PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଶୁ ଅପହରଣ ଉଦ୍ୟମ ପଣ୍ଡ, ବାଇକ ରୁ ଲମ୍ଫ ମାରି ଦୁର୍ବୃତ୍ତଙ୍କ କବଳରୁ ମୁକୁଳିଲା ୧୨ ବର୍ଷର ଶିଶୁ ପୁତ୍ର, ଜଗତସିଂହପୁର ଥାନାରେ ମାମଲା।
  • ||
  • ଢେଙ୍କାନାଳ: ସାଇକୃପା ଆବାସିକ ମହାବିଦ୍ୟାଳୟରୁ ୪ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ, ଆରଟିପିସିଆର ଟେଷ୍ଟ ପାଇଁ ୨୬୦ ଜଣଙ୍କର ସାମ୍ପଲ ପାଠାଗଲା
  • ||
  • କମ୍ପିବ ବିଧାନସଭା: ମମିତା ମେହେର ହତ୍ୟା ଘଟଣା, ଧାନମଣ୍ଡି ଅବ୍ୟବସ୍ଥା, ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି
  • ||
  • ନରସିଂହପୁର: ପିଉସୀ ଘରକୁ ବୁଲିବାକୁ ଆସିଥିବା ବେଳେ କୂଅରେ ପଡ଼ି ଚାଲିଗଲା ବାଳକ ଜୀବନ
  • ||
  • ନରସିଂହପୁର: ନରସିଂହପୁରରେ ମାତିଲେ ଦୁର୍ବୁତ୍ତ, ସ୍କାଏ ଲାଇଟ ଭାଙ୍ଗି ଲୁଟିନେଲେ ଟଙ୍କା ଆସବାବପତ୍ର
  • ||
  • ଜଗତସିଂହପୁର : ଆରମ୍ଭ ହେଲା ୨ଦିନିଆ ସାଗର କବଚ ଓଡି -୨୧ ସମରାଭ୍ୟାସ
  • ||
  • ଚନ୍ଦ୍ରଶେଖରପୁର : ଜଣଙ୍କ ପାଇଁ ଦୁଇ ପ୍ରେମିକ ମଧ୍ୟରେ ହଣାମରା, ବିଚ୍ ରାସ୍ତାରେ ଚାଲିଲା ଖଣ୍ଡଯୁଦ୍ଧ
  • ||
  • ସୋନପୁର : ସୋନପୁରରେ ଇଷ୍ଟଦେବୀ ସୁରେଶ୍ଵରୀ ମନ୍ଦିରରୁ ଚୋରି
  • ||
  • ଭୁବନେଶ୍ୱର : ଆଜି ଅଭିନେତ୍ରୀ ଗୁନ୍‌ଗୁନ୍‌ଙ୍କ ବିବାହ, ଅଭିସ୍ମିତଙ୍କ ସହ ପଡିବ ହାତଗଣ୍ଠି
  • ||
  • ଭୁବନେଶ୍ୱର : ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’, ୩ ତାରିଖ ଯାଏଁ ଥରାଇବ ଶୀତ, ୪ରେ ନିର୍ଧୁମ ବର୍ଷା ସମ୍ଭାବନା
  • ||
  • ସୁକିନ୍ଦା : ଶତାୟୁ ପଦ୍ମଶ୍ରୀ ନନ୍ଦ ସାର୍ କରୋନା ସଂକ୍ରମିତ, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||

ବିମାନ ଇନ୍ଧନ ଠାରୁ ୩୩% ମହଙ୍ଗା ହେଲା ପେଟ୍ରୋଲ; ଏନ୍‌ଡିଏ ସରକାର ଲଗାଇଛନ୍ତି ସର୍ବାଧିକ ଟ୍ୟାକ୍ସ

pic-livemint

ନୂଆଦିଲ୍ଲୀ: ମୋଦି ସରକାରଙ୍କର ସମୟରେ ମହଙ୍ଗା ମାଡ଼ରେ ଦରମରା ହେଲେଣି ଲୋକେ। ତେଲ ଦର ବଢ଼ୁଥିବାରୁ ସ୍ୱଂୟଚାଳିତ ଭାବେ ଅନ୍ୟ ସବୁ ସାମଗ୍ରୀର ଦର ବି ବଢ଼ି ଚାଲିଛି। ହେଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ କହୁଛନ୍ତି, ଆମେ ମାତ୍ର ଲିଟର ପ୍ରତି ୩୨ ଟଙ୍କା ନେଉଛୁ। ପଦବୀରେ ବସିଥିବା ମୋଟା ଅଙ୍କର ଦରମା ସହିତ ଅନ୍ୟାନ୍ୟ ସୁବିଧା ପାଉଥିବା ମନ୍ତ୍ରୀଙ୍କ ପାଇଁ ୩୨ ଟଙ୍କା ମାତ୍ର ହୋଇପାରେ, କିନ୍ତୁ ତେଲ ଲୁଣର ସଂସାର ଭିତରେ ଗରିବ ଓ ମଧ୍ୟବିତ୍ତର କିନ୍ତୁ ଅଣ୍ଟା ଭାଙ୍ଗିଦେଲାଣି ଦରଦାମ ବୃଦ୍ଧି।

ମୋଦି ରାଜ୍‌ରେ ପେଟ୍ରୋଲ ଉପରେ ଟ୍ୟାକ୍ସରେ ଅହେତୁକ ବୃଦ୍ଧି ହୋଇଛି। ମାର୍ଚ୍ଚ ୨୦୧୪ରେ ପେଟ୍ରୋଲ ଉପରେ ଲିଟର ପ୍ରତି କେନ୍ଦ୍ର ସରକାରଙ୍କ ଏକ୍ସାଇଜ୍ ଡ୍ୟୁଟି ଥିଲା ୧୦.୩୮ ଟଙ୍କା। ଯାହା ଏନ୍‌ଡିଏ ଶାସନରେ ଅନେକ ଥର ଟ୍ୟାକ୍ସ ବୃଦ୍ଧି ହୋଇ ବର୍ତ୍ତମାନ ୩୨ ଟଙ୍କାରୁ ଅଧିକ ହୋଇଛି। ଅର୍ଥାତ ୨୦୧୪ର ଟ୍ୟାକ୍ସକୁ ଦେଖିଲେ ମୋଦି ସରକାରଙ୍କ ସମୟରେ ପେଟ୍ରୋଲ ଉପରେ ୨୦୦%ରୁ ଅଧିକ ଟ୍ୟାକ୍ସ ଲଗାଇଛି।

ଆଉ ଆଜି(ରବିବାର) ବି ପୁଣି ପେଟ୍ରୋଲ-ଡିଜେଲ୍ ଦର ବଢ଼ିଛି। ଲଗାତର ଚତୁର୍ଥଦିନ ତୈଳ ଦର ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଦର ୩୫-୩୫ ଟଙ୍କା ବୃଦ୍ଧି ହୋଇଛି। ଇଣ୍ଡିଆନ୍‌ ଅୟଲ କର୍ପୋରେସନ୍ ଅନୁସାରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୧୦୫.୮୪ ଟଙ୍କା ରହିଛି। ଶନିବାର ଏହି ଦର ୧୦୫.୪୯ ଥିଲା। ସେହିପରି ଡିଜେଲ୍ ୯୪,୨୨ ଥିବା ବେଳେ ଆଜି ଲିଟରକୁ ୯୪.୫୭ ଟଙ୍କା ବୃଦ୍ଧି ହୋଇଛି। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା ବିମାନ ଇନ୍ଧନ ଠାରୁ ବି ପେଟ୍ରୋଲ ଦର ଅଧିକ ହୋଇଯାଇଛି।  

ଖବର ସରବରାହ ସଂସ୍ଥା ପିଟିଆଇର ହିନ୍ଦି ନ୍ୟୁଜ୍ ‘ଭାଷା’ ଅନୁସାରେ, ପେଟ୍ରୋଲ ଦାମ ଏଟିଏଫ୍‌ (ବିମାନ ଇନ୍ଦନ)ରୁ ୩୩ ପ୍ରତିଶତ ଅଧିକ ହୋଇଯାଇଛି। ଦିଲ୍ଲୀରେ ଏଟିଏଫ୍‌ ଲିଟର ପ୍ରତି ୭୯,୦୨୦.୧୬(୭୯ ଟଙ୍କା) ଟଙ୍କା ଥିବା ବେଳେ ପେଟ୍ରୋଲର ଦାମ ୧୦୫ ଟଙ୍କା ରହିଛି। ସେହିପରି ରାଜସ୍ଥାନରେ ଗଙ୍ଗାନଗରରେ ପେଟ୍ରୋଲ ଦାମ ଲିଟର ପ୍ରତି ୧୧୭.୮୬ ଥିବା ବେଳେ ଡିଜେଲ୍ ୧୦୫.୯୫ ଟଙ୍କା ରହିଛି। ଗତ ତିନି ସପ୍ତାହରେ ୧୬ ଥର ପେଟ୍ରେଲ ଦର ବଢ଼ିଥିବା ବେଳେ ୧୯ ଥର ଡିଜେଲ ଦର ବୃଦ୍ଧି ହୋଇଛି।

ଏମିତି ଜାଣନ୍ତୁ ନିଜ ସହରରେ ପେଟ୍ରୋଲ- ଡିଜେଲର ମୂଲ୍ୟ

ଆପଣଙ୍କ ସହରରେ ତୈଳ ଦର କେତେ ରହିଛି ଏହା ଆପଣ ଗୋଟିଏ ମେସେଜ୍ କରି ଜାଣିପାରିବେ। ଏଥିପାଇଁ ଇଣ୍ଡିଆନ୍ ଅଏଲ୍ ଏସ୍‌ଏମ୍‌ଏସ୍‌ ସେବା ଦ୍ୱାରା ଆପଣଙ୍କୁ ୯୨୨୪୯୯୨୨୪୯ ନମ୍ବରେ ଏସ୍‌ଏମ୍‌ଏସ୍‌ କରିବାକୁ ପଡ଼ିବ। ତେଲ ଦର ଜାଣିବା ପାଇଁ ଆପଣଙ୍କୁ RSP<ସ୍ପେଶ୍> ପେଟ୍ରୋଲ ପମ୍ପ ଡିଲର କୋଡ୍ ଓ ନିଜ ଅଞ୍ଚଳର ଆର୍‌ଏସ୍‌ପି କୋଡ୍(ୱେବ୍‌ସାଇଟ୍‌ରେ ସର୍ଚ୍ଚରେ ମଳିଯିବ) ଦେଇ ୯୨୨୪୯୯୨୨୪୯ ନମ୍ବରେକୁ ଏସ୍‌ଏମ୍‌ଏସ୍‌ କରନ୍ତୁ। ଫୋନ୍‌ରେ ତେଲ ଦରର ସମ୍ପୂର୍ଣ୍ଣ ଅପ୍‌ଡେଟ୍ ଆସିଯିବ।



ସମ୍ବନ୍ଧିତ ଖବର