ପ୍ରମୁଖ ଖବର
  • ଓଡିଶା ଦେଉଛି ଶେଷ ପର୍ଯ୍ୟାୟ ଭୋଟ: ୬ ଲୋକସଭା,୪୨ ବିଧାନସଭା ସିଟ୍‌ରେ ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||
  • କେନ୍ଦୁଝର: ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଙ୍କ ଦେହାନ୍ତ, କାଠ କଣ୍ଢେଇ ନୃତ୍ୟ ପାଇଁ ପାଇଥିଲେ ସମ୍ମାନ
  • ||
  • ଦେଶରେ ଶେଷ ପର୍ଯ୍ୟାୟ ମତଦାନ ଆରମ୍ଭ, ୯୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||

ଏହି ରାଶିର ବ୍ୟକ୍ତିଙ୍କ ମାନସିକ, ପାରିବାରିକ ଶାନ୍ତି ଏବଂ ସହଧର୍ମିଣୀଙ୍କ ସହ ସମ୍ପର୍କ ମଧୁର ରହିବ

ମେଷ : ଘାତଚନ୍ଦ୍ର ଯୋଗୁ ମନରେ ଦୁଶ୍ଚିନ୍ତା, ଦୁର୍ଭାବନା ଓ ହତୋତ୍ସାହ ଭାବ ପ୍ରକାଶ ପାଇବ ଏବଂ ନିଜର ଲୋକମାନେ ଶତ୍ରୁତା ଆଚରଣ କରିବେ । ମନରେ ବ୍ୟସ୍ତତା, ବ୍ୟଗ୍ରତା ବୃଦ୍ଧି ପାଇବ ଏବଂ ପରିବାରରେ ଅଶାନ୍ତିର ବାତାବରଣ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ କର୍ମରେ ବିଫଳତା ଓ ସହକର୍ମୀଙ୍କ ବିରୋଧର ଶିକାର ହେବେ । ଯେଉଁମାନଙ୍କର ଅଶ୍ୱିନୀ ମେଷ, ସେମାନେ ସତର୍କ ହେବେ । 

ଶୁଭରଙ୍ଗ : ଧଳା, ସଂଖ୍ୟା : ୩, ଆରାଧନା : ମା’ ବଗଳାମୁଖୀ ।  

ବୃଷ : ଦ୍ୱାଦଶ ଚନ୍ଦ୍ର ଏବଂ କେତୁଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନେବାରେ ସମର୍ଥ ହେବେ । ମନରୁ ଦୁଶ୍ଚିନ୍ତା, ଦୁର୍ଭାବନା ଓ ହତୋତ୍ସାହ ଭାବ ଲୋପ ପାଇବ ଏବଂ କୁସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅପେକ୍ଷା  ବ୍ୟୟ ବହୁତ କମ୍‌ ରହିବ ଏବଂ ଖର୍ଚ୍ଚ ଅପେକ୍ଷା ସଞ୍ଚୟରେ ଅଧିକ ଆଗ୍ରହ ରହିବ । କର୍ମରେ ସଫଳତା ଏବଂ ସମସ୍ତ ଅଟକିଥିବା କାମ ସଫଳତାର ସହ ସମ୍ପାଦନ କରିବେ । ଯେଉଁମାନଙ୍କର କୃତ୍ତିକା ଓ ମୃଗଶିରା ବୃଷ, ସେମାନେ ସୁଫଳ ପାଇବେ । 

ଶୁଭ ରଙ୍ଗ : ନୀଳ, ସଂଖ୍ୟା : ୨, ଆରାଧନା : ମା’ ସମଲେଶ୍ୱରୀ  ।

ମିଥୁନ : ଏକାଦଶ ଚନ୍ଦ୍ର ଏବଂ କେତୁଙ୍କ ନକ୍ଷତ୍ର ନକ୍ଷତ୍ର ଭୋଗ ହେଉଥିବାରୁ ଆକସ୍ମିକ ଧନଲାଭ, ଗୁପ୍ତଧନ ପ୍ରାପ୍ତି ଏବଂ ହୃତ ଧନ ଫେରିପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟର ସୁଯୋଗ ଜୁଟିବ । ବିଦେଶ ଯାତ୍ରା, ମୂଲ୍ୟବାନ ଧାତୁ, ଭୂମି କ୍ରୟ କରିପାରିବେ । କର୍ମରେ ସଫଳତା, ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ ହେବ । ଯେଉଁମାନଙ୍କର ମୃଗଶିରା ମିଥୁନ, ସେମାନେ ସୁଫଳ ପାଇବେ । 

ଶୁଭ ରଙ୍ଗ:  ଚକୋଲେଟ, ସଂଖ୍ୟା : ୪, ଆରାଧନା : ମା’ ଛିନ୍ନମସ୍ତା ।

କର୍କଟ : ଦଶମ ଚନ୍ଦ୍ର, ମଙ୍ଗଳବାର ଯୋଗୁ ନୂତନ କର୍ମ ଆରମ୍ଭ କିମ୍ବା ନୂତନ ନିଯୁକ୍ତି ମିଳିପାରେ । କର୍ମ ପ୍ରତି ଏକାଗ୍ରତା ଓ ଆନ୍ତରିକତା ଅଧିକ ରହିବ ଏବଂ ସମସ୍ତ କର୍ମରେ ଆଶାଠାରୁ ଅଧିକ ସଫଳତା ମିଳିବ । ମନରେ ସତ୍‌ଚିନ୍ତା, ସତ୍‌ଭାବନା ପ୍ରକାଶ ପାଇବ ଏବଂ ସତ୍‌ କର୍ମରେ ଅଧିକ ଆଗ୍ରହ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ, ଆତ୍ମତୃପ୍ତି ରହିବ । ଯେଉଁମାନଙ୍କର ପୁନର୍ବସୁ ଓ ଅଶ୍ଳେଷା କର୍କଟ, ସେମାନେ ଉପକୃତ ହେବେ । 

ଶୁଭରଙ୍ଗ: ସିଲ୍‌ଭର, ସଂଖ୍ୟା: ୧, ଆରାଧନା : ଭଗବାନ ଶିବ ।

ସିଂହ : କୃଷ୍ଣପକ୍ଷର ନବମ ଚନ୍ଦ୍ର ଯୋଗୁ ଗୁରୁଜନଙ୍କ ସହ ବିବାଦ, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ । ଅପମାନ, ଅପଯଶ ଓ ଅପନିନ୍ଦା ମିଳିବ ଓ ପରିବାରରେ ଅଶାନ୍ତିର ବାତାବରଣ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗି ରହିବ ଏବଂ କର୍ମରେ ବିଫଳତା, ମାନ ସମ୍ମାନ ହାନି ଓ ସହକର୍ମୀଙ୍କ ଉପହାସର ପାତ୍ର ହେବେ । ଯେଉଁମାନଙ୍କର ମଘା ସିଂହ, ସେମାନେ ସତର୍କ ହେବେ ।

 ଶୁଭ ରଙ୍ଗ : ଗୋଲାପୀ, ସଂଖ୍ୟା : ୬, ଆରାଧନା : ମା’ ମାଣିକେଶ୍ୱରୀ ।

କନ୍ୟା : ଅଷ୍ଟମ ଚନ୍ଦ୍ର, ମଙ୍ଗଳବାର ଓ କେତୁଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ବାଦବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର ଏବଂ ଯାନବାହନ ଆରୋହଣ କାଳରେ ସତର୍କ ହେବେ । ମନରେ ବିରକ୍ତିଭାବ ଓ ଚିଡ଼ିଚିଡ଼ାପଣ ପ୍ରକାଶ ପାଇବ ଏବଂ ସମସ୍ତ କର୍ମରେ ଭୁଲ୍‌ ନିଷ୍ପତ୍ତି ନେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ ଏବଂ କର୍ମରେ ବିଫଳତା, ବାଧାବିଘ୍ନ ଲାଗି ରହିବ । ଯେଉଁମାନଙ୍କର ହସ୍ତା କନ୍ୟା, ସେମାନେ ସତର୍କ ହେବେ । 

ଶୁଭ ରଙ୍ଗ : ସବୁଜ, ସଂଖ୍ୟା : ୧୨, ଆରାଧନା : ମା’ ତ୍ରିପୁରସୁନ୍ଦରୀ ।

ତୁଳା : ସପ୍ତମ ଚନ୍ଦ୍ର ଯୋଗୁ ମାନସିକ, ପାରିବାରିକ ଶାନ୍ତି ଏବଂ ସହଧର୍ମିଣୀଙ୍କ ସହ ସମ୍ପର୍କ ମଧୁର ରହିବ । ପରିଚିତ ମହିଳାଙ୍କଠାରୁ ସାହାଯ୍ୟ, ସହଯୋଗ ଧନପ୍ରାପ୍ତି ହେବ । ମୂଲ୍ୟବାନ ଧାତୁ, ବସନଭୂଷଣ ଓ ଘରୋଇ ଉପକରଣ କ୍ରୟ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଏବଂ ମହିଳା ସହକର୍ମୀଙ୍କ ସହଯୋଗ ପ୍ରାପ୍ତ କରିବେ । ଯେଉଁମାନଙ୍କର ଚିତ୍ରା ଓ ବିଶାଖା ତୁଳା, ସେମାନେ ଉପକୃତ ହେବେ ।

 ଶୁଭ ରଙ୍ଗ : ଧଳା, ସଂଖ୍ୟା : ୪, ଆରାଧନା : ମା’ କମଳା ।

ବିଛା : ଷଷ୍ଠ ଚନ୍ଦ୍ର, ମଙ୍ଗଳବାର ଯୋଗୁ ପୁରାତନ ରୋଗରୁ ଆରୋଗ୍ୟ ହେବେ । ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି, ଦେହ ମନ ସୁସ୍ଥ ରହିବ । ପରୋପକାର, ସମାଜସେବା ଏବଂ ଧାର୍ମିକ କର୍ମରେ ଅଧିକ ଆଗ୍ରହ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତି ହେବ । କର୍ମରେ ସଫଳତା ଏବଂ କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଓ ପ୍ରତିବନ୍ଧକ ଦୂର ହେବ । ଯେଉଁମାନଙ୍କର ବିଶାଖା ଓ ଜ୍ୟେଷ୍ଠା ବିଛା, ସେମାନେ ସୁଫଳ ପାଇବେ । 

ଶୁଭ ରଙ୍ଗ : ହଳଦିଆ, ଶୁଭ ସଂଖ୍ୟା : ୩, ଆରାଧନା : ମା’ ଚଣ୍ଡୀ ।

ଧନୁ : କୃଷ୍ଣପକ୍ଷର ପଞ୍ଚମ ଚନ୍ଦ୍ର ଯୋଗୁ ମାନ ସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା, ପରିବାରରେ ମତାନ୍ତର ଏବଂ ଇତର ଜନଠାରୁ ଅପମାନ ପାଇବେ । ସନ୍ତାନମାନଙ୍କର ଶିକ୍ଷା, ଦୀକ୍ଷା, ଚାଲିଚଳନକୁ ନେଇ ଚିନ୍ତିତ ହେବେ ଏବଂ ପିତାମାତାଙ୍କ ସହ ମତାନ୍ତର ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ ଅଯଥା ଖର୍ଚ୍ଚ ଅଧିକ ହେବ । କର୍ମରେ ବିଫଳତା ଓ କର୍ମ ପ୍ରତି ଅନାଗ୍ରହ ଭାବ ପ୍ରକାଶ ପାଇବ । ଯେଉଁମାନଙ୍କର ମୂଳା ଧନୁ, ସେମାନେ ସତର୍କ ହେବେ ।

 ଶୁଭ ରଙ୍ଗ : ଲାଲ୍‌, ଶୁଭ ସଂଖ୍ୟା : ୨, ଆରାଧନା : ପ୍ରଭୁ ଶ୍ରୀଜଗନ୍ନାଥ । 

ମକର : ଘାତବାର ଓ ଚତୁର୍ଥ ଚନ୍ଦ୍ର ହେତୁ ସମସ୍ତ କର୍ମରେ ଓ ବ୍ୟବସାୟରେ ଶୁଭଫଳ ମିଳିଲେ ମଧ୍ୟ ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ । ସ୍ୱଜନ, ପରିଜନ, ବନ୍ଧୁବାନ୍ଧବ, ସହକର୍ମୀଙ୍କ ସହଯୋଗ ଓ ପଡ଼ୋଶୀଙ୍କ ସହ ସମ୍ପର୍କ ମଧୁର ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ପରିବହନ ବ୍ୟବସାୟର ସୁଯୋଗ ଜୁଟିବ । କର୍ମରେ ସଫଳତା, ସମ୍ମାନ ଓ ପ୍ରମୋଶନ ମିଳିପାରେ । ଯେଉଁମାନଙ୍କର ଉତ୍ତରାଷାଢ଼ା ଓ ଧନିଷ୍ଠା ମକର, ସେମାନେ ଉପକୃତ ହେବେ । 

ଶୁଭ ରଙ୍ଗ : କଳା, ଶୁଭ ସଂଖ୍ୟା : ୩, ଆରାଧାନା : ମା କାଳୀ ।

କୁମ୍ଭ : ତୃତୀୟ ଚନ୍ଦ୍ର ଯୋଗୁ ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି, ଭାଇଭଉଣୀଙ୍କ ସାହାଯ୍ୟ, ସହଯୋଗ ମିଳିବ । ସୁଖବର, ସୁସମ୍ବାଦ ମିଳିବ ଏବଂ ସମସ୍ତ କର୍ମରେ ସୁଚିନ୍ତିତ ପଦକ୍ଷେପ ନେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ବ୍ୟବସାୟର ଶାଖା ବଢ଼ାଇବା ପାଇଁ ଉଦ୍ୟମ କରିବେ । କର୍ମରେ ସଫଳତା ଓ ସମସ୍ତ କର୍ମରେ ଆପଣଙ୍କର କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ । ଯେଉଁମାନଙ୍କର ଧନିଷ୍ଠା ଓ ପୂର୍ବଭାଦ୍ର କୁମ୍ଭ, ସେମାନେ ସୁଫଳ ପାଇବେ । 

ଶୁଭ ରଙ୍ଗ  : ଇନ୍ଦ୍ରନୀଳ, ଶୁଭ ସଂଖ୍ୟା : ୩, ଆରାଧନା : ମା’ ବିମଳା । 

ମୀନ : କୃଷ୍ଣପକ୍ଷର ଦ୍ୱିତୀୟ ଚନ୍ଦ୍ର ଯୋଗୁ ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମତାନ୍ତର ଏବଂ ଆର୍ôଥକ ଠକାମିରେ ପଡ଼ିପାରନ୍ତି । ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜିଯାଇପାରେ ଏବଂ ମାଲିମକଦ୍ଦମାରେ ପଡ଼ିପାରନ୍ତି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ ଏବଂ କର୍ମରେ ବିଫଳତା ଓ ବାଧାବିଘ୍ନ ଲାଗି ରହିବ । ଯେଉଁମାନଙ୍କର ଉତ୍ତରଭାଦ୍ର ମୀନ, ସେମାନେ ସତର୍କ ହେବେ । 

ଶୁଭ ରଙ୍ଗ : ଗୋଲାପୀ, ଶୁଭ ସଂଖ୍ୟା : ୯, ଆରାଧନା : ମା’ ତାରା ।

ଜ୍ୟୋତିର୍ବିଦ୍‌ : କୈଳାସ ଦାଶ

ଯୋଗାଯୋଗ : ୯୪୩୭୧୩୩୪୭୩

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.