ଅନୁଚ୍ଛେଦ ୩୫ଏ କୁ ନେଇ ମେହବୁବାଙ୍କ ଚେତାବନୀ: ନିଆଁ ସହ ଖେଳନି

ନୂଆଦିଲ୍ଲୀ,୨୫।୨: ଅନୁଚ୍ଛେଦ ୩୫-ଏ ନେଇ ପିପୁଲକ୍ସ ଡେମୋକ୍ରାଟିକ୍ ପାର୍ଟିର ମୁଖ୍ୟ ଓ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଠାରୁ ନେଇ ନ୍ୟାସନାଲ କନଫ୍ରେନ୍ସ ପର୍ଯ୍ୟନ୍ତ ସମସ୍ତ ଦଳ କେନ୍ଦ୍ରକୁ ପରାମର୍ଶ ଦେବାରେ ଲାଗିଛନ୍ତି। ତେବେ ଆଜି ମେହବୁବା ଅନୁଚ୍ଛେଦ ୩୫ଏ ଶେ​‌ଷ କରିବା ଚେଷ୍ଟାକୁ ନେଇ କେନ୍ଦ୍ରକୁ ଚେତାବନୀ ଦେଇଛନ୍ତି। ମେହବୁବା କହିଛନ୍ତି ନିଆଁ ସହିତ ଖେଳିବାକୁ ଚେଷ୍ଟା କର ନାହିଁ। ଯଦି ଏଭଳି ହୁଏ ତେବେ  ଦେଖିବେ ୧୯୪୭ରେ ଯାହା ହୋଇନଥିଲା। ଯଦି ଏହା ଉପରେ ଆକ୍ରମଣ କରାଯାଏ ତେବେ ମୁଁ ଜାଣିନି କଶ୍ମୀରର ଲୋକ ତ୍ରିରଙ୍ଗା ସ୍ଥାନରେ କେଉଁ ପତାକା ଧରିବେ।

ଏଠାରେ ଉଲ୍ଳେଖନୀୟ ଯେ ସୋମବାର ଅର୍ଥାତ ଆସନ୍ତାକାଲି ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହେବାକୁ ଥିବା ବେଳେ ମେହବୁବା ଏଭଳି ଚେତାବନୀ ଦେଇଛନ୍ତି। କେବଳ ସେତିକି ନୁହେଁ ନ୍ୟାସନାଲ କନଫ୍ରେନ୍ସର  ନେତା ଟ୍ବିଟ୍ କରି ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଛନ୍ତି ୫ ବର୍ଷ ସମୟରେ କଶ୍ମୀରକୁ ପରିଚାଳନା କରିବା ପାଇଁ ସତ କହିବାର ସମୟ ଅଟେ। କ’ଣ ସେ ଏ କଥା ମାନିବେ ଯେ ଜମ୍ମୁ-କଶ୍ମୀରକୁ ସେ ଠିକ୍ ଭାବରେ ପରିଚାଳନା କରିପାରିଲେନି।

   ସମ୍ବନ୍ଧିତ ଖବର


ଚୀନ୍‌ରେ ପ୍ରଜନନ କ୍ଷମତା ହରାଇବେ ପୁରୁଷ – ବ୍ୟାପୁଛି ଆଉ ଏକ ମାରାତ୍ମକ ରୋଗ

ଆଉ ୪ଟି ଉପଗ୍ରହ ପଠାଇବ ଭାରତ

ଭାରତର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଏନଆଇସି ଏବେ ସାଇବର ଆକ୍ରମଣର ଶିକାର

୫ ରାଜ୍ୟରୁ ୬୦% ସକ୍ରିୟ ରୋଗୀ କରୋନା କାୟା

ରୁଷ ଟିକାକୁ ନେଇ ଅନିଶ୍ଚିତତା- ପ୍ରତି ୭ଜଣରୁ ଜଣଙ୍କ ଶରୀରରେ ପାର୍ଶ୍ୱ ପ୍ରତିକ୍ରିୟା

ପ୍ରଶାସନର ବଡ ନିଷ୍ପତ୍ତି : ଏଣିକି ବିନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ କରିବାକୁ ପଡ଼ିବ କରୋନା ପରୀକ୍ଷା