ଓଏନଜିସି ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ : ୫ ଜଣ ଜୀବନ୍ତ ଦଗ୍ଧ, ୮ ଗୁରୁତର

ମୁମ୍ବାଇ ୩/୯: ଅଏଲ ଆଣ୍ଡ ନାଚୁରାଲ ଗ୍ୟାସ କର୍ପୋରେସନର ନଭି ମୁମ୍ବାଇ କମ୍ପାନୀରେ ଭୟାବହ ଅଗ୍ନିକାଣ୍ଡ ହୋଇଛି। ଏଥିରେ ୫ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮ରୁ ଅଧିକ ଗୁରୁତ ଆହତ ହୋଇଛନ୍ତି । ଏବେବି କମ୍ପାନୀ ଭିତରେ ଅନେକ ଲୋକ ଫଶିଥିବା ଆଶଙ୍କା କରାଯାଉଛି ।

ଘଟଣାସ୍ଥଳରେ ଦମକଳ ଗାଡି ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରୁଛି । ପ୍ଲାଣ୍ଟଠାରୁ ୨କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳକୁ ସିଲ୍ କରି ଦେଇଛି । ଗୁରୁତର ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ ସକାଳ ୭ଟାରେ ପ୍ଲାଣ୍ଟର କୋଲ୍ଡ ଷ୍ଟୋରେଜରେ ନିଆଁ ଲାଗିଛି । ଏହି ପ୍ଲାଣ୍ଟରୁ ମୁମ୍ବାଇକୁ ଗ୍ୟାସ ଯୋଗାଣ କରାଯାଇଥାଏ । ଏଠାରୁ ବିଦେଶକୁ ମଧ୍ୟ ଗ୍ୟାସ ଯୋଗାଣ କରାଯାଇଥାଏ । ନିଆଁ ଯୋଗୁ ଏହି ପ୍ଲାଣ୍ଟରେ ଅଏଲ ପ୍ରୋସେସିଂ ଉପରେ କୌଣସି ପ୍ରଭାବ ପଡିନଥିବା ସୂଚନା ମିଳିଛି ।

ଏବେ ପ୍ଲାଣ୍ଟରେ ଗ୍ୟାସ ପ୍ରୋସେସିଂ ରୋକି ଦିଆଯାଇଛି । ଏହାସହ ଗ୍ୟାସକୁ ହଜିରା ପ୍ଲାଣ୍ଟକୁ ଡାଏଭର୍ଟ କରିଦିଆଯାଇଛି । ସ୍ଥିତି ଉପରେ ନଜର ରଖାଯାଇଛି । ବିଶେଷଜ୍ଞଙ୍କ ଅନୁଯାୟୀ ପ୍ଲାଣ୍ଟରୁ ଗ୍ୟାସ ସରିବା ପରେ ହିଁ ନିଆଁ ଉପରେ ନିୟନ୍ତ୍ରଣ ସମ୍ଭବ ହେବ ।

   ସମ୍ବନ୍ଧିତ ଖବର


ମାନସିକ ଅବସାଦ ଅର୍ଥ ନୁହେଁ ପାଗଳାମି, ଅପରାଧ ପାଇଁ ମିଳିବ ଦଣ୍ଡ

ଲଭ ଜିହାଦକାରୀଙ୍କୁ ଯୋଗୀ ରୋକଠୋକ୍‌ ଶୁଣାଇଲେ ରାମ ନାମ ସତ୍ୟ ହୈ…ସୁଧୁରି ନଗଲେ ହୋଇଯିବ ଶେଷ

ଭାରତୀୟ ସେନା ପ୍ରସ୍ତୁତ କରିଛି ସ୍ୱଦେଶୀ ଆଣ୍ଡ୍ରଏଡ୍‌ ମେସେଜିଂ ଆପ୍‌ ‘ସାଇ’

ହଲିଉଡର ଭେଟରାନ ଅଭିନେତା ସିନ୍‌ କନେରିଙ୍କ ପରଲୋକ, ୭ଟି ଫିଲ୍ମରେ ଜେମ୍ସ ବଣ୍ଡ ଭୂମିକାରେ କରିଥିଲେ ଅଭିନୟ

ଯଦି ଭଗବାନ ବି ମୁଖ୍ୟମନ୍ତ୍ରୀ ହୋଇଯାଆନ୍ତି ତେବେ ୧୦୦ ପ୍ରତିଶତ ଚାକିରି ଦେବାରେ ବିଫଳ ହେବେ: ଗୋଆ ମୁଖ୍ୟମନ୍ତ୍ରୀ

ନଭେମ୍ବରରେ ଏତେ ଦିନ ବନ୍ଦ ରହିବ ବ୍ୟାଙ୍କ, ତା ପୂର୍ବରୁ କରି ନିଅନ୍ତୁ ଜରୁରୀ କାମ