ଜନ୍ମାଷ୍ଟମୀରେ ଘରର ଏହି କୋଣରେ ରଖନ୍ତୁ ମୟୁର ପୁଛ, ହୋଇଯିବେ କୋଟିପତି

ମୟୁର ପୁଛ ଦେଖିବାକୁ ଖୁବ ସୁନ୍ଦର ଏବଂ ଏହାକୁ ସମସ୍ତେ ଭଲ ପାଆନ୍ତି । ଏହା ସହିତ ଏହାକୁ ପୂଜା ମଧ୍ୟ କରାଯାଏ । କୃଷ୍ଣଙ୍କ ମୁଣ୍ଡରେ ଏହା ଶୋଭା ପାଉଥିବାରୁ ଏହାକୁ ପବିତ୍ର ବୋଲି କୁହାଯାଏ । ତେବେ ଜନ୍ମାଷ୍ଟମୀରେ ସମସ୍ତ କୃଷ୍ଣ ଭକ୍ତଙ୍କ ପାଇଁ ଏହି ମୟୁର ପୁଛ ବହୁତ ଖାସ୍  ହୋଇଥାଏ। ଏମିତିକି ଜନ୍ମାଷ୍ଟମୀରେ ମୟୁର ପୁଛ ବ୍ୟକ୍ତିର ଭାଗ୍ୟ ବଦଳାଇ ଦେଇଥାଏ ବୋଲି କୁହାଯାଏ। ଆଜି ଆମେ ଏହି ମୟୁର ପୁଛ ବିଷୟରେ କିଛି ଖାସ୍ କଥା କହିବାକୁ ଯାଉଛୁ ଯାହା ଆପଣଙ୍କର ଭାଗ୍ୟ ବଦଳାଇବା ସହ ଆପଣଙ୍କୁ କୋଟିପତି ମଧ୍ୟ କରାଇବ।

ପ୍ରାୟ ସମସ୍ତଙ୍କ ଘରେ କୈାଣସି କଥାକୁ ନେଇ ବାଦ ବିବାଦ ଲାଗି ରହିବା ଭଳି ସମସ୍ୟା ଦେଖାଦେଇଥାଏ। ଯାହା କେବେ ବି ସମାପ୍ତି ହୋଇନଥାଏ। ଯଦି ଆପଣଙ୍କ ଘରେ ବି ଏଭଳି ସମସ୍ୟା ଦେଖାଦେଉଛି ତାହେଲେ ଘରର ମନ୍ଦିର ତଥା ପୂଜା ଘରେ ବାଇଁଶି ଏବଂ ମୟୁର ପୁଛକୁ ଏକା ସହ ରଖନ୍ତୁ। ଏଭଳି କରିଲେ ଘରେ ଥିବା ନକରାତ୍ମକ ଶକ୍ତିର ସମାପ୍ତି ଘଟିଥାଏ।

କୁହାଯାଏ ଜନ୍ମାଷ୍ଟମୀ ଦିନ ପୂଜା କରିବା ପରେ ଘରେ ମୟୁର ପୁଛ ଆଣି ରଖିଲେ ଘରର ମହୋଲ ବହୁତ ପବିତ୍ର ହୋଇଥାଏ। ଏଭଳି କରିଲେ ଘରେ ଲାଗିରହିଥିବା କଳହ ଦୂରେଇ ଯାଇଥାଏ। ଏହା ସହିତ ଧନ ଦେବୀ ମା ଲକ୍ଷ୍ମୀଙ୍କ କୃପା ସବୁବେଳେ ଲାଗି ରହିବା ସହିତ ଧନପ୍ରାପ୍ତି ହେବ।

ଘରେ ସବୁବେଳେ ସକରାତ୍ମକ ଶକ୍ତି ବଜାୟ ରଖିବା ପାଇଁ ପ୍ରତିଦିନ ପୂଜା ପାଠ ଓ ଆରତି ପରେ ଘରେ ମୟୁର ପୁଛକୁ ଅଳ୍ପ ହଲାଇବା ଦରକାର।

ଏହା ସହିତ ଜନ୍ମାଷ୍ଟମୀ ଦିନ ମୟୁର ପୁଛକୁ ଘରର ଏଭଳି କୋଣରେ ରଖିବା ଦରକାର ଯେଉଁଠାରେ ଘରକୁ ପ୍ରବେଶ କରୁଥିବା ସଦସ୍ୟଙ୍କ ନଜର ପ୍ରଥମେ ସେହି ମୟୁର ପୁଛ ଉପରେ ପଡ଼ିବ। କେବଳ ଜନ୍ମାଷ୍ଟମୀ କାହିଁକି ସବୁଦିନ ପାଇଁ ମଧ୍ୟ କରିପାରିଲେ ମଧ୍ୟ ଭଲ। ଏହା ସହିତ ଘରର ଅଲଗା ଅଲଗା କୋଣରେ ମୟୁର ପୁଛ ଲଗାଇଲେ ଘରର ନକରାତ୍ମକ ଶକ୍ତି ତଥା ବାସ୍ତୁ ଦୋଷ ଦୂରେଇ ଯାଇଥାଏ।

   ସମ୍ବନ୍ଧିତ ଖବର


ଫେସବୁକ୍‌ରେ ବାରମ୍ୱାର ଆକ୍ଟିଭ୍ ରହୁଛନ୍ତି କି , ସାବଧାନ ! ଏହି ସମସ୍ୟାରେ ପଡ଼ି ପାରନ୍ତି

ମଥାରେ ତିଳକ ଲଗାଇବାର ବୈଜ୍ଞାନିକ କାରଣ

ସାବଧାନ ! ଟ୍ୟାପ୍‌ ପାଣିରେ ଆସୁଛି ଘାତକ ଜୀବାଣୁ – ବ୍ରେନ୍‌କୁ କରୁଛି ଅକାମୀ…

ଜଳଖିଆରେ କ୍ଷୀର ରକ୍ତ ଶର୍କରା ସ୍ତର ହ୍ରାସ କରେ

ଡିଏନ୍‌ଏ ଗବେଷଣାରୁ ମିଳିଲା ଚିକିତ୍ସାର ଏକ ନୂଆ ଉପାୟ-ଏହି ଜିନିଷ କମ୍‌ଥିଲେ ଗୁରୁତର ହେଉଛନ୍ତି ରୋଗୀ

ସାବଧାନ ! ଆପଣ ପାଖକୁ ବି ଫୋନ୍‌ ଆସିପାରେ – ସେକ୍ସ ପାଇଁ ଅଫର ଦେଉଛନ୍ତି ଯୁବତୀ