ଜନତାଙ୍କ ରୋଷର ଶୀକାର ହେଲେ ନେତ୍ରୀ, ବିଧାୟିକାଙ୍କୁ ୭କି.ମି. ଚଲାଇ ଚଲାଇ ନେଲେ ଅଞ୍ଚଳବାସୀ

କରଞ୍ଜିଆ, ୨୨/ ୦୧: ନେତାଙ୍କୁ ଜନତା ମାଗିଲେ ଜବାବ। ଏପରିକି ଜନତାଙ୍କ ରୋଷର ଶୀକାର ହେଲେ ବିଧାୟିକା। କେବଳ ସେତିକି ନୁହେଁ ବିଧାୟିକାଙ୍କୁ ପ୍ରାୟ ୭ କିମି ଚଲାଇଲେ ଗ୍ରାମବାସୀ। ଏମିତି ଏକ ଖବର ଆସିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ରେଞ୍ଜର ତାଟ ନିକଟରେ। ଯାହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି।
ମିଳିଥିବା ସୂଚନା ମୁତାବକ, ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ଗ୍ରାମବାସୀ ମାନେ ରାସ୍ତା ଅବରୋଧ କରିଥିଲେ। ପାଖାପାଖୀ ଏକ ମାସ ହେଲାଣି ତାଟ, କୁଞ୍ଜିଆ, ବିଉଁରିଆ, ନାକୁଡ଼ଶ ମତା, ପ୍ରଭୁତି ଗ୍ରାମମାନଙ୍କରେ ହାତୀ ଉପଦ୍ରବ ବ୍ୟାପକ ପନିପରିବା, ଘରଦ୍ବାର ସହ କଦଳୀ ବଗିଚା ନଷ୍ଟ କରିବା ସହିତ ୫ରୁ ଅଧିକ ଘର ଭାଙ୍ଗି ସାରିଲେଣି ହାତୀ ପୋଲ। ଏଥିରେ ଅତିଷ୍ଟ ହୋଇ ଅଞ୍ଚଳବାସୀ ବନ ବିଭାଗ ନିକଟରେ ବାରମ୍ବାର ଅଭିଯୋଗ କରୁଥିଲେ। ତେବେ ଏତେ ସବୁ ଘଟଣା ହେଉଥିଲେ ବି ବନ ବିଭାଗ ହାତୀ ଘଉଡେଇବା ପାଇଁ କୌଣସି ପଦକ୍ଷେପ ନନେଉଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ଶୁକ୍ରବାର ଦିନ ସକାଳ ୧୦ଟା ୩୦ରେ ଦୁଧିଆଣି ରେଞ୍ଜ ଅଫିସ୍ ଘେରାଓ କରିବା ସହିତ ୨୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ଅଞ୍ଚଳବାସୀ।
ଏହି ମାମଲା ଜାଣିବା ପରେ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ ଘଟଣାସ୍ଥଳକୁ ଆସି ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। ହେଲେ ଲୋକେ ବୁଝି ନଥିଲେ। ସ୍ଥିତି ପରଖିବାକୁ ବିଧାୟିକାଙ୍କୁ ୭ କିଲୋମିଟର ପାଦରେ ଚଲାଇ ଚଲାଇ ନେଇଛନ୍ତି ଉତ୍ୟକ୍ତ ଲୋକେ। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।