ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ପେରୁର ପୂର୍ବତନ ରାଷ୍ଟ୍ରପତି, କାରଣ ଥିଲା ଏହା…

ଲିମା,୧୮।୪: ଦକ୍ଷିଣ ଆମେରିକୀୟ ଦେଶ ପେରୁର ପୂର୍ବତନ ରାଷ୍ଟ୍ରପତି ଏଲନ୍ ଗାର୍ସିଆ ଗତ ବୁଧବାର ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି। ଦୁର୍ନୀତି ମାମଲାରେ ସେ ଗିରଫ ହେବା ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଉପରେ ବାଜ୍ରିଲର ଏକ କନଷ୍ଟ୍ରକସନ୍ କମ୍ପାନୀ ଆଦେବ୍ରକ ଠାରୁ ଲାଞ୍ଚ ଦେବାର ଅଭିଯୋଗ ରହିଥିଲା। ଏହି ଅଭିଯୋଗକୁ ଗାର୍ସିଆ ଖଣ୍ଡନ କରିଥିଲେ, ଏହାପରେ ମଧ୍ୟ ତାଙ୍କୁ ପୋଲିସ ଗିରଫ କରିବା ପାଇଁ ତାଙ୍କ ଘରେ ପହଁଞ୍ଚିଥିଲା, ନିଜେ ଗିରଫ ହେବା ଠାରୁ ବଞ୍ଚିବା ପାଇଁ ସେ ଗୁଳିକରି ଆତ୍ମହତ୍ୟା କରିଛନ୍ତି।

ଗାର୍ସିଆଙ୍କୁ ଗୁରୁତର ଅବସ୍ଥାରେ ପେରୁର ରାଜଧାନୀ ଲିମାରେ ଥିବା ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗାର୍ସିଆଙ୍କ ମୃତ୍ୟୁ ସମ୍ପର୍କରେ ବର୍ତ୍ତମାନର ରାଷ୍ଟ୍ରପତି ମାର୍ଟିନ ଓ୍ବିଜକର ସୂଚନା ଦେଇଛନ୍ତି। ଗାର୍ସିଆଙ୍କ ମୃତ୍ୟୁ ପରେ ତାଙ୍କର ସମର୍ଥକମାନେ ହସ୍ପିଟାଲ ବାହାରେ ରୁଣ୍ଡ ହୋଇଥିଲେ। କିନ୍ତୁ ପୋଲିସ ସେମାନଙ୍କୁ ଘଉଡାଇ ଦେଇଥିଲା। ପେରୁର ଗୃହମନ୍ତ୍ରୀ କାର୍ଲୋସ ମୋରୋନ୍ ଗଣମାଧ୍ୟମକୁ କହିଛନ୍ତି, ଯେତେବେଳେ ପୋଲିସ ତାଙ୍କୁ ଗିରଫ କରିବାକୁ ପହଁଞ୍ଚିଥିଲା ସେତେବେଳେ ଗାର୍ସିଆ ଫୋନରେ କଥା ହେଉଥିଲେ ଏହାପରେ ସେ ନିଜ ରୁମକୁ ଯାଇଥିଲେ ଓ କବାଟ ବନ୍ଦ କରି ନିଜକୁ ଗୁଳି କରିଦେଇଥିଲେ।

ଏହାପରେ ପୋଲିସ ଘରର କାବଟ ଭାଙ୍ଗି ଦେଖିଥିଲା ଗାର୍ସିଆ ଏକ ଚୌକି ଉପରେ ପଡିରହିଥିଲେ। ତାଙ୍କ ମୁଣ୍ଡରେ ଗୁଳି ଲାଗିଥିଲା। ଏହାପରେ ପୋଲିସ ତାଙ୍କୁ ଲିମାର କେସିମିରୋ ଓଲୋଓ ହସ୍ପିଟାଲକୁ ଆଣିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷରା କରିଥିଲେ। ଉଲ୍ଲେଖନୀୟ ଯେ ଏଲନ୍ ଗାର୍ସିଆ ୧୯୮୫ରୁ ୧୯୯୦ ପର୍ଯ୍ୟନ୍ତ ପ୍ରଥମ ଥର ରାଷ୍ଟ୍ରପତି ଥିଲେ। ଏହାପରେ ୨୦୦୬ରୁ ୨୦୦୧ ପର୍ଯ୍ୟନ୍ତ ପେରୁର  ରାଷ୍ଟ୍ରପତି ରହିଥିଲେ।

   ସମ୍ବନ୍ଧିତ ଖବର


ଯୁବ ୟୁଟ୍ୟୁବର ଧକ୍କା କରିଦେଲେ ପିତାଙ୍କର ୨୫କୋଟିର କାର୍ – ଆଘାତ ପାଇ ଏମିତି ବାର୍ତ୍ତା ଦେଲେ

ମାର୍ଶଲ ଆର୍ଟ ବୟଙ୍କ କମାଲ୍: ୧ ମିନିଟ୍‌ରେ ମୁଣ୍ଡରେ ଖୋଲିଲେ ୬୮ଟି ବୋତଲର ଠିପି, କଲେ ୱାର୍ଲଡ ରେକର୍ଡ

ସ୍ଥଳ ସେନାର ବ୍ରହ୍ମୋସ୍‌ ମିସାଇଲ୍‌ର ସଫଳ ପରୀକ୍ଷଣ

‘ଆରେ ତୁମେ କ’ଣ କରୁଛ..ପୁରା କେଶ କାଟିଦେବ କି..ଆରେ ୟାର…’ ଇଣ୍ଟରନେଟ୍‌ରେ ଧମାଲ କରୁଛି ଏହି କୁନିର ଝିଅର ହେୟାର କଟିଂ ଭିଡ଼ିଓ

କୁକୁରର ହେବ ଡିଏନ୍‌ଏ ଟେଷ୍ଟ: ଶାଦାବ୍‌ଙ୍କ ‘କୋକୋ’ ନା କାର୍ତ୍ତିକଙ୍କ ‘ଟାଇଗର’…

ଆଶ୍ଚର୍ଯ୍ୟ ଲାଗିଲେ ବି ସତ: ଅନ୍ତିମ ସଂସ୍କାରର ସପ୍ତାହେ ପରେ ଘରକୁ ଫେରିଲେ ‘ଶିବ’