ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: ୧୦ ଦିନ ବିତିବା ପରେ ବି ସ୍ପଷ୍ଟ ହେଲାନି ପ୍ରକୃତ ରହସ୍ୟ...

ଭୁବନେଶ୍ୱର,୧୮/୧୦: ପେଟ୍ରୋଲ ପମ୍ପରେ ଘଟିଥିବା ସାଂଘାତିକ ବିସ୍ଫୋରଣରେ ଏକାଧିକ ମୃତାହାତ ହେଲେ। ଶହ ଶହ ଲୋକଙ୍କ ଘର, ବାଇକ୍‌, କାର ଭାଙ୍ଗିଲା । କିନ୍ତୁ ଘଟଣାକୁ ୧୦ ଦିନ ବିତିବା ପରେ ବି କାର୍ଯ୍ୟାନୁଷ୍ଠାନ ଜିରୋ । ଏମିତିକି କାହାର ଚରମ ଅବେହଳା ଯୋଗୁଁ ବିସ୍ଫୋରଣ ଘଟିଲା, ତାହା ବି ସ୍ପଷ୍ଟ ହେଲାନି । କି ମୃତକଙ୍କୁ ନେଇ ନିର୍ଦ୍ଧିଷ୍ଟ ତଥ୍ୟ ଦିଆଯାଉନି । ପୁଲିସ ବି ଆଖିଦୃଶିଆ ତଦନ୍ତ କରୁନି । ଏଭଳି ଆଭିଯୋଗ ଆଣିଛନ୍ତି ଏକାଧିକ ସାମାଜିକ ସଂଗଠନ। ତୁରନ୍ତ ଅଘଟଣର ଏକ ବିଚାର ବିଭାଗୀୟ ତଦନ୍ତ କରିବାକୁ ଦାବି କରିଛନ୍ତି ।

ୟୁନିଟ୍‌-୯ସ୍ଥିତ ଲୋହିଆ ଏକାଡେମୀରେ ଅଲ୍‌ ଇଣ୍ଡିଆ ଫରୱାର୍ଡ ବ୍ଲକ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ଅଭିଯୋଗ କରିଥିଲେ, କେନ୍ଦ୍ର ସରକାରଙ୍କ ଡାଇରେକ୍ଟର ଜେନେରାଲ ଅଫ୍‌ ଫେକ୍ଟୋରିଜ୍‌ ସେଫ୍ଟି ସଂସ୍ଥା ପକ୍ଷରୁ ଏଯାଏଁ ପ୍ରାଥମିକ ତଦନ୍ତ ହୋଇନାହିଁ । ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପ୍ରସମନ ବିଭାଗ ମୃତାହତ କି କ୍ଷୟକ୍ଷତିର ଆକଳନ କରିନି ।

ସେ ଦାବି କରିଛନ୍ତି, ବିସ୍ଫୋରଣ ପଛର ପ୍ରକୃତ କାରଣ ଜାଣିବାକୁ ତୁରନ୍ତ ବିଚାର ବିଭାଗୀୟ ତଦନ୍ତ କରାଯାଉ। ଏହାଛଡ଼ା ମୃତକଙ୍କ ପରିବାରକୁ ଅତି କମ୍‌ରେ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ । ସପ୍ତାହେ ମଧ୍ୟରେ ଏହି ଦାବି ସରକାର ନ ମାନିଲେ, ସାମାଜିକ ସଂଗଠନ ପକ୍ଷରୁ ଗଣଆନ୍ଦୋଳନ କରିବାକୁ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.