ସ୍ବାଭିମାନୀ ଚୋର: ସ୍ତ୍ରୀ-ପିଲାଙ୍କୁ ଘରକୁ ନେବା ପାଇଁ ଚୋରି କରିଥିଲେ ବାଇକ୍, ପରେ ପାର୍ସଲ କରି ମାଲିକଙ୍କୁ ଫେରାଇଦେଲେ

କୋଏମ୍ବାଟୁର,୧।୬: କ’ଣ କେବେ ଦେଖିଛନ୍ତି ଚୋରି ହୋଇଥିବା ଜିନିଷକୁ ନିଜେ ଚୋର ଫେରାଇ ଦେବା। ତେବେ ଏଭଳି ଏକ ଅଦ୍ଭୁତ ଘଟଣା ତାମିଲନାଡୁରେ ଦେଖିବାକୁ ମିଳିଛି। କୋଏମ୍ବାଟୁରରେ ଏକ ଚା’ ଦୋକାନରେ କାମ କରୁଥିବା ଜଣେ ବ୍ୟକ୍ତି ନିଜର ସ୍ତ୍ରୀ-ପିଲାଙ୍କୁ ଘରକୁ ଆଣିବା ପାଇଁ ବାଇକ୍ ଚୋରି କରିଥିଲେ। ଘରେ ପରିବାର ଲୋକଙ୍କୁ ଘରେ ପହଁଞ୍ଚାଇବା ପରେ ବାଇକକୁ ପୁଣିଥରେ ତା’ର ମାଲିକଙ୍କ ପାଖକୁ ଫେରାଇ ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ, କୋଏମ୍ବାଟୁର ପାଖ ଗାଁରେ ରହୁଥିବା ପ୍ରଶାନ୍ତ ତାଙ୍କ ପତ୍ନୀ ଏବଂ ଦୁଇଜଣ ସନ୍ତାନଙ୍କୁ ଘରକୁ ଆଣିବାକୁ ଚାହୁଁଥିଲେ, କିନ୍ତୁ ତାଙ୍କ ପାଖରେ କୌଣସି ସୁବିଧା ନଥିଲା, ଲକଡାଉନ୍ କାରଣରୁ ଗାଡି ବନ୍ଦ ଥିଲା। ଏଥିପାଇଁ ସେ ବାଧ୍ୟ ହୋଇ ବାଇକ୍ ଚୋରି କରିଥିଲେ।

ପ୍ରଶାନ୍ତ ୧୮ ମଇରେ ବାଇକ ଚୋରି କରିଥିଲେ ଓ ୨୯ ମଇରେ ବାଇକ୍ ଠିକ୍ ଠାକ୍ ଭାବରେ ଫେରାଇ ଦେଇଥିଲେ। ବାଇକର ମାଲିକ ସୁରେଶ ଖୁବ୍ ଚିନ୍ତିତ ଥିଲେ, ଠିକ୍ ସେତେବେଳେ ତାଙ୍କ ପାଖକୁ କୌଣସି ପାର୍ସଲ କମ୍ପାନୀର ଫୋନ୍ ଆସିଥିଲା ଓ ବାଇକ୍ ନେଇ ଯିବାକୁ କହିଥିଲା। ଏହା ଶୁଣି ସୁରେଶ ଖୁବ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, କିନ୍ତୁ ଡେଲିଭରି ସେଣ୍ଟରରେ ପହଁଞ୍ଚିବା ପରେ ତାଙ୍କର ବାଇକ୍ ମିଳିଯାଇଥିଲା। ଏହି କଥା ପୂର୍ବରୁ ସୁରେଶ ଖୁବ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ କିନ୍ତୁ ତାଙ୍କ ବାଇକକୁ ପାଇ ସେ ଖୁବ୍ ଖୁସି ହୋଇଯାଇଥିଲେ।

ସୁରେଶ ତାଙ୍କ ବାଇକ୍ ଚୋରି ହୋଇଥିବା ନେଇ ପୋଲିସ ନିକଟରେ ଏଫଆଇଆର ଦେଇଥିଲେ। କିନ୍ତୁ ଲକଡାଉନ୍ କାରଣରୁ ବ୍ୟସ୍ତ ଥିବା କାରଣରୁ ପୋଲିସ ତାଙ୍କର ରିପୋର୍ଟ ଲେଖିନଥିଲା। ସୁରେଶ ଚୋରକୁ ଓରିବା ପାଇଁ ସିସିଟିଭି ଫୁଟେଜ୍ ମଧ୍ୟ ବାହାର କରିଥିଲେ। କ୍ୟାମେରାର ଫୁଟେଜରେ ଜଣେ ବ୍ୟକ୍ତିକୁ ସେ ଦେଖିଥିଲେ। ବ୍ୟକ୍ତିଜଣକ ସାର୍ଟ, ହାଫ୍ ପ୍ୟାଣ୍ଡ ପିନ୍ଧିଥିଲେ।  

   ସମ୍ବନ୍ଧିତ ଖବର


ଆଲ୍‌କହଲ୍‌ ଭିତ୍ତିକ ହ୍ୟାଣ୍ଡ ସାନିଟାଇଜର୍‌ରେ ଲାଗିବ ୧୮% ଜିଏସ୍‌ଟି

ମୁକେଶ ବିଶ୍ୱର ଷଷ୍ଠ ଧନୀ : ସମ୍ପତ୍ତିରେ ଏଲନ୍‌ ମସ୍କ, ଲ୍ୟାରି ପେଜ୍‌ଙ୍କୁ ଟପିଲେ

ରାଜ୍ୟରେ କରୋନା ନେଲା ଆଉ ୩ ମୁଣ୍ଡ, ମୃତ୍ୟୁସଂଖ୍ୟା ୭୭କୁ ବୃଦ୍ଧି

ଭାରତୀୟଙ୍କ ମୋବାଇଲରେ ଲୁଚି ଲୁଚି ଖେଳ କରୁଛି ଟିକ୍‌ଟକ୍‌ : ପୁରା ଘଟଣା ଜାଣିଲେ ମୁଣ୍ଡରେ ହାତ ଦେବେ…

ଉମାଶଙ୍କର ଦାସ ଭୁବନେଶ୍ୱର ଡିସିପି, ବଦଳିଲେ ୬ ଏସ୍‌ପି, ୨ ଡିସିପି

ଆଜିଠୁ ରାଜ୍ୟରେ ପ୍ଲାଜ୍‌ମା ଥେରାପି : ଦିନକୁ ହେବ ୯ ହଜାର ପରୀକ୍ଷା