ପ୍ରମୁଖ ଖବର
  • ଆହୁରି ଭୀଷଣ ହେବ ସୂର୍ଯ୍ୟଙ୍କ ପ୍ରକୋପ: ରାଜ୍ୟରେ ୩୦ ଯାଏ ରେଡ୍‌ ୱାର୍ଣ୍ଣିଂ, ଉପକୂଳ ଓ ପଶ୍ଚିମରେ ଅସମ୍ଭାଳ ତାତି
  • ||

ଆଜି କାଶ୍ମୀର ପାଇଁ ବଡ଼ ଦିନ: ସୁପ୍ରିମକୋର୍ଟରେ ସବୁ ପିଟିସନର ହେବ ଶୁଣାଣି, କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି

ନୂଆଦିଲ୍ଲୀ ୨୮।୮: ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଇବା ବିରୋଧରେ ହୋଇଥିବା ୧୪ଟି ଆବେଦନ ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ । ଅକ୍ଟୋବର ପ୍ରଥମ ସପ୍ତାହରେ ମାମଲାର ଶୁଣାଣି କରାଯିବ ବୋଲି ବୁଧବାର ଦିନ ଭାରତର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି। । ଶୁଣାଣି କରିବେ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ । ଏ ସଂକ୍ରାନ୍ତରେ ଶୀର୍ଷ ଅଦାଲତ କେନ୍ଦ୍ର ସରକାରଙ୍କୁ ମଧ୍ୟ ନୋଟିସ୍‌ ଦେଇଛନ୍ତି।

ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ଦ୍ୱିତୀୟ ଶୀର୍ଷସ୍ତରୀୟ ବରିଷ୍ଠ ଆଇନ ଅଧିକାରୀ ତୁଷାର ମେହେଟା ଅନେକ ମାମଲାରେ ସୁପ୍ରିମ୍‌ କୋର୍ଟଙ୍କୁ ଅନୁରୋଧ କରିଥିଲେ ସରାକରଙ୍କୁ ଆନୁଷ୍ଠାନିକ ନୋଟିସ୍‌ ନ ପଠାଇବାକୁ। ମେହେଟା ଯୁକ୍ତି ବାଢ଼ିଥିଲେ ଯେ ଶୀର୍ଷ ଅଦାଲତଙ୍କ ନୋଟିସ୍‌ର ସୀମାଲଂଘନ ପରିଣାମ ଥାଇପାରେ ଏବଂ ତା’ର ଅପବ୍ୟବହାର ହୋଇପାରେ।

କୋର୍ଟ ନୋଟିସ ବଳରେ ରାଜନେତାମାନେ ସରକାରଙ୍କୁ ଟାର୍ଗେଟ୍‌ କରୁଥିବା କଥା ମଧ୍ୟ ମେହେଟା କହିଥିଲେ। ଏହି ମାମଲାରେ ଯାହାକିଛି ଘଟୁଛି ଅନ୍ୟ ରାଜନୈତିକ ନେତାମାନେ ପ୍ରୋଜେକ୍ଟ୍‌ କରୁଛନ୍ତି ବୋଲି ସେ କହିଥିଲେ। କିନ୍ତୁ ଶୀର୍ଷ ଅଦାଲତ ସେ ଅନୁରୋଧ ରକ୍ଷା କରି ନାହାନ୍ତି। ପ୍ରଧାନ ବିଚାରପତି ଗୋଗୋଇ କହିଲେ ଯେ, ଆମେ ଆଦେଶ ଦେଇଛୁ ତାହା ପରିବର୍ତ୍ତନ କରି ପାରିବୁ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.