ଏହି ବ୍ୟାଙ୍କମାନେ କମ୍ ସୁଧରେ ଦେଉଛନ୍ତି ପର୍ସନାଲ୍ ଲୋନ୍, ଜାଣନ୍ତୁ ଆପଣଙ୍କୁ କେତେ ହେବ ଫାଇଦା

ନୂଆଦିଲ୍ଲୀ ୬/୮: ଯଦି ଆପଣ ପର୍ସନାଲ ଲୋନ୍ ଖୋଜୁଛନ୍ତି ତେବେ କିଛି ବ୍ୟାଙ୍କ କମ୍ ସୁଧରେ ପର୍ସନାଲ ଲୋନ୍ ଅଫର୍ କରୁଛନ୍ତି । ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, କାନାରା ବ୍ୟାଙ୍କ ଓ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ୮.୩୫% ଦରରେ ପର୍ସନାଲ ଲୋନ୍ ଦେଉଛି । ଟର୍ମ ଲୋନରେ ସୁଧ ଦର ହ୍ରାସ ପାଉଛି କାରଣ RBI ଦାବି ଓ ଆର୍ଥିକ ଗତିବିଧିକୁ ପୁର୍ନଜୀବିତ କରିବା ପାଇଁ ନୀତିଗତ ଦରକୁ କମ୍ କରିବା ଆରମ୍ଭ କରିଦେଇଛି । ନିଜ ଅନ୍ତିମ ମୌଦ୍ରିକ ନୀତି ବୈଠକରେ କେନ୍ଦ୍ରୀୟ ବ୍ୟାଙ୍କ ରେପୋ ଦର ଓ ରିଭର୍ସ ରେପୋ ଦରରେ ୪୦ bps ହ୍ରାସ କରିଛି ।

ପର୍ସନାଲ ଲୋନ
ପର୍ସନାଲ୍ ଲୋନ୍ ଆସନ୍ତାକାଲିର ଆୟକୁ ଆଜି ଉପଯୋଗ କରିବାର ଏକ ଉପାୟ । ଏଥିରେ ସାମିଲ ପ୍ରୋସେସ୍ ବହୁତ ସହଜ । କିନ୍ତୁ କାର୍ ଲୋନ୍ ପାଇଁ ସୁଧ ଦର ବହୁତ ଅଧିକ । ଏମିତି ଏଥିପାଇଁ କାରଣ ପର୍ସନାଲ୍ ଲୋନ୍ ଅସୁରକ୍ଷିତ । ଲୋନ୍ ରାଶି ଓ ସୁଧ ଦର ଆପଣଙ୍କ ଆୟ, ଲୋନ୍ ସୁଝିବାର କ୍ଷମତା ଓ ଅନ୍ୟ ମାପଦଣ୍ଡ ଉପରେ ନିର୍ଭର କରେ ।

ତେବେ ଏହି ଲୋନ୍ ପାଇଁ କୌଣସି ସର୍ତ୍ତ ନାହିଁ । ସର୍ବପ୍ରଥମେ ଏହା କି ପର୍ସନାଲ୍ ଲୋନ୍ ପାଇଁ ଆପଣଙ୍କ କ୍ରେଡିଟ୍ ସ୍କୋର ଭଲ ହେବା ଉଚିତ୍ । ପର୍ସନାଲ୍ ଲୋନ୍ ରୂପେ ଆପଣଙ୍କୁ କେତେ ଅଧିକ ରାଶି ମିଳିବ ଏହା ଆୟ, କ୍ରେଡିଟ୍ ରିପୋର୍ଟ, ଲୋନ୍ ପୈଠର କ୍ଷମତା ଓ କିଛି ଅନ୍ୟ କାରକ ଉପରେ ନିର୍ଭର କରେ । ବ୍ୟାଙ୍କରେ ପର୍ସନାଲ୍ ଲୋନ୍ ପାଇଁ ଅଲଗା ଅଲଗା ନିୟମ ରହିଛି । ଏନେଇ ବ୍ୟାଙ୍କର ୱେବସାଇଟରୁ ଆପଣଙ୍କ ସମ୍ପୂର୍ଣ୍ଣ ବିବରଣୀ ମିଳିପାରିବ ।

ପର୍ସନାଲ୍ ଲୋନ୍ ପାଇଁ ନୂଆ ସାଲାରୀ ସ୍ଲିପ୍ କିମ୍ବା ନିକଟରେ ଆୟକର ଜମା ଦସ୍ତାବେଜ୍ ଦରକାର । ଏହା ବ୍ୟତୀତ ଆୟ ପ୍ରମାଣ ସବୁଠାରୁ ଅଧିକ ଜରୁରୀ ଡକ୍ୟୁମେଣ୍ଟ । ଏହା ବ୍ୟତୀତ ଠିକଣା ପ୍ରମାଣ ପତ୍ର, ଆଧାର କାର୍ଡ, ପାସପୋର୍ଟ, ପାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଏଥିପାଇଁ ଲାଗିଥାଏ ।

ଜାଣନ୍ତୁ ବିଭିନ୍ନ ବ୍ୟାଙ୍କର ପର୍ସନାଲ୍ ଲୋନ୍ ସୁଧ ସମ୍ପର୍କରେ

ବ୍ୟାଙ୍କ                                ସୁଧ ଦର

ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ        8.35-10.20%

କାନାରା ବ୍ୟାଙ୍କ                          8.50-13.90%

ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ            8.80-11.65%

IDBI ବ୍ୟାଙ୍କ                           8.90-13.59%

ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ     9.30-13.40%

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ         9.60-15.65%

ବ୍ୟାଙ୍କ ଅଫ୍ ବରୋଦା              10.10-15.10%

HDFC ବ୍ୟାଙ୍କ                     10.75.21-30%

   ସମ୍ବନ୍ଧିତ ଖବର


ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଥିଲା ଟାଟାଙ୍କ ବିମାନ

ପରିସ୍ଥିତି ଗମ୍ଭୀର – ସ୍ଥିତି ଉଦ୍‌ବେଗଜନକ

ମଥାରେ ତିଳକ ଲଗାଇବାର ବୈଜ୍ଞାନିକ କାରଣ

ସାବଧାନ ! ଟ୍ୟାପ୍‌ ପାଣିରେ ଆସୁଛି ଘାତକ ଜୀବାଣୁ – ବ୍ରେନ୍‌କୁ କରୁଛି ଅକାମୀ…

ପ୍ରମୁଖ ପର୍ଯ୍ୟଟନସ୍ଥଳି ଗୁଡ଼ିକରେ ଯାନବାହନକୁ ଶତପ୍ରତିଶତ ସ୍ୱଚ୍ଛ ଇନ୍ଧନରେ ପରିଣତ କରାଯାଉ

ଜଳଖିଆରେ କ୍ଷୀର ରକ୍ତ ଶର୍କରା ସ୍ତର ହ୍ରାସ କରେ