ଫାର୍ମା କମ୍ପାନୀର ପ୍ଲାଣ୍ଟ ମ୍ୟାନେଜର ମହିଳା କର୍ମଚାରୀଙ୍କ ସହ କଲା ଏପରି କାମ – ମାମଲା ରୁଜୁ

ନୂଆଦିଲ୍ଲୀ – ଫର୍ମା କମ୍ପାନୀର ପ୍ଲାଣ୍ଟ କର୍ମଚାରୀ ମହିଳା କର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଅସଦ୍‌ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଥାନାରେ ମାମଲା ରୁଜୁ ହେବାପରେ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ପୀଡିତାଙ୍କ ଅଭିଯୋଗ ଅନୁସାରେ ଏହି ପ୍ଲାଣ୍ଟ ମ୍ୟାନେଜର ତାଙ୍କୁ ପଛରୁ ଧରି ପକାଉଥିଲା । ତାଙ୍କ କଥା ମାନି ସମ୍ପର୍କ ରଖିଲେ ସୁପରଭାଇଜର୍‌ କରିବା ସହ ଦରମା ବଢାଇ ଦେବ ବୋଲି କହିଥିଲା ।

ମାତ୍ର ସେ ଏହାର ବିରୋଧ କରିଥିଲ । ପ୍ଲାଣ୍ଟ ମ୍ୟାନେଜର ପୀଡିତାଙ୍କ କଥାକୁ ନଜର ଅନ୍ଦାଜ କରିବା ସହ ଆଉଥିରେ ତାଙ୍କୁ ପଛପଟୁ ଜାବୁଡି ଧରିବା ପାଇଁ ଉଦ୍ୟମ କରିଥିଲା । ପୀଡିତା ପାଟି କରିବାରୁ ଅନ୍ୟମାନେ ସେଠାରେ ପହଞ୍ଚିଥିଲେ । ମ୍ୟାନେଜର ଭୟରେ ସେହି ସ୍ଥାନରୁ ପଳାଇଥିଲା । ଏହାପରେ ପୀଡିତା ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହୋଇଥିଲେ । ପୁଲିସ ଏହି ଘଟଣାରେ ମାମଲା ରୁଜୁ କରିବା ସହ ଏହାର ତଦନ୍ତ ଆରମ୍ଭ କରିଛି ।

କମ୍ପାନୀର ମ୍ୟାନେଜରଙ୍କ ନାମ ଦିନେଶ ତ୍ରୀପାଠି । ସେ ଗତ ଦୁଇ ତିନିମାସ ଧରି ପୀଡିତାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି । ସେ ଅତ୍ୟନ୍ତ ଅଭଦ୍ର କଥାବାର୍ତ୍ତା କରିବା ସହ ତାଙ୍କୁ ଖରାପ ଭାବା ସ୍ପର୍ଶ କରିବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି । ମହିଳାଙ୍କ ବୟାନ ଆଧାରରେ ମାମଲା ରୁଜୁ କରିବା ସହ ପୁଲିସ ତଦନ୍ତ ଆରମ୍ଭ କରିଛି ।

   ସମ୍ବନ୍ଧିତ ଖବର


ସାଲେପୁର ବିଧାୟକଙ୍କୁ କରୋନା ସୂଚନା- ଚିକିତ୍ସା ପାଇଁ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି

ସୁନ୍ଦରୀ ମହିଳା ଗଲ୍ଫ ଖେଳାଳୀଙ୍କର ଓଭର ହେଡ୍‌ ସଟ୍‌

କରୋନା ଭାକସିନ୍‌କୁ ନେଇ ସସପେନସ୍‌ ଜାରି- ଆସନ୍ତା ବର୍ଷ ଆସିପାରେ ବୋଲି କହିଲେ ILS ର ନିର୍ଦ୍ଦେଶକ ଅଜୟ ପରିଡା

ସିଲ୍‌ ହେଲା ଭୁବନେଶ୍ୱର ଆର୍‌ଟିଓ ଅଫିସ୍‌- ଆଇସିଆସିଆଇ ବ୍ୟାଙ୍କ ମୁଖ୍ୟ ଶାଖା ସିଲ୍‌

ଔଷଧୀୟ ଗଛ ଲଗାଇବାର ସରଳ ଉପାୟ

ସଚିନ୍‌ଙ୍କ ବିଷୟରେ ଏହି ବଡ ଖୁଲାସା କଲେ ସୌରଭ ଗାଙ୍ଗୁଲି