ଏଥିରୁ ହୋଇ ପାରିବ ହୀରା -ଜାଣନ୍ତୁ ଆଉ କିଛି ଅଜଣା କଥା

ବୈଜ୍ଞାନିକ ପଦ୍ଧତି ସାହାଯ୍ୟରେ ପିନଟ୍‌କୁ – ହୀରାରେ ପରିବର୍ତ୍ତନ କରା ଯାଇପାରିବ । ଜର୍ମାନରେ ଏକ ଗବେଷଣାଗାରରେ ପିନଟ୍‌ ବଟର ଓ କାର୍ବନ ଡାଇଅକ୍ସାଇଡ୍‌ ମିଶ୍ରଣରୁ ହୀରା ପ୍ରସ୍ତୁତ କରାଯାଇଥିଲା ।

ଆମେ ସମସ୍ତେ ଜାଣିଛୁ ଶିଶୁ ଜନ୍ମ ହେବା ସମୟରେ ତା’ର ଦାନ୍ତ ନଥାଏ । କିନ୍ତୁ ଜନ୍ମ ହେଉଥିବା ୨୦୦୦ ଶିଶୁଙ୍କ ମଧ୍ୟରେ ଜଣେ ଶିଶୁ ଦାନ୍ତ ସହିତ ଜନ୍ମ ହୋଇଥାଏ ।

ମହାନ ବୈଜ୍ଞାନିକ ଆଲଫ୍ରେଡ୍‌ ନୋବେଲ ୧୮୬୬ ମସିହାରେ ଡାଇନାମାଇଟର ଆବିଷ୍କାର କରିଥିଲେ ।

ଏଡ୍‌ସର ପ୍ରଥମ ରୋଗୀ ୧୯୨୦ରେ କିନସାସା ସହରରେ ଚିହ୍ନଟ ହୋଇଥିଲା ।

ଗଛରେ ଛିଦ୍ର କରୁଥିବା କାଠହଣା ଚଢ଼େଇ ୧୦୦୦ ଗୁଣ ଅଧିକ କ୍ଷୀପ୍ର ତା’ର ମୁଣ୍ଡକୁ ଆଗ ପଛ କରିପାରେ ।

୧୬ ସେପ୍ଟେମ୍ବର ୧୮୧୧ରେ ନ୍ୟୁ ମାଦ୍ରିଦରେ ୭.୯ ରିକ୍ଟର ଭୂକମ୍ପ କାରଣରୁ ମିସିସିପି ନଦୀ ଓଲଟା ବୋହିବାକୁ ଲାଗିଥିଲା ।

ବମ୍‌ କେଉଁ ସ୍ଥାନରେ ଅଛି ଜାଣିବା ପାଇଁ କୁକୁରଙ୍କୁ ଟ୍ରେନିଙ୍ଗ୍‌ ଦିଆଯାଇଥାଏ । ହେଲେ ଜାଣିଛନ୍ତି କି ମହୁମାଛିଙ୍କୁ ମଧ୍ୟ ଏହି କାମ ପାଇଁ ଟ୍ରେନିଙ୍ଗ୍‌ ଦିଆଯାଇଥାଏ ।

ବୈଜ୍ଞାନିକ ବିଧି ଟକ୍ସିନିରିଙ୍ଗ୍‌ ଏମିତି ଏକ ବିଧି ଯାହା ବିଷକୁ କଷ୍ଟ ନିବାରଣ ଔଷଧରେ ପରିଣତ କରିଥାଏ ।

   ସମ୍ବନ୍ଧିତ ଖବର


ଏହି ରାଜ୍ୟରେ ଜୁନ୍ ମାସ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ

ସାଇକେଲରେ ସାରା ବିଶ୍ୱ ବୁଲୁଛନ୍ତି ଏହି ବ୍ୟକ୍ତି, ଏପର୍ଯ୍ୟନ୍ତ ଯାଇ ସାରିଛନ୍ତି ଏତେ ଦେଶ…

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗଇଙ୍କର ପରଲୋକ-ତିନିମାସ ତଳେ କରୋନା ଆକ୍ରାନ୍ତ ହୋଇଥିଲେ

ଚିରା ପାସପୋର୍ଟ ଯୋଗୁଁ ଏୟାରପୋର୍ଟରେ ଖୋଲିଗଲା ପତିଙ୍କ ରାଜ୍, ରାଗରେ ପତ୍ନୀ ନେଲେ ଏମିତି ନିଷ୍ପତ୍ତି…

ଜୀବିତ ଯୁବକଙ୍କ ପୋଷ୍ଟମର୍ଟମ ! ଆଉ ତା ପରେ…

କରୋନା:ଭାରତରେ ଟ୍ରାଏଲ୍‌ ଚାଲିଥିବା ଅକ୍ସଫର୍ଡ ଟିକା ୯୦ ପ୍ରତିଶତ ପ୍ରଭାବୀ