୍ରକାଶ ପାଇଲା CBSE ପରୀକ୍ଷା ଫଳ
  • ||
  • ସିୟୁଇଟି-ୟୁଜି ଆଡମିଟ୍‌ କାର୍ଡ ୱେବ୍‌ସାଇଟ୍‌ରେ ଉପଲବ୍ଧ, ମେ ୧୫ରୁ ୨୪ ତାରିଖ ଯାଏ ଚାଲିବ ପରୀକ୍ଷା
  • ||
  • ମାଲକାନଗିରିରେ ୩ ବୁଥ୍‌ରେ କାମକରୁନି ଇଭିଏମ୍‌, ଭୋଟ ଦେବାକୁ ଅପେକ୍ଷା କରିଛନ୍ତି ଶତାଧିକ ମତଦାତା
  • ||
  • ମନି ଲଣ୍ଡରିଂ ମାମଲାରେ ଇଡି ଗିରଫଦାରିକୁ ଚାଲେଞ୍ଜ; ଆଜି ସୁପ୍ରିମ୍କୋର୍ଟରେ ହେମନ୍ତଙ୍କ ପିଟିସନର ଶୁଣାଣି
  • ||
  • ଭୋଟ ଦେଉଛି ଓଡ଼ିଶା, ପ୍ରଥମ ପର୍ଯ୍ୟାୟରେ ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ମତଦାନ
  • ||
  • ଆଇପିଏଲ ମହାସମର, ସଂଧ୍ୟାରେ କୋଲକାତା -ଗୁଜରାଟ ଲଢ଼େଇ, ପ୍ଲେ-ଅଫ୍ ଲକ୍ଷ୍ୟରେ ଟାଇଟନ୍ସ
  • ||
  • ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ , ୯୬ ଆସନରେ ୧୭୧୭ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା
  • ||
  • ୨୩ରେ ଆସୁଛି ଲଘୁଚାପ, ଏଥର ଶୀଘ୍ର ଆସିବ ମୌସୁମୀ: ଆଜି ଭୋଟ୍‌ ହେଉଥିବା ଅଞ୍ଚଳରେ କମ୍‌ ତାତି
  • ||

ଟି-୨୦ ବିଶ୍ବକପ ପୂର୍ବରୁ ପାକିସ୍ତାନ ନେଲା ବଡ଼ ପଦକ୍ଷେପ, ଭାରତକୁ ବିଶ୍ବକପ୍ ଜିତାଇଥିବା କୋଚଙ୍କୁ ମିଳିଲା ଦାୟିତ୍ବ

ନୂଆଦିଲ୍ଲୀ, ୨୮/୪ : ସବୁ ଟିମ୍ ଟି-୨୦ ବିଶ୍ବକପକୁ ନେଇ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ମେଗା ଇଭେଣ୍ଟ ପୂର୍ବରୁ ପାକିସ୍ତାନ ଟିମ୍ ବି ବଡ଼ ପରିବର୍ତ୍ତନ କରି ଦେଇଛି । ଭାରତକୁ ବିଶ୍ବକପ ଜିତାଇଥିବା କୋଚ ଗ୍ୟାରୀ କର୍ଷ୍ଟନ ପାକିସ୍ତାନ ଟିମର କୋଚ୍ ‌ହେବେ । ସେହିଭଳି ଟେଷ୍ଟ କ୍ରିକେଟରେ ହେଡ଼ କୋଚର ଭୂମିକା ଅଷ୍ଟେ୍ରଲିୟାର ପୂର୍ବତନ ଦ୍ରୁତ ବୋଲର ଜେସନ ଗିଲେସ୍ପିଙ୍କୁ ମିଳିଛି । ଏହା ବ୍ୟତୀତ ପୂର୍ବତନ ପାକିସ୍ତାନ ଖେଳାଳୀ ଅଜହର ମହମୁଦଙ୍କୁ ଆସିଷ୍ଟା୍‌ଣ୍ଟ କୋଚର ପଦ ଦିଆଯାଇଛି । ପାକିସ୍ତାନକୁ ବିଶ୍ବକପ ୨୦୨୩ ପରେ ଏକ ଭଲ କୋଚର ଆବଶ୍ୟକ ଥିଲା । କିନ୍ତୁ ପିସିବି ଗ୍ୟାରୀ କର୍ଷ୍ଟନଙ୍କ ଉପରେ ଟି ୨୦ ବିଶ୍ବକପ ପୂର୍ବରୁ ଭରଷା କରିଛି ।

ଟି୨୦ ବିଶ୍ବକପ ପୂର୍ବରୁ ଏହି ବଡ଼ ପରିବର୍ତ୍ତନକୁ ନେଇ ପିସିବିର ପ୍ରମୁଖ ମୋହସିନ ନକବୀ ପ୍ରେସ କନଫ୍ରେନ୍ସରେ କହିଛନ୍ତି, ଗ୍ୟାରି କର୍ଷ୍ଟନ ଏବଂ ଜେସନ ଗିଲେସ୍ପିଙ୍କ ନିଯୁକ୍ତି ଦେଖାଉଛି କି ପାକିସ୍ତାନ କ୍ରିକେଟ ଟିମକୁ କେ‌ତେ ଗୁରୁତ୍ବ ଦିଆଯାଇଛି । ବିଦେଶୀ କୋଚ୍ ଆମ ଖେଳାଳୀଙ୍କ ମଧ୍ୟରେ କେତେ ସମ୍ଭାବନା ଦେଖୁଛନ୍ତି । ଆମେ ଟିମକୁ ସର୍ବଶ୍ରେଷ୍ଠ ସୁବିଧା ଦେବାକୁ ଚାହୁଁଛୁ, ଏଥିଲାଗି ଆମେ କର୍ଷ୍ଟନ ଏବଂ ଗିଲେସ୍ପିଙ୍କ ନିଯୁକ୍ତ କରିଛୁ । ପାକିସ୍ତାନ ଟିମ୍ ୨୨ମଇରୁ ଇଂଲଣ୍ଡ ବିପକ୍ଷ ୪ମ୍ୟାଚର ଟି ୨୦ସିରିଜ ଖେଳିବ । ଟି ୨୦ ବିଶ୍ବକପ ଦୃଷ୍ଟିରୁ ଏହି ସିରିଜ ପାକିସ୍ତାନ ଟିମ୍ ଲାଗି ବହୁ ଗୁରୁତ୍ବପୂର୍ଣ୍ଣ ହେବ । ଇଂଲଣ୍ଡର ଏହି ପାକିସ୍ତାନ ଗସ୍ତରୁ ହିଁ ଗ୍ୟାରି କର୍ଷ୍ଟନ ଦ୍ବାରା ଦାୟିତ୍ବ ସମ୍ଭାଳିବାର ଆଶା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.