ପଟ୍ରୋଲ ପାଇଁ ଟଙ୍କା ଦେଇପାରୁନାହାଁନ୍ତି ପାକିସ୍ତାନ ଲୋକେ,ଏବେ ଗଧ ଗାଡିରେ କରୁଛନ୍ତି ଯିବାଆସିବା

ଲାହୋର,୩୦।୪: ଗତ କିଛି ଦିନ ହେବ ଶୁଣିବାକୁ ମିଳୁଥିଲା ଯେ ପାକିସ୍ତାନରେ ଗଧଙ୍କ ସଂଖ୍ୟା  ଖୁବ୍ ବଢିଯାଇଛି। ଏପରିକି ନିଜର ନିକଟତମ ବନ୍ଧୁ ରାଷ୍ଟ୍ର କହୁଥିବା ଚୀନ ଠାରୁ ମଧ୍ୟ ଏବେ ପାକିସ୍ତାନରେ ଗଧ ସଂଖ୍ୟା ବଢିବାରେ ଲାଗିଛି। ଏହି ଏହି ଗଧ ଗୁଡିକ ହିଁ ପାକିସ୍ତାନର ଲୋକଙ୍କର ଖରାପ ସମୟରେ ପାଲଟିଛନ୍ତି ଆଶା ଭରସା। କାରଣ ପାକିସ୍ତାନରେ ଲଗାତାର ଭାବରେ ପେଟ୍ରୋଲ ମୂଲ୍ୟ ବଢିବା କାରରରୁ ପଞ୍ଜାବ ପ୍ରଦେଶରେ ଥିବା ବହୁ ସହର ଏବଂ ଲାହୋରରେ ଆଜିକାଲା ଗଧଗାଡିରେ ଲୋକମାନେ ଯିବା ଆସିବା କରୁଛନ୍ତି। ଏ ବିଷୟରେ ଖୋନ୍ ପାକିସ୍ତାନର ଟିଭି ଚ୍ୟାନେଲ ଜିଓ ନ୍ୟୁଜ ମଜାଦାର ଭିଡିଓ ପ୍ରସ୍ତୁତ କରିଛି।

ପୂର୍ବେ ଯେଉଁଠି ଲାହୋରର ରାସ୍ତାରେ ମୋଟରରେ ଚାଲୁଥିବା ରିକ୍ସା ଚାଲୁଥିଲା ଏବେ ସେଠାରେ ଚାଲୁଛି ଗଧଗାଡି। କାରଣ ପେଟ୍ରୋଲ ମୂଲ୍ୟ ସେଠାରେ ଆକାଶ ଛୁଆଁ। ସେଭଳି ଗଧ ଗାଡିର ମାଲିକଙ୍କ କହିବା ଅନୁସାରେ ପେଟ୍ରୋଲ ଓ ଡିଜେଲ ଗାଡି ତୁଳନାରେ ଗଧ ଗାଡି ଶସ୍ତା ପଡୁଛି। ଆର୍ଥିକ ଦୁର୍ବଳ ସ୍ଥିତିରେ ଗତି କରୁଥିବା ପାକିସ୍ତାନରେ ଆଜିକାଲି ପଟ୍ରୋଲ ମୂଲ୍ୟ ୧୧୩ ଟଙ୍କା ୨୬ ପଇସାରେ ପହଁଞ୍ଚି ଥିବା ବେଳେ ଡିଜେଲର ମୂଲ୍ୟ ୧୨୨.୩୨ ଟଙ୍କା। ତେଣୁ ଏତେ ଟଙ୍କା ଖର୍ଚ୍ଚ କରିନପାରି ପାକିସ୍ତାନର ଲୋକେ ଗଧଗାଡିରେ ଯିବା ଆସିବା କରିବା ଆରମ୍ଭ କରିଛନ୍ତି।  ଯାହାଫଳରେ ଏବେ ଗଧଗାଡିର ମାଲିକଙ୍କ ବ୍ୟବସାୟ ଖୁବ୍ ଭଲ ଚାଲିଛି।

ପାକିସ୍ତାନ ବିଶ୍ବର ତୃତୀୟ ଏଭଳି ଦେଶ ଯେଉଁଠି ଗଧର ସଂଖ୍ୟା ସବୁଠାରୁ ଅଧକ ରହିଛି। ଏବେ ପାକିସ୍ତାନରେ ଗଧଙ୍କ ସଂଖ୍ୟା ୫୦ ଲକ୍ଷ ପାର କରିଯାଇଛି। କେବଳ ସେତିକି ନୁହେଁ ପଞ୍ଜାବର ଲାହୋର ହେଉଛି ଏଭଳି ସ୍ଥାନ ଯେଉଁଠି ଗଧଙ୍କ ସଂଖ୍ୟା ସବୁଠାରୁ ଅଧିକ।  ପାକିସ୍ତାନ ଇକୋନୋମିକ୍ ସର୍ଭେ ୨୦୧୭-୨୦୧୮ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଗଧଙ୍କ ସଂଖ୍ୟା ୧୦୦,୦୦୦ରୁ ବଢି ୫୩ ଲକ୍ଷରେ  ପହଁଞ୍ଚି ଯାଇଛି।

ଗତ ଜୁଲାଇରେ ନିର୍ବାଚନ ସମୟରେ ପାକିସ୍ତାନରେ ରାଜନୈତିକ ସମର୍ଥକଙ୍କ କାରଣରୁ ହୀରା ନାମକ ଏକ ଗଧର ମୃତ୍ୟୁ ହୋଇଥିଲା। ଏହାପରେ ସୋସିଆଲ ମିଡିଆରେ ଏକ କ୍ୟାମ୍ପେନ ଆରମ୍ଭ କରାଯାଇଥିଲା। ଲାହୋରରେ କେବଳ ୪୧,୦୦୦ ଗଧ ରହିଛନ୍ତି, ଏବେ ଏମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଯାହାଫଳରେ ଗଧଙ୍କ ବ୍ୟବସାୟ ଖୁବ୍ ଭଲ ଚାଲିଛି। ଲାହୋରରେ ଗୋଟେ ଗଧର ମୂଲ୍ୟ ୩୫,୦୦୦ ରୁ ୫୫,୦୦୦ ହଜାର ଟଙ୍କାରେ ବିକ୍ରି ହେଉଚି। ଗଧ ମାଲିକକୁ ଗୋଟେ ଦିନରେ ୮୦୦ ରୁ ୧୦୦୦ ଟଙ୍କାର ରୋଜଗାର ମଧ୍ୟ ହେଉଛି। ପାକିସ୍ତାନ ଇକୋନୋମିକ୍ ସର୍ଭେ ଏହି ସୂଚନା ଏହି ମାସରେ ପ୍ରଦାନ କରିଛି।

   ସମ୍ବନ୍ଧିତ ଖବର


ବିଜେପିକୁ ଓବେସୀଙ୍କ କଡାପ୍ରଶ୍ନ, ବିଜେପି ଶାସିତ ୪ ରାଜ୍ୟରେ କାହିଁକି ନାହାନ୍ତି ଜଣେ ହେଲେ ମୁସଲିମ ମନ୍ତ୍ରୀ ?

ପୁଣି ଲଜ୍ଜା: ମନ୍ଦିର ପରିସରରେ ଖେଳୁଥିବା ନାବାଳିକାକୁ ପୂଜାରୀ କଲା ଦୁଷ୍କର୍ମ

ମିଗ୍-୨୯କେ ଟ୍ରେନର ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ନିଖୋଜ

ଜାଣନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କ ଏହି ସୁନ୍ଦରୀ ଗର୍ଲଫ୍ରେଣ୍ଡଙ୍କ ଦରମା କେତେ ?

ଗୁଜରାଟର ଏକ କୋଭିଡ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ଶ୍ବାସରୁଦ୍ଧ ହୋଇ ୬ ଜଣ ରୋଗୀଙ୍କ ମୃତ୍ୟୁ…

ଅନ୍ତର୍ଜାତୀୟ ଉଡ଼ାଣ ଉପରେ କଟକଣା, ଡିସେମ୍ବର ୩୧ ଯାଏ ବିମାନ ସେବା ବନ୍ଦ