PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ଦିନକୁ ଦିନ ଉପରମୁହାଁ ହେଉଛି ତୈଳଦର, ଆଗକୁ ଆଉ ୩ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇପାରେ ପେଟ୍ରୋଲ ମୂଲ୍ୟ, କ’ଣ ରହିବ ସରକାରଙ୍କ ଆଭିମୂଖ୍ୟ ?

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ହାର ୧୦୦ ଟଙ୍କା ଅତିକ୍ରମ କରିଛି ।  ବର୍ତ୍ତମାନ ଡିଜେଲ ମଧ୍ୟ କିଛି ଦିନ ମଧ୍ୟରେ ୧୦୦ ଟଙ୍କାକୁ ଛୁଇଁବ । କିନ୍ତୁ ମହଙ୍ଗାର ଏହି ତିବ୍ରତା ଏଠାରେ ବନ୍ଦ ହେବ ନାହିଁ । ଏକ ଜାତୀୟ ଗଣମାଧ୍ୟମର ଖବର ଅନୁଯାୟୀ ଆଗାମୀ ଦିନରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଅସ୍ଥିରତା ରହିବ । ଅର୍ଥାତ୍ ମହଙ୍ଗା ମାଡରେ ସାଧାରଣ ଲୋକର ପିଠି ଆହୁରି ଅଧିକ ଭାଙ୍ଗିଯିବ ।

ଏହି ଜାତୀୟ ଗଣମାଧ୍ୟମର ଖବର ଅନୁଯାୟୀ  ତୈଳ ମୂଲ୍ୟରେ ବୃଦ୍ଧିରେ ସରକାର ହସ୍ତକ୍ଷେପ କରିବାର ଉଦ୍ଦେଶ୍ୟ ନାହିଁ ।  ବରଂ ସରକାରୀ ସୂତ୍ରରୁ ଖବର କରାଯାଇଛି ଯେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ଧୀରେ ଧୀରେ କରାଯିବ, ଅର୍ଥାତ ଏହି ହାର ୧୦-୧୦ ପଇସା ବୃଦ୍ଧି ପାଇବ । ହଠାତ୍ ମୂଲ୍ୟରେ କୌଣସି ବୃଦ୍ଧି ଘଟିବ ନାହିଁ । ଅର୍ଥାତ୍ ସରକାର ମୁଦ୍ରାସ୍ଫୀତିର ଝଟ୍‌କା ଦେବେ, କିନ୍ତୁ ଟିକିଏ ଧୀରେ ଧୀରେ । ଯଦି ଏହି ପରି ମୂଲ୍ୟ ବଢିବାରେ ଲାଗିବ, ପେଟ୍ରୋଲ ୧୫-୨୦ ଦିନ ମଧ୍ୟରେ ଲିଟର ପିଛା ୨-୩ ଟଙ୍କା ଅଧିକ ହେବ ,ସେହିପରି ଡିଜେଲର ମୂଲ୍ୟ ମଧ୍ୟ ୧-୨ ଟଙ୍କା ବୃଦ୍ଧି ପାଇବ ।

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଅନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟ ଦ୍ବାରା ନିର୍ଣ୍ଣୟ କରାଯାଏ, ଅର୍ଥାତ୍ ସରକାର ମୂଲ୍ୟ ନିୟନ୍ତ୍ରଣ କରୁନାହାଁନ୍ତି, ତେଣୁ ମୂଲ୍ୟ ହ୍ରାସ କରିବା ତାଙ୍କ ହାତରେ ନାହିଁ । ଅଧିକାଂଶ ସମୟରେ ସରକାର ଟିକସ ହ୍ରାସ କରି ଆରାମ ଦେଇପାରିବେ । କିନ୍ତୁ ସରକାର ଏଥିରେ ହସ୍ତକ୍ଷେପ କରିବାକୁ ଚାହୁଁନାହାଁନ୍ତି । ବର୍ତ୍ତମାନ ଅଶୋଧିତ ତୈଳ ମଧ୍ୟ ବ୍ୟାରେଲ ପିଛା ୭୦ ଡଲାରରୁ ଅଧିକ ଗତି କରୁଛି, ଯାହାକି ଏକ ବର୍ଷର ରେକର୍ଡ ଅଧିକ । ଏଭଳି ପରିସ୍ଥିତିରେ ଦେଶର ସରକାରୀ ତୈଳ କମ୍ପାନୀଗୁଡ଼ିକ ମଧ୍ୟ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିବେ । ସମ୍ପ୍ରତି, ତୈଳ କମ୍ପାନୀଗୁଡିକ ସାଧାରଣତ ଲିଟର ପିଛା ୨୦ ପଇସା ବୃଦ୍ଧି କରି ୪୦ ପଇସା ବୃଦ୍ଧି କରନ୍ତି, କିନ୍ତୁ ବର୍ତ୍ତମାନ ଏତେ ବଡ ବୃଦ୍ଧି ଗୋଟିଏ ଥର ହେବ ନାହିଁ ।

ସମ୍ବନ୍ଧିତ ଖବର