PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଏବେ ଇଲେକ୍ଟ୍ରିକ୍‌ ଗାଡି କିଣିବା ପାଇଁ ଲୋକଙ୍କର ଆଗ୍ରହ – କେନ୍ଦ୍ର ଏବଂ ରାଜ୍ୟ ସରକାର ଦେଉଛନ୍ତି ସବ୍‌ସିଡି

https://www.financialexpress.com/

ନୂଆଦିଲ୍ଲୀ (ଏଜେନ୍ସି): ପେଟ୍ରୋଲ ଓ ଡିଜେଲ ଦରଦାମ ବୃଦ୍ଧି ଲୋକଙ୍କ ସମସ୍ୟା ବଢ଼ାଇ ଚାଲିଛି । ଏଭଳି ସ୍ଥିତିରେ ସେମାନେ ଇଲେକ୍ଟ୍ରିକ୍‌ ଗାଡ଼ି ପ୍ରତି ଢଳିବା ଆରମ୍ଭ କରିଛନ୍ତି । ବିଶ୍ୱରେ ୯୦% ଲୋକ ଇଲେକ୍ଟ୍ରିକ୍‌ ଗାଡ଼ି (ଇଭି) କିଣିବାକୁ ଚାହୁଁଥିବା ଏକ ସଦ୍ୟ ଅନୁଷ୍ଠିତ ସର୍ଭେରୁ ଜଣାପଡ଼ିଛି ।

ଭାରତରେ କେନ୍ଦ୍ର ସରକାରଙ୍କ ଫେମ୍‌-୨ ସବ୍‌ସିଡି ଏବଂ ଅନେକ ରାଜ୍ୟର ସରକାର ମଧ୍ୟ ସବ୍‌ସିଡି ଦେବାକୁ ଘୋଷଣା କରିଥିବାରୁ ଏହାର ଦାମ କମିବାରେ ଲାଗିଛି । ତେଣୁ ଅଧିକରୁ ଅଧିକ ଲୋକ ଏହି ଗାଡ଼ି ପ୍ରତି ଆକର୍ଷିତ ହେଉଛନ୍ତି । କନ୍‌ସଲ୍‌ଟାନ୍ସି ଫାର୍ମ ଇୱାଇ ପକ୍ଷରୁ ହୋଇଥିବା ଏକ ସର୍ଭେ ମୁତାବକ ୯୦% ଲୋକ ଇଲେକ୍ଟ୍ରିକ୍‌ ଗାଡ଼ି ପ୍ରତି ଆଗ୍ରହୀ ଅଛନ୍ତି । ସର୍ଭେରେ ୧୩ ଦେଶର ୯,୦୦୦ରୁ ଅଧିକ ଲୋକ ଭାଗନେଇଥିଲେ । ଏମାନଙ୍କ ମଧ୍ୟରେ ଭାରତରୁ ୧,୦୦୦ ଲୋକ ସାମିଲ ଥିଲେ । ଭାରତରେ ୯୯% ବା ୧,୦୦୦ ମଧ୍ୟରୁ ୯୯୦ ଲୋକ ଇଲେକ୍ଟ୍ରିକ୍‌ ଗାଡ଼ି କିଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

ସର୍ଭେରୁ ଆହୁରି ଜଣାପଡ଼ିଛି ଯେ ଇଲେକ୍ଟ୍ରିକ୍‌ ଗାଡ଼ି ବିକ୍ରି ଆସନ୍ତା ବର୍ଷ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ସ୍ତରକୁ ଚାଲିଆସିବ । ୪୦% ଲୋକ ଇଲେକ୍ଟ୍ରିକ୍‌ ଗାଡ଼ି ପାଇଁ ୨୦% ପର୍ଯ୍ୟନ୍ତ ପ୍ରିମିୟମ୍‌ ଦେବାକୁ ପ୍ରସ୍ତୁତ ଅଛନ୍ତି । ଭାରତରେ ପ୍ରତି ୧୦ରୁ ୩ ଜଣ ଗ୍ରାହକ ଇଲେକ୍ଟ୍ରିକ୍‌ କାର୍‌ କିଣିବାକୁ ଚାହୁଁଛନ୍ତି । ଗାଡ଼ି ଥରେ ଚାର୍ଜ ହେଲେ ୧୦୦ରୁ ୨୦୦ କିଲୋମିଟର ପର୍ଯ୍ୟନ୍ତ ଯିବା ଉଚିତ ବୋଲି ଭାରତୀୟମାନେ ଚାହୁଁଛନ୍ତି । ଆଉ କିଛି ଲୋକ ୧୬୦ରୁ ୩୨୦ କିଲୋମିଟର ଆଶା କରୁଛନ୍ତି ।

ସର୍ଭେରୁ ଆହୁରି ଜଣାପଡ଼ିଛି ଯେ କିଛି ଲୋକ ପରିବେଶ ସୁରକ୍ଷା ପାଇଁ ଇଲେକ୍ଟ୍ରିକ୍‌ ଗାଡ଼ି କିଣିବାକୁ ଚାହୁଁଛନ୍ତି । ୬୭% ଲୋକଙ୍କ ମତ ଯେ ପେଟ୍ରୋଲ ଓ ଡିଜେଲ ଦ୍ୱାରା ଚାଳିତ ଗାଡ଼ି ଚାଲିବା ଦ୍ୱାରା ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବ । ପରିବେଶ ସୁରକ୍ଷା କରିବା ସମସ୍ତଙ୍କ ଦାୟିତ୍ୱ । ତେଣୁ ସେମାନେ ଇଲେକ୍ଟ୍ରିକ୍‌ ଗାଡ଼ି ବ୍ୟବହାର ପାଇଁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି ।