PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ଖରାପ ରାସ୍ତା ଯୋଗୁଁ ହୋଇପାରୁନି ବିବାହ, ଯିଏ ଥରେ ଯାଇଛି ଆଉ ଯିବାକୁ ମନ ବଳାଇନି

ନୁଆଦିଲ୍ଲୀ ୩୦/୮: ପଶ୍ଚିମବଙ୍ଗର ପଶ୍ଚିମୀ ମିଦନାପୁରରେ ଏମିତି ଏକ ଗାଁ ଅଛି, ଯେଉଁଠି ବିବାହ ପାଇଁ ପ୍ରସ୍ତାବ ଆସୁଛି କିନ୍ତୁ କେହି ବି ବିବାହ ପାଇଁ ରାଜି ହେଉନାହାଁନ୍ତି । ସେ ଝିଅ ହେଉ କିମ୍ବା ପୁଅ । କେବଳ ସେତିକି ନୁହେଁ, ଯେଉଁମାନଙ୍କ ବିବାହ ହୋଇଯାଇଛି ସେମାନେ କେହି ଏହି ଗାଁକୁ ଆସିବା ପସନ୍ଦ କରୁନାହାଁନ୍ତି । ଏହା ପଛରେ ରହିଛି ଏହି ଗାଁର ରାସ୍ତା । ଏହାର ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ।

ପଶ୍ଚିମୀ ମିଦନାପୁରର ଦାସପୁରରେ ୨ ନମ୍ବର ବ୍ଲକର ରାଜନଗର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏମିତି ଏକ ଗାଁ ଅଛି, ଯେଉଁଠି ଏଭଳି ସମସ୍ୟା ଦେଖାଯାଉଛି । ଗୋଟେ ପଟେ ନାଡାଜୋଲ ଅଞ୍ଚଳ ତ ଅନ୍ୟପଟେ ଘାଟାଲା ଯିବାର ରାସ୍ତା ଯାହା ପ୍ରାୟ ୩ କିଲୋମିଟର ଲମ୍ବା ଏବଂ ଏନକ ଦିନରୁ ଦୟନୀୟ ହୋଇ ପଡିଛି ।

ଏବେ ବି ଏହା ସମ୍ପୂର୍ଣ୍ଣ ରୂପେ ମାଟି କାଦୁଅ ରାସ୍ତା ଏବଂ ବର୍ଷା ଦିନେ ଏହାର ଅବସ୍ଥା ଅତି ଖରାପ ହୋଇଯାଏ । ଏହାର ଅବସ୍ଥା ଏତେ ଖରାପ ହୋଇଯାଏ ଗାଁ ଲୋକ ଏଥିରେ ଯିବା ପୂର୍ବରୁ ଅନେକ ଥର ଚିନ୍ତା କରନ୍ତି । ଏହି ସଡକକୁ ପାର୍ କରିବା କୌଣସି ଚାଲେଞ୍ଜଠାରୁ କମ୍ ନୁହେଁ ଏବଂ ଏହା ଏବେ ଗ୍ରାମବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଯେ ଏହି ଗାଁରେ ବିବାହ ପାଇଁ ଅନେକ ପ୍ରସ୍ତାବ ଆସିଥାଏ କିନ୍ତୁ ଶେଷରେ ସେହି ପ୍ରସ୍ତାବ ଭାଙ୍ଗିଯାଏ ।

ଏଠାକାର ଗ୍ରାମବାସୀଙ୍କ କହିବାନୁସାରେ ସେମାନଙ୍କ ପିଲାମାନେ ଭଲ ପାଠ ପଢିଛନ୍ତି । ଭଲ ଘର ଅଛି କିନ୍ତୁ ରାସ୍ତା ଖରାପ ଯୋଗୁଁ କେହି ବି ଏଠି ବିବାହ ପାଇଁ ରାଜି ହେଉନାହାଁନ୍ତି । ଯଦି କୌଣସି ଝିଅର ବିବାହ ହୋଇଯାଉଛି ତେବେ ତା ଶାଶୁଘର ଲୋକେ କିମ୍ବା ଜ୍ୱାଇଁ କେହି ବି ଆଉ ଏଠିକି ଆସିବା ପାଇଁ ରାଜି ହେଉନାହାଁନ୍ତି ।

ରାସ୍ତା ନିର୍ମାଣକୁ ନେଇ ଗ୍ରାମବାସୀ ଭାରି କ୍ରୋଧିତ ଅଛନ୍ତି । ସେମାନେ କୁହନ୍ତି ଯେ ପ୍ରଶାସନକୁ ଅନେକ ଥର ଅଭିଯୋଗ ପରେ ମଧ୍ଯ କୌଣସି ଫଳ ମିଳୁନି । ଅନ୍ଯପଟେ ସ୍ଥାନୀୟ ପଞ୍ଚାୟତ ଏହା ସଫା ସଫା କହିଛି ଯେ ରାସ୍ତା ନିର୍ମାଣକୁ ନେଇ ବହୁତ ପଇସା ଲାଗିବ ଯାହା ବର୍ତ୍ତମାନ ତାଙ୍କ ପାଖରେ ନାହିଁ ଏବଂ ଏବେ ଏହି ରାସ୍ତା ନିର୍ମାଣ କରାଯାଇପାରିବ ନାହିଁ । ପ୍ରଧାନମନ୍ତ୍ରୀ ଗ୍ରାମ୍ଯ ସଡକ ଯୋଜନା ଅନୁସାରେ ଏହି ରାସ୍ତା ନିର୍ମାଣ ପାଇଁ ଚେଷ୍ଟା ଚାଲିଛି ।  

ସମ୍ବନ୍ଧିତ ଖବର