PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ଫିଲିପ୍ସ ଲଞ୍ଚ କଲା ନୂଆ ୱେୟାରଲେସ୍ ହେଡଫୋନ୍, ଜାଣନ୍ତୁ ଦାମ୍ ଓ ଫିଚର୍ସ

ନୁଆଦିଲ୍ଲୀ ୧୬/୧୨: ଫିଲିପ୍ସ ଭାରତୀୟ ବଜାରରେ ନିଜ ୨ ଲାଟେଷ୍ଟ ୱେୟାରଲେସ୍ ହେଡଫୋନ୍ ‘SHB2515’ ଓ ‘SHB2505’ ଲଞ୍ଚ କରିଛି । ଏହାର ମୂଲ୍ୟ ୮,୯୯୯ ଟଙ୍କା ପର୍ଯ୍ଯନ୍ତ ରହିଛି । କମ୍ପାନୀ କିଛି ଦିନ ପରେ ଏହାର ବିକ୍ରି ଆରମ୍ଭ କରିବ । ନୂଆ ହେଡଫୋନରେ କନେକ୍ଟିଭିଟି ପାଇଁ ବ୍ଲୁଟୁଥ୍ ୫.୦ର ସୁବିଧା ଦିଆଯାଇଛି । ଏହାକୁ ସାରା ଦେଶରେ ଅନଲାଇନ୍ ଓ ଅଫଲାଇନରେ କିଣିପାରିବେ ଗ୍ରାହକ ।

କମ୍ପାନୀ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ SHB2515 ଭର୍ସନର ମୂଲ୍ୟ ୮୯୯୯ ଟଙ୍କା ରହିଛି । ସିଙ୍ଗଲ ଚାର୍ଜିଂରେ ଏହା ୯୫ ଘଣ୍ଟା ପ୍ଲେଟାଇମ୍ ଦେଇଥାଏ । SHB2505 ଭର୍ସନର ମୂଲ୍ୟ ୭୯୯୯ ଟଙ୍କା । ସିଙ୍ଗଲ ଚାର୍ଜିଂରେ ଏହା  ୧୫ ଘଣ୍ଟା ପ୍ଲେଟାଇମ୍ ପ୍ରୋଭାଇଡ୍ କରିଥାଏ ।

ଏହାର SHB2515 ଭର୍ସନରେ ଚାର୍ଜିଂ କେସ୍ ମଧ୍ୟ ମିଳିଥାଏ ଯାହା ସ୍ମାର୍ଟଫୋନ୍ ପାଇଁ ପାୱରବ୍ୟାଙ୍କ ଭଳି କାମ କରିଥାଏ । ଏଥିରେ ୩୩୫୦ ଏମଏଏଚ୍ କ୍ୟାପାସିଟି ମିଳିଥାଏ । ଏଥିରେ ୬ ଏମଏମ ସ୍ପିକର ଡ୍ରାଇଭର ଅଛି ଓ ପେସିଭ୍ ନଏଜ୍ ଆଇସୋଲେସନ୍ ଟେକନିକର ବ୍ୟବହାର କରାଯାଇଛି ଯେଉଁଥିପାଇଁ କମ୍ ସାଉଣ୍ଡରେ ମଧ୍ୟ ଉତ୍ତର ସାଉଣ୍ଡ କ୍ୱାଲିଟି ମିଳିଥାଏ ।

ଉଭୟ ମଡେଲରେ ମଲ୍ଟି-ଫଙ୍କସନାଲ୍ ବଟନ ଦିଆଯାଇଛି । ଏଥିରେ ମ୍ୟୁଜିକ୍ ଓ କଲ୍ସକୁ କଣ୍ଟ୍ରୋଲ କରିହେବ । ଏହାକୁ ଡବଲ୍ ପ୍ରେସ୍ କରିବା ଫଳରେ ଫୋନର ଭଏସ୍ ଆସିଷ୍ଟାଣ୍ଟ ଅନ୍ ହୋଇଥାଏ । ଉଭୟ ମଡେଲରେ ସ୍ମାର୍ଟ ପେୟାରିଂର ସୁବିଧା ମିଳିଥାଏ । ଏହାକୁ ଚାର୍ଜିଂ କେସରୁ ବାହାର କରିବା ମାତ୍ରେ ହିଁ ଏହା ଅନ୍ ହୋଇଯାଏ ଏବଂ ବ୍ଲୁଟୁଥ୍ ଡିଭାଇସ୍ ଖୋଜିଦିଏ ।

ସମ୍ବନ୍ଧିତ ଖବର