ସାଲିଆସାହି ବସ୍ତିରେ ପିସିଆର୍ ଡ୍ରାଇଭରଙ୍କୁ ଗଛରେ ବାନ୍ଧି ପିଟିଲେ ବସ୍ତି ବାସିନ୍ଦା

ଭୁବନେଶ୍ୱର ୮/୩: ସାଲିଆସାହି ଆଦିବାସୀ ବସ୍ତିରେ ପୋଲିସକୁ ମାଡ । ଡ୍ରଗ୍ସ କାରବାର କରୁଥିବା ଅଭିଯୋଗରେ ଜଣେ ପୋଲିସ କର୍ମଚାରୀଙ୍କୁ ପିଟିଲେ ବସ୍ତି ବାସିନ୍ଦା । ଜଣେ ବେପାରୀକୁ ଡ୍ରଗ୍ସ ବେପାରରେ ସାହାଯ୍ୟ କରୁଥିବା ଅଭିଯୋଗରେ ପିସିଆର ଡ୍ରାଇଭରଙ୍କୁ ଗଛରେ ବାନ୍ଧି ପିଟିଛନ୍ତି । ଡ୍ରଗ୍ସ ବେପାରୀଜଣଙ୍କୁ ମଧ୍ଯ ପିଟିଛନ୍ତି ଲୋକେ । ଏହା ସହ ସେ ବେପାରୀଠୁ ଡ୍ରଗ୍ସ ମଧ୍ଯ ଜବତ କରିଛନ୍ତି ସ୍ଥାନୀୟ ଲୋକେ ।

ଘଟଣାସ୍ଥଳରେ ନୟାପଲ୍ଲୀ ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିବେଶ ଶାନ୍ତ ପଡିଥିଲା । ତେବେ ପୋଲିସ କର୍ମଚାରୀ ଜଣକ ସେଠି ବିନା ୟୁନିଫର୍ମରେ କଣ କରୁଥିଲେ ଏବଂ କାହିଁକି ସେ ବେପାରୀକୁ ସାହାଯ୍ଯ କରୁଥିଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।