PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ପେଟ ଚର୍ବି କମାଇବ ହଳଦୀ

ପେଟ ଚର୍ବି କମାଇବ ହଳଦୀ ଓଜନ ହ୍ରାସ ମାମଲାରେ ହଳଦୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ଟଫ୍‌ଟସ ୟୁନିଭର୍ସିଟିର ଅଧ୍ୟୟନରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ହଳଦୀରେ ଥିବା ଯୌଗିକ କର୍କୁମିନ୍‌ ମେଦବହୁଳତା ସହ ଲଢ଼ିବାରେ ସହାୟକ ହୋଇପାରେ । ଚର୍ବି କୋଷିକା ବୃଦ୍ଧିକୁ ଦମନ କରି ଅତିରିକ୍ତ ଚର୍ବି ଜମାଟ ବାନ୍ଧିବାକୁ ଦିଏନାହିଁ । ଅଧ୍ୟୟନରେ ପ୍ରୟୋଗ କରାଯାଇଥିବା ମୂଷା ଓ କୋଷିକା ମଡେଲରେ ହଳଦୀ ଓଜନ ବୃଦ୍ଧି ହ୍ରାସ କରିଥିଲା ।

ଶରୀରରେ ପ୍ରଦାହ ହ୍ରାସ କରିବାରେ ହଳଦୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ, ଯାହା ଅନେକ ସମୟରେ ମେଦବହୁଳତା ସହ ସମ୍ପୃକ୍ତ । ପେଟର ସ୍ୱାସ୍ଥ୍ୟକୁ ହଳଦୀ ସ୍ୱତନ୍ତ୍ର ଭାବେ ପ୍ରୋତ୍ସାହିତ କରିଥାଏ, ଯାହା ଆପଣଙ୍କ ଓଜନ ହ୍ରାସ ଯାତ୍ରାକୁ ତ୍ୱରାନ୍ୱିତ କରିଥାଏ । ହଳଦୀ ପେଟରେ ବାଇଲ ଜୁସ୍‌ କ୍ଷରଣ ବୃଦ୍ଧିକରେ, ହଜମ ପ୍ରକ୍ରିୟାରେ ସହାୟକ ହୋଇଥାଏ ଏବଂ ଗ୍ୟାସ୍‌ ଦୂର କରେ । କର୍କୁମିନ୍‌ ଥର୍ମୋଜେନେସିସ୍‌କୁ ପ୍ରୋତ୍ସାହିତ କରିଥାଏ, ଯାହା ଶରୀରରେ ବୃଦ୍ଧି ପାଉଥିବା ଚର୍ବି ନଷ୍ଟ କରିବାରେ ସହାୟକ ହୋଇଥାଏ ।

ମେଟାବଲିଜମ୍‌କୁ ଏହା ପ୍ରୋତ୍ସାହିତ କରେ, ଫଳରେ ଓଜନ ହ୍ରାସ ପ୍ରକ୍ରିୟା ତ୍ୱରିତ ହୋଇଥାଏ । ଏହିଭଳି ଭାବେ ହଳଦୀ ଆପଣଙ୍କ ଓଜନ ହ୍ରାସ ଇଚ୍ଛା ପୂରଣ କରିପାରେ ।