PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ଶୋଇବା ପୂର୍ବରୁ ୮୦% ଏବଂ ଉଠିବା ପରେ ୭୪% ଭାରତୀୟ ଦେଖନ୍ତି ମୋବାଇଲ୍

ନୁଆଦିଲ୍ଲୀ ୨୫/୧୨: ମୋବାଇଲ୍ ଆମ ଜୀବନର ଏକ ମୁଖ୍ୟ ଅଙ୍ଗ ପାଲଟିଯାଇଛି । ଏହା ବିନା କିଛି ସମୟ ମଧ୍ୟ ବଞ୍ଚିବା କଷ୍ଟକର ହୋଇପଡୁଛି । ଆମ ଯାହାବି କରୁ କିଛି ସମୟ ବ୍ୟବଧାନରେ ଆମ ନଜର ମୋବାଇଲ୍ ସ୍କ୍ରିନ୍ ଉପରକୁ ପଳାଏ । ମୋବାଇଲ୍ ୟୁଜର, ଉପଯୋଗିତା ଆଦି ବିଷୟ ଉପରେ ରିସର୍ଚ୍ଚ କରୁଥିବା ସଂସ୍ଥା ସାଇବର୍ ମିଡିଆ ରିସର୍ଚ୍ଚରେ ନିକଟରେ ସାମ୍ନାକୁ ଆସିଥିବା ରିପୋର୍ଟକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ସାଇବର ମିଡିଆ ରିସର୍ଚ୍ଚର ରିପୋର୍ଟ ଅନୁସାରେ ସ୍ମାର୍ଟଫୋନ୍ ଏମିତି ଏକ ମାତ୍ର ଜିନିଷ ଯାହାକୁ ୮୦ ପ୍ରତିଶତ ଭାରତୀୟ(ମୋବାଇଲ୍ ୟୁଜର) ଶୋଇବା ପୂର୍ବରୁ ଦେଖନ୍ତି । ପ୍ରାୟତଃ ଏମାନେ ରାତିରେ ମୋବାଇଲରେ ସମୟ ବିତାଇବା ପସନ୍ଦ କରନ୍ତି । ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ୭୪ ପ୍ରତିଶତ ଭାରତୀୟ ଏମିତି ଅଛନ୍ତି ଯେଉଁମାନେ ସକାଳେ ଉଠିବା ମାତ୍ରେ ମୋବାଇଲ୍ ଖୋଜନ୍ତି ଏବଂ ଅଧ ଘଣ୍ଟା ଭିତରେ ମୋବାଇଲ୍ ଫୋନ୍ ଚେକ୍ କରନ୍ତି ।

ଆପଣ ଜାଣିଛନ୍ତି କି, ୫୬ ପ୍ରତିଶତ ଲୋକଙ୍କ ମାନିବା ଅନୁସାରେ ବିନା ମୋବାଇଲରେ ଜୀବନ କଳ୍ପନା ମଧ୍ୟ କରାଯାଇହେବନି । ସିଏମଆର୍ ରିପୋର୍ଟରେ ଏନେଇ ଖୁଲାସା ହୋଇଛି ।

୮ ସହରରେ ୨ ହଜାରରୁ ଅଧିକ ଲୋକଙ୍କ ଉପରେ କରାଯାଇଥିବା ସର୍ବେ ଆଧାରରେ ଜାରି ଏହି ରିପୋର୍ଟ ଅନୁସାରେ ସୋସିଆଲ ମିଡିଆରେ ଲୋକମାନେ ଅଧିକ ସମୟ ଅତିବାହିତ କରନ୍ତି । ସର୍ବେ ଅନୁସାରେ ୨୪ ପ୍ରତିଶତ ଲୋକ ହ୍ୱାଟ୍ସଆପ୍, ୨୩ ପ୍ରତିଶତ ଲୋକ ଫେସବୁକ୍ ଓ ୧୬ ପ୍ରତିଶତ ଲୋକ ଇନଷ୍ଟାଗ୍ରାମରେ ସମୟ ବିତାନ୍ତି ।

ମୋବାଇଲ୍ ବିନା ୫ ମିନିଟ୍ ମଧ୍ୟ କଷ୍ଟ
ସାଇବର ମିଡିଆ ରିସର୍ଚ୍ଚର ଏକ ରିପୋର୍ଟ ଅନୁସାରେ ପ୍ରତି ୩ ଜଣଙ୍କ ମଧ୍ୟରୁ ଜଣେ ଭାରତୀୟ ଏମିତି ଅଛନ୍ତି ଯେଉଁମାନେ ନିଜ ପରିବାର ସଦସ୍ୟ, ପ୍ରିୟଜନ୍ କିମ୍ବା ବନ୍ଧୁଙ୍କ ସହିତ କଥାବାର୍ତ୍ତା କରୁଥିବା ସମୟରେ ୫ ମିନିଟ୍ ମଧ୍ୟ ଫୋନ୍ ନଦେଖି ରହିପାରନ୍ତିନି । ଏହି ରିପୋର୍ଟ ଅନୁସାରେ ଯଦି ଏମିତି ମୋବାଇଲର ବ୍ୟବହାର ବଢିବାକୁ ଲାଗିବ ତେବେ ଆମେ ମାନସିକ ଓ ଶାରିରୀକ ରୂପେ ବେମାର ହୋଇଯିବା ।

ସମ୍ବନ୍ଧିତ ଖବର