ଲଗାତର ୬ଷ୍ଠ ଦିନ ହ୍ରାସ ହେଲା ପେଟ୍ରୋଲ-ଡିଜେଲ୍ ଦାମ୍

ନୁଆଦିଲ୍ଲୀ ୨୮/୧: ଚୀନର କରୋନା ଭାଇରସ ଅନ୍ୟ ଦେଶରେ ବ୍ୟାପିବା ଆଶଙ୍କା ମଧ୍ଯରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦାମ ଲଗାତର ହ୍ରାସ ପାଇବାରେ ଲାଗିଛି । ଦେଶର ୪ ବଡ ମହାନଗରରେ ମଙ୍ଗଳବାର ପେଟ୍ରୋଲ-ଡିଜେଲ୍ ଦାମ୍ ଲଗାତର ୬ଷ୍ଠ ଦିନ ହ୍ରାସ ପାଇଛି । ପେଟ୍ରୋଲ ଓ ଡିଜେଲ୍ ଦାମ୍ କ୍ରମଶଃ ୧୧-୧୨ ଓ ୧୩-୧୪ ପଇସା ହ୍ରାସ ପାଇଛି ।

ଦେଶର ଅଗ୍ରଣୀ ତେଲ ବିପଣନ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଅନୁସାରେ ଦିଲ୍ଲୀରେ ଆଜି ପେଟ୍ରୋଲର ଦାମ୍ ହ୍ରାସ ପାଇ ୭୩.୬୦ ଟଙ୍କା ଓ ଡିଜେଲର ୬୬.୫୮ ଟଙ୍କା ପ୍ରତି ଲିଟର ହୋଇଛି । ଗତ ୬ ଦିନରେ ପେଟ୍ରୋଲ ୧.୨୨ ଟଙ୍କା ଓ ଡିଜେଲ୍ ୧.୪୭ ଟଙ୍କା ପ୍ରତି ଲିଟର ଶସ୍ତା ହୋଇସାରିଛି ।

ବାଣିଜ୍ୟିକ ନଗରୀ ମୁମ୍ବାଇରେ ଉଭୟ ଇନ୍ଧନର ଦାମ୍ କ୍ରମଶଃ ୭୯.୨୧ ଟଙ୍କା ଓ ୬୯.୭୯ ଟଙ୍କା ପ୍ରତି ଲିଟରରେ ପହଞ୍ଚିଛି । ଚେନ୍ନାଇରେ ପେଟ୍ରୋଲର ଦାମ୍ ୭୬.୪୪ ଟଙ୍କା ଓ ଡିଜେଲର ୭୦.୩୩ ଟଙ୍କା ପ୍ରତି ଲିଟରକୁ ଆସିଯାଇଛି । କୋଲକାତାରେ ପେଟ୍ରୋଲ ୭୬.୨୨ ଟଙ୍କା ଓ ଡିଜେଲ୍ ୬୮.୯୪ ଟଙ୍କା ପ୍ରତି ଲିଟର ହୋଇଛି ।

   ସମ୍ବନ୍ଧିତ ଖବର


ମୁଁ ବଞ୍ଚିଛି … : ୨ ବର୍ଷ ହେଲା ନିଜକୁ ଜୀବିତ ପ୍ରମାଣିତ କରିବାକୁ ଅଫିସରୁ ଅଫିସ୍‌ ଘୂରି ବୁଲୁଛନ୍ତି ମହିଳା

ଏଣିକି ଖୋଲାରେ ବିକ୍ରି ହେଉଥିବା ମିଠାର ଏକ୍ସପାୟରୀ ଡେଟ୍ ଲେଖିବାକୁ ପଡିବ

ଆମେରିକା ଫେରି ଟ୍ରମ୍ପ ଲେଖିଲେ ଭାରତ ମହାନ…ସଫଳ ହୋଇଛି ଯାତ୍ରା

ଦିଲ୍ଲୀ ହିଂସା: ପ୍ରତିଦିନ ୧୦୦ କୋଟି ଟଙ୍କାର କ୍ଷତି; ଫ୍ୟାକ୍ଟ୍ରି ବନ୍ଦ, ହୋଲସେଲ୍ ଧନ୍ଦା ମାନ୍ଦା