ପ୍ରମୁଖ ଖବର
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||
  • ଆହୁରି ଜଳିବ ଓଡ଼ିଶା, ମେ’ ୪ ଯାଏଁ ନିସ୍ତାର ଆଶା କମ୍‌': ଆଜିଠାରୁ ଭୀଷଣ ତାତି ମାଡ଼,୧୯ ଜିଲ୍ଲାକୁ ଆଲର୍ଟ ଜାରି
  • ||

ବଢ଼ିବ ତେଲ ଦର

ନୂଆଦିଲ୍ଲୀ,୧୬ା୨(ଏଜେନ୍ସି): ଆଗାମୀ ଦିନରେ ପେଟ୍ରୋଲ ଏବଂ ଡିଜେଲ ଦର ମହଙ୍ଗା ହେବାକୁ ଯାଉଛି । ପେଟ୍ରୋଲିୟମ୍‌ ରପ୍ତାନିକାରୀ ରାଷ୍ଟ୍ରସଂଘ(ଓପେକ୍‌) ଦ୍ୱାରା ଉତ୍ପାଦନ ହ୍ରାସ ପରେ ଅଶୋଧିତ ତୈଳ ଦର ଦ୍ରୁତ ବେଗରେ ବଢ଼ୁଛି । ଶୁକ୍ରବାର ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ୍‌ କ୍ରୁଡ୍‌ ଦର ବ୍ୟାରେଲ୍‌ ପିଛା ୬୫ ଡଲାରରୁ ଉଦ୍ଧ୍ୱର୍ରେ ପହଞ୍ଚିଛି । ଏହା ଗତ ୩ ମାସରେ ସର୍ବୋଚ୍ଚ ସ୍ତର । ଏହା ପୂର୍ବରୁ ୨୦୧୮ ନଭେମ୍ବରରେ ଅଶୋଧିତ ତୈଳ ଦର ୬୫ ଡଲାର ସ୍ତରରେ ରହିଥିଲା । ଜାନୁୟାରୀ ୧ରୁ ବର୍ତ୍ତମାନ ମଧ୍ୟରେ ଏଥିରେ ୨୧% ବୃଦ୍ଧି ଘଟିଛି । ଭାରତୀୟ ବାସ୍କେଟ୍‌ କ୍ରୁଡ୍‌ ଦର ଏହି ସମୟରେ ୧୨% ମହଙ୍ଗା ହୋଇଛି । ଏଞ୍ଜେଲ ବ୍ରୋକିଙ୍ଗ୍‌ ହାଉସ୍‌ର ଉପସଭାପତି(ଏନର୍ଜି ଏବଂ କରେନ୍ସି) ଅନୂଜ ଗୁପ୍ତାଙ୍କ କହିବାନୁଯାୟୀ ଆମେରିକା ଏବଂ ଚୀନ୍‌ ମଧ୍ୟରେ ଚାଲିଥିବା ବିବାଦକୁ ଦୂର କରିବା ପାଇଁ ଆଲୋଚନା ଆଗକୁ ବଢ଼ୁଛି । ଏହା ସହିତ ଓପେକ୍‌ ଦ୍ୱାରା ତୈଳ ଉତ୍ପାଦନ ହ୍ରାସ ଯୋଗୁ ଦର ଊଦ୍ଧ୍ୱର୍ମୁଖୀ ହୋଇଛି । ଭେନେଜୁଏଲା ଏବଂ ଇରାନ୍‌ ଉପରେ ଆମେରିକାର କଟକଣା ଯୋଗୁ ମଧ୍ୟ ଅଶୋଧିତ ତୈଳ ଦର ବଢ଼ୁଛି । ଏହା ସହିତ ଓପେକ୍‌ର ପ୍ରମୁଖ ସଦସ୍ୟ ସାଉଦି ଆରବ କହିଛି ଯେ, ଏହା ଆସନ୍ତା ମାସ ତୈଳ ଉତ୍ପାଦନରେ ଆହୁରି ହ୍ରାସ କରିବ । ନିଶ୍ଚିତ ଭାବେ ଯୋଗାଣ କମିବା ଦ୍ୱାରା ଦର ଉଦ୍ଧ୍ୱର୍ମୁଖୀ ହେବ । ଓପେକ୍‌ର ଅନୁରୋଧ କ୍ରମେ ଋଷ ମଧ୍ୟ ଏହାର ଦୈନିକ ଉତ୍ପାଦନକୁ ୧.୨ ଲକ୍ଷ ବ୍ୟାରେଲ କମାଇବା ପାଇଁ ରାଜି ହୋଇଛି । ସୂଚନାଯୋଗ୍ୟ, ଇରାନ୍‌ ତୈଳ ଉପରେ କଟକଣା ଲଗାଇବା ପରେ ଆମେରିକା ଅନ୍ୟ ତୈଳ ଉତ୍ପାଦନକାରୀ ରାଷ୍ଟ୍ରଗୁଡିକୁ ଯୋଗାଣ ବଢ଼ାଇବା ପାଇଁ ଅନୁରୋଧ କରିଥିଲା । ନିଜେ ଆମେରିକା ମଧ୍ୟ ବୃହତ୍‌ ମାତ୍ରାରେ ତୈଳ ଉତ୍ପାଦନ କରିଥିଲା । ବର୍ଦ୍ଧିତ ଉତ୍ପାଦନ ଦ୍ୱାରା ଯୋଗାଣ ବଢ଼ିବା ଫଳରେ ଦର ଖସି ଆସିଥିଲା, ଯେଉଁଥିପାଇଁ ଓପେକ୍‌କୁ କ୍ଷତି ସହିବାକୁ ପଡିଥିଲା । ତେଣୁ ଯୋଗାଣ କମାଇ ଦରକୁ ନିୟନ୍ତ୍ରଣ କରିବା ନିମନ୍ତେ ଓପେକ୍‌ ଉତ୍ପାଦନ ହ୍ରାସ ନିଷ୍ପତ୍ତି ଗ୍ରହଣ କରିଛି । ଗତ ପକ୍ଷରେ ଭାରତୀୟ ବାସ୍କେଟ୍‌ କ୍ରୁଡ୍‌ ଦର ବ୍ୟାରେଲ ପିଛା ୫୮.୭୧ ଟଙ୍କା ଥିଲା । ଏବେ ଏହା ୬୫ ଡଲାରରୁ ଉଦ୍ଧ୍ୱର୍ରେ ପହଞ୍ଚିଛି । ଏହି ଆଧାରରେ ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ, ଆଗକୁ ପେଟ୍ରୋଲ ଏବଂ ଡିଜେଲ ଦାମ୍‌ ବଢ଼ିପାରେ । ଅଶୋଧିତ ତୈଳ ମହଙ୍ଗା ହେବା ଦ୍ୱାରା ଚଳିତ ଆର୍ଥିକ ବର୍ଷ ତେଲ ଆମଦାନୀ ଖର୍ଚ୍ଚ ୫ ବର୍ଷର ରେକର୍ଡ ସ୍ତରରେ ପହଞ୍ଚିପାରେ । ୨୦୧୮ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ଦେଶକୁ ମୋଟ ୬.୦୭ ଲକ୍ଷ କୋଟି ଟଙ୍କାରୁ ଊଦ୍ଧ୍ୱର୍ ତୈଳ ଆମଦାନୀ ହୋଇଛି । ୩ ମାସରେ ଏହା ୧.୮ ଲକ୍ଷ କୋଟି ଟଙ୍କା ବଢ଼ିପାରେ । ଏଭଳି ଭାବେ ୨୦୧୮-୧୯ ଆର୍ଥିକବର୍ଷରେ ତୈଳ ଆମଦାନୀ ବିଲ୍‌ ୭.୮୭ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ । ସୂଚନାଯୋଗ୍ୟ, ୨୦୧୩-୧୪ରେ ତୈଳ ଆମଦାନୀରେ ରେକର୍ଡ ୫.୬୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.