PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ଏପଟେ କରୋନା ଦାଉ ସେପଟେ ମହଙ୍ଗା ତାଉ; ସେଞ୍ଚୁରି ମାରିଲା ପେଟ୍ରୋଲ ଦର, ଲିଟର ପିଛା ୧୦୫

pic-indiatoday

ନୂଆଦିଲ୍ଲୀ: ଏପଟେ କରୋନା ଦାଉ ସେପଟେ ମହଙ୍ଗା ତାଉ। ହନ୍ତସନ୍ତ ଜନତା। ସରକାର ଅଚିନ୍ତା। ଧୀରେ ଧୀରେ ବଢ଼ୁଥିବା ପେଟ୍ରୋଲ ଦର ସାଧାରଣ ଜନତାଙ୍କର ନିଦ ହଜାଇଲାଣି। କେତେକ ସହରରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ପାର କରିଥିବା ବେଳେ ଆଉ କେତେକ ସହରରେ ୯୫, ୯୭ରେ ରହିଛି। ତେବେ ମୁମ୍ବାଇରେ ଆଜି ସେଞ୍ଚୁରୀ ମାରିଛି ପେଟ୍ରୋଲ। ସେହିପରି ରାଜସ୍ଥାନର ଶ୍ରୀ ଗଙ୍ଗାନଗରରେ ପେଟ୍ରୋଲ ୧୦୦ ପାର୍ କରିଛି।

ତୈଳ କମ୍ପାନୀଗୁଡ଼ିକ ତେଲେ ଦର ବୃଦ୍ଧି କରିବା ପରେ ଶନିବାର ରାଜସ୍ଥାନର ଶ୍ରୀ ଗଙ୍ଗାନଗରରେ ପେଟ୍ରୋଲ ଦର ଲିଟର ୧୦୫.୧୫ ହୋଇଥିବା ବେଳେ ମୁମ୍ବାଇରେ ପେଟ୍ରୋଲ ଲିଟର ପ୍ରତି ୧୦୦.୧୯ ଟଙ୍କା ହୋଇଛି। ସେହିପରି ମାୟାନଗରୀରେ ଡିଜେଲ୍‌ ରେଟ୍‌ ୯୨.୧୭ ରହିଥିବା ବେଳେ ଶ୍ରୀ ଗଙ୍ଗାନଗରରେ ୯୭.୯୯ ହୋଇଛି।

ତେବେ ପୂର୍ବରୁ ରାଜସ୍ଥାନ, ମଧ୍ୟପ୍ରଦେଶ, ଏବଂ ମହାରାଷ୍ଟ୍ରର କେତେକ ସହରରେ ତେଲ ଦର ୧୦୦ ଟଙ୍କା ପାର୍ କରି ସାରିଥିବା ବେଳେ ଆଜି ମୁମ୍ବାଇରେ ୧୦୦ ପାର୍ କରିଛି ମୂଲ୍ୟ ।  

ସେହିପରି ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୯୩.୯୪, ଏବଂ ଡିଜେଲ୍ ୮୪,୮୯ ରହିଥିବା ବଳେ କୋଲ୍‌କାତାରେ ପେଟ୍ରୋଲ ୯୩.୯୭, ଡିଜେଲ ୮୬.୭୪, ଚେନ୍ନାଇ ତାମିଲନାଡୁରେ  ପେଟ୍ରୋଲ ୯୫.୫୧, ଡିଜେଲ ୮୯.୬୫ ଟଙ୍କା ରହିଛି। ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୯୪.୬୬ ଟଙ୍କା ରହିଛି। ସୂଚନା ଥାଉକି ମେ ୪ ତାରିଖ ଠାରୁ ଏପର୍ଯ୍ୟନ୍ତ ୧୫ ଥର ତେଲ ଦର ବଢ଼ିଲାଣି। କରୋନାରେ ସାରା ଦେଶ ଘାଣ୍ଟି ହେଉଥିବା ବେଳେ ତେଲ ଦର ସାଧାରଣ ଜନତା ଉଫରେ ଅଧିକ ଚାପ ପକାଇଛି।।