PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ଏଣିକି ଭତ୍ତା ପାଇଁ ଆଧାର ଲିଙ୍କ୍‌ ବାଧ୍ୟତାମୂଳକ, ନଚେତ୍ ଉଠାଇ ପାରିବେନି ଟଙ୍କା: ବିଏମ୍‌ସି-ଏକ୍ସିସ୍‌ ବ୍ୟାଙ୍କ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷର

ଭୁବନେଶ୍ୱର ୨୮/୧୨: ସାମାଜିକ ସୁରକ୍ଷା ଅଧୀନରେ ଭତ୍ତା ପାଉଥିବା ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ପାଇଁ ଆଧାର କାର୍ଡ ସଂଯୋଗକୁ ବାଧ୍ୟତାମୂଳକ କରିଛି ବିଏମ୍‌ସି । ଏଥିପାଇଁ ବିଏମ୍‌ସି ଓ ଆକ୍ସିସ୍‌ ବ୍ୟାଙ୍କ ମଧ୍ୟରେ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର ହୋଇଛି ।
  

ଆଧାରକାର୍ଡ ସଂଯୋଗ ହୋଇନଥିଲେ ବା ବାୟୋମେଟ୍ରିକ୍‌ ରିଡର୍‌ରେ ଅଙ୍ଗୁଳି ଛାପ ନ ମିଶିଲେ ଭତ୍ତା ଟଙ୍କା ଦିଆଯିବନି । ତେବେ କିଛି ଜରୁରୀ କ୍ଷେତ୍ରରେ ପୂର୍ବ ଭଳି ଭତ୍ତା ଟଙ୍କା ଦିଆଯିବ । ଆଜି ବିଏମ୍‌ସି ସମ୍ମିଳନୀ କକ୍ଷରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଏମ୍‌ସି ଓ ଆକ୍ସିସ୍‌ ବ୍ୟାଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ବିଏମ୍‌ସି କମିଶନରଙ୍କ ଉପସ୍ଥିତିରେ ଡେପୁଟି କମିଶନର ଅଶୋକ କୁମାର ମହାନ୍ତି ଓ ଆକ୍ସିସ୍‌ ବ୍ୟାଙ୍କ ପକ୍ଷରୁ ସାମନ୍ତରାପୁର ଶାଖା ଆକ୍ସିସ୍‌ ବ୍ୟାଙ୍କ୍ର ବ୍ରଜକିଶୋର ମିଶ୍ର ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ । ଆଧାର ସଂଯୋଗୀକରଣ ମାଧ୍ୟମରେ ଭତ୍ତା ପ୍ରଦାନ ଦ୍ୱାରା ବ୍ୟବସ୍ଥାରେ ସ୍ୱଚ୍ଛତା ଆସିବ । ଏହାଦ୍ୱାରା ପ୍ରକୃତ ହିତାଧିକାରୀଙ୍କ ପାଖରେ ଭତ୍ତା ପହଞ୍ଚାଇବାକୁ ସୁନିଶ୍ଚିତ କରାଯାଇପାରିବ ବୋଲି କମିଶନର ଶ୍ରୀଚୌଧୁରୀ କରିଛନ୍ତି ।
  

ଏହି ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଆକ୍ସିସ୍‌ ବ୍ୟାଙ୍କ ସରକାରୀ ସମ୍ପର୍କ ମୁଖ୍ୟ ଦେବାର୍ଚ୍ଚନା ମିଶ୍ର କହିଲେ ଯେ, ହିତାଧିକାରୀଙ୍କୁ ସେବା ଯୋଗାଇବାକୁ ବ୍ୟାଙ୍କ ତରଫରୁ ବିଜନେସ୍‌ କରେସ୍‌ପଣ୍ଡେଣ୍ଟ ନିୟୋଜିତ କରାଯାଇଛି । ମାଇକ୍ରୋ ଏଟିଏମ୍‌ ଓ ବାୟୋମେଟ୍ରିକ୍‌ ରିଡର୍‌ ଭଳି ସେବା ବିନା ମୂଲ୍ୟରେ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ । ସବୁ ମାସ ଶେଷରେ ବିଏମ୍‌ସିକୁ ଆକ୍ସିସ୍‌ ବ୍ୟାଙ୍କ୍‌ ତରଫରୁ ସ୍ୱତନ୍ତ୍ର ଫର୍ମାଟ୍‌ରେ ଭତ୍ତା ରାଶି ପ୍ରଦାନର ବିବରଣୀ ପ୍ରଦାନ କରାଯିବ ବୋଲି ଆକ୍ସିସ୍‌ ବ୍ୟାଙ୍କ୍‌ ରାଜ୍ୟ ମୁଖ୍ୟ ଅରବିନ୍ଦ ସାହୁ କହିଥିଲେ ।   ଏବେ ବିଏମ୍‌ସି ଅଧୀନରେ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ୨୧ ହଜାର ୭୭୭ ହିତାଧିକାରୀ ଭତ୍ତା ନେଉଛନ୍ତି । ଏଥିରୁ ୧୮ହଜାର ୨୮୦ଜଣଙ୍କ ଆଧାର ସଂଯୋଗ ହୋଇସାରିଛି । ଆଧାର ସଂଯୋଗ ହୋଇଥିବା ହିତାଧିକାରୀଙ୍କ ମଧ୍ୟରୁ ୧୧ହଜାର ୭୧୫ ଜଣଙ୍କ ଆଧାରଯୁକ୍ତ ପେମେଣ୍ଟ ପାଇଁ ପ୍ରକ୍ରିୟା ସରିଥିବା ଜଣାଯାଇଛି । ଅନ୍ୟ ହିତାଧିକାରୀଙ୍କ ଖୁବ୍‌ଶୀଘ୍ର ଆଧାର କାର୍ଡ ସଂଯୋଗ କରାଯିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି ।
  

ବିଏମ୍‌ସି ଡେପୁଟି କମିଶନର(ରାଜସ୍ୱ) ଶ୍ରୀମନ୍ତ ମିଶ୍ର, ମୁଖ୍ୟ ବିତ୍ତ ଅଧିକାରୀ ଲାବଣ୍ୟ ଶବର, ଉତ୍ତର ଜୋନାଲ ଡେପୁଟି କମିଶନର ପ୍ରମୋଦ କୁମାର ପୃଷ୍ଟି, ଦକ୍ଷିଣ-ପୂର୍ବ ଜୋନାଲ୍‌ ଡେପୁଟି କମିଶନର ରୂପକ କୁମାର ପଟ୍ଟନାୟକ, ଦକ୍ଷିଣ-ପଶ୍ଚିମ ଜୋନାଲ୍‌ ଡେପୁଟି କମିଶନର ରବି ନାରାୟଣ ଜେଠୀ ଓ ଡେପୁଟି କମିଶନର ଶୁଭେନ୍ଦୁ ସାହୁ ଉପସ୍ଥିତ ଥିଲେ ।