ହ୍ୱାଇଟ୍‌ ହାଉସ୍‌କୁ କରୋନା ଭୟ ; ଟ୍ରମ୍ପଙ୍କ ଜଣେ ବରିଷ୍ଠ ପରାମର୍ଶଦାତାଙ୍କ ପତ୍ନୀଙ୍କୁ କରୋନା ଭାଇରସ୍ ପଜିଟିଭ୍

ୱାଶିଂଟନ ୦୯ /୦୫: ଆମେରିକା ଉପରାଷ୍ଟ୍ରପତି ମାଇକ୍ ପେନ୍ସଙ୍କ ପ୍ରେସ୍‌ ସେକ୍ରେଟାରୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜଣେ ବରିଷ୍ଠ ପରାମର୍ଶଦାତାଙ୍କ ପତ୍ନୀଙ୍କୁ କରୋନା ଭାଇରସ୍ ପଜିଟିଭ୍ ଆସିଛି । ଏହାପରେ ହ୍ୱାଇଟ ହାଉସ ଭିତରେ ଏହି ଜୀବାଣୁ ବିସ୍ତାର ହେବାର ଆଶଙ୍କା ଘନିଭୂତ ହୋଇଯାଇଛି।

ହ୍ୱାଇଟ ହାଉସର ଇମିଗ୍ରେସନ ପରାମର୍ଶଦାତା ତଥା ବକ୍ତବ୍ୟ ଲେଖକ ଷ୍ଟିଫେନ ମିଲରଙ୍କୁ ବିବାହ କରିଥିବା କେଟି ମିଲରଙ୍କୁ କରୋନା ପଜିଟିଭ ହୋଇଥିବା ଖବର  ନିଜେ ଟ୍ରମ୍ପ ଶୁକ୍ରବାର ଦିନ ରିପବ୍ଲିକାନ ଆଇନଜୀବୀମାନଙ୍କ ସହ ଏକ ବୈଠକରେ ପ୍ରକାଶ କରିଛନ୍ତି।

ଟ୍ରମ୍ପଙ୍କ ବ୍ୟକ୍ତିଗତ ସଚିବ ପଜିଟିଭ ପରୀକ୍ଷା କରିଥିବା ଖବର ଆସିବାର ଗୋଟିଏ ଦିନ ପରେ ଟ୍ରମ୍ପ ଏହି କଥା କହିଛନ୍ତି।

“କେଟି, ସେ ଦୀର୍ଘ ସମୟ ଧରି ପରୀକ୍ଷାରେ ବହୁତ ଭଲ କରିଥିଲେ ଏବଂ ହଠାତ୍ ଆଜି ସେ ପଜିଟିଭ୍ ପରୀକ୍ଷା କରିଥିଲେ ବୋଲି ଟ୍ରମ୍ପ କହିଛନ୍ତି।  ଆଉ ସେ ନିଜେ ତାଙ୍କ ସହ ଯୋଗାଯୋଗ କରିନାହାଁନ୍ତି ,କିନ୍ତୁ ସେ ଉପରାଷ୍ଟ୍ରପତିଙ୍କ ସହ ସମୟ ଅତିବାହିତ କରିଛନ୍ତି । ମୁଁ ବୁଝିଛି ମାଇକଙ୍କର ପରୀକ୍ଷା କରାଯାଇଛି ଏବଂ ତାଙ୍କର ନେଗେଟିଭ ପରୀକ୍ଷା ହୋଇଛି ବୋଲି ଟ୍ରମ୍ପ କହିଛନ୍ତି ।

ଟ୍ରମ୍ପଙ୍କ ମନ୍ତବ୍ୟ ସତ୍ତ୍ୱେ ଏହି ଦୁଇଟି ମାମଲାରେ ରାଷ୍ଟ୍ରପତି ତଥା ଉପରାଷ୍ଟ୍ରପତିଙ୍କ ପାଇଁ ସଂକ୍ରମଣର ଭୟକୁ ବଢ଼ାଇ ଦେଇଛି। କାରଣ ହ୍ୱାଇଟ୍‌ ହାଉସ୍‌ରେ ଦୁଇ ଜଣ ବ୍ୟକ୍ତିଙ୍କୁ ପଜିଟିଭ୍‌ ଆସିଛି ,ଯେଉଁମାନେ କି ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କର ଖୁବ୍‌ ପାଖ ଲୋକ ।

ଉଲ୍ଲେଖନୀୟ ଯେ,  କରୋନା ଭାଇରସରେ ଆମେରିକାର ମୃତ୍ୟୁସଂଖ୍ୟା ୭୭୦୦୦ ଛୁଇଁଛି ।

   ସମ୍ବନ୍ଧିତ ଖବର


ମହିଳାଙ୍କ ଉପରେ ମୁକେଶ ଖାନ୍ନାଙ୍କ ବିବାଦୀୟ ମନ୍ତବ୍ୟର ଭିଡିଓ ଭାଇରାଲ, ଫ୍ୟାନ୍ସ କହିଲେ-‘ଶକ୍ତିମାନ’ ନୁହେଁ ‘କିଲଭିସ୍’

ପୁଣି ସୀମାରେ ପାକିସ୍ତାନୀ ଡ୍ରୋନ୍, ବିଏସ୍‌ଏଫ୍‌ର ଫାୟରିଂ ପରେ ଫେରିଗଲା

ଲୁଚା ଛପା ଭାବରେ ନିଜ ଦେଶର ଲୋକଙ୍କୁ ଚୀନ୍ ଦେଉଛି ଟୀକା, ଅନ୍ୟ କାହାକୁ ଜଣାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ ଧମକ

ବିବାହ ପାଇଁ ଧର୍ମପରିବର୍ତ୍ତନ ବୈଧ ନୁହେଁ, ଆହ୍ଲାବାଦ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି

ପୁଣି କରୋନା ନେଲା ୧୨ ମୁଣ୍ଡ: ମୃତ୍ୟୁସଂଖ୍ୟା ୧୩୨୦କୁ ଛୁଇଁଲା

ଖଇନି ଖାଇବାର ନିଶା: ଅଧାବାଟରେ ଟ୍ରେନର ଚେନ୍ ଟାଣି କିଣିବାକୁ ଗଲେ ଯାତ୍ରୀ, ଧରାପଡିବା ପରେ…