ପିସିଆରକୁ ଧକ୍କା ଦେଇ ଚୋର ଫେରାର, ଚୋରା ଗାଡ଼ି ଜବତ

ଭୁବନେଶ୍ୱର,୨୬।୮ : ସହିଦ୍‌ନଗର ଥାନା ଅଞ୍ଚଳରେ ଘଟିଥିବା ଏକ ଘଟଣା ସାରା ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି । ଚୋର ଗାଡ଼ି ଚୋରି କରି ପଳାଉଥିବା ବେଳେ ପୁଲିସ୍‌ ହାବୁଡରେ ପଡି ଯାଇଥିଲା । ହେଲେ ଚୋର ଜଣଙ୍କ ପୁଲିସ୍‌ ଭ୍ୟାନ୍‌କୁ ଧକ୍କା ଦେଇ ଗାଡି ଛାଡି ଫେରାର ହେବାରେ ସକ୍ଷମ ହୋଇଛି । ପୁଲିସ୍‌ ଚୋରକୁ ନ ପାଇଁ ଗାଡ଼ି ଜବତ କରି ଘଟଣାର ଛାନ୍‌ ଭିନ୍‌ ଆରମ୍ଭ କରିଛି ।

ମିଳିଥିବା ସୂଚନା ମୁତାବକ, ସୋମବାର ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ସହିଦନଗର ଥାନାକୁ ଖବର ଆସିଲା ଏକ ପିକ୍‌ଅପ୍‌ ଭ୍ୟାନ୍‌ ଚୋରି ହୋଇଛି । ଚୋର ଏବେ ଗାଡି ନେଇ ରସୁଲଗଡ଼ ଆଡକୁ ଯାଉଛି । ଏହା ଶୁଣିବା ପରେ ପିସିଆର-୬ ରସୁଲଗଡ଼ ଆଡକୁ ଧାଇଁଲା । ପିସିଆର ଭ୍ୟାନ୍‌ରେ ଥିବା କର୍ମଚାରୀମାନେ ଦେଖିଥିଲେ ରସୁଲଗଡ଼ରୁ ପଳାସୁଣି ରାସ୍ତା ଦେଇ ପିକ୍‌ଅପ୍‌ ଭ୍ୟାନ୍‌ଟି କଟକ ଆଡକୁ ଯାଉଛି । ଏହା ଦେଖି ପିସିଆର ଭ୍ୟାନ୍‌ ସାଇରନ ଦେଇ ଚୋରକୁ ପିଛା କଲା ।

ସାଇରନ୍‌ ଶୁଣି ଚୋର କଟକ ନ ଯାଇ ଦ୍ରୁତ ଗତିରେ କଟକ ପୁରୀ ବଇପାସ୍‌ ରାସ୍ତା ଆଡକୁ ଯାଇଥିଲା । କେସୁରା ଛକ ଠାରୁ କିଛି ଦୂରରେ ପୁଲିସ୍‌ ପିକ୍‌ଅପ୍‌ ଭ୍ୟାନ୍‌କୁ ଆଗପଟୁ ଅଟକାଇବାକୁ ଚେଷ୍ଟା କରିଥିଲା । ହେଲେ ପିକ୍‌ଅପ୍‌ ଭ୍ୟାନ୍‌ ଚାଳକ ପିସିଆରକୁ ଧକ୍କା ଦେଇ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲା । ତେବେ ଗାଡ଼ି ଧକ୍କା ହୋଇଯିବା ପରେ ଷ୍ଟାର୍ଟ ବନ୍ଦ ହୋଇଯିବାରୁ ଚୋରଟି ଗାଡ଼ି ଛାଡ଼ି ଅନ୍ଧାର ରାତିରେ ଦଉଡ଼ି ପଳାଇଥଲା । ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ପୁଲିସ ଜବତ କରି ଥାନାକୁ ଆଣିଥିଲା । ଗାଡ଼ିର ମାଲିକକୁ ଠାବ କରିବା ସହ ସମ୍ପୃକ୍ତ ଚୋରକୁ ଖୋଜା ଚାଲିଛି । ଦୁର୍ଘଟଣାରେ କୌଣସି ପୁଲିସ ଆହତ ହୋଇ ନାହାନ୍ତି । ହେଲେ ପିସିଆର ଭ୍ୟାନ୍‌ଟି ଭାଙ୍ଗି ରୁଜି ଯାଇଛି ।

   ସମ୍ବନ୍ଧିତ ଖବର


ଆରମ୍ଭ ହେଲା ବାହା ଋତୁ: ‘କାହା ମନରେ ଜୁଆର, କାହା ମନରେ ଭଟ୍ଟା’

ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ନିଛାଟିଆ ରାସ୍ତାରେ ଦୁଷ୍କର୍ମ ଉଦ୍ୟମ: ଅଭିଯୁକ୍ତକୁ ବାନ୍ଧିଲା ପୁଲିସ୍

ରାଜ୍ୟରେ କରୋନା ନେଲା ଆଉ ୧୨ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୩୦କୁ ବୃଦ୍ଧି

୨୪ଘଣ୍ଟା ଆଉ ୫୫୦ ନୂଆ କରୋନା ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ହଜାର ୭୮୯କୁ ବୃଦ୍ଧି

ଅବକାରୀ ଗୁଇନ୍ଦା ପଞ୍ଝାରେ ନିଶା ବେପାରୀ, ୪ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର୍‌ ଜବତ

ଡିସେମ୍ବର ପହିଲାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ