ଅନ୍‌ଲାଇନ୍‌ରେ ଆସିଥିବା ମୋବାଇଲ୍‌ ଫୋନ୍‌କୁ ବିକିଦେଲା ଡେଲିଭରୀ ବୟ, ଗ୍ରାହକଙ୍କୁ କହିଲା କ୍ୟାନସଲ୍‌ ହୋଇଛି ଅର୍ଡର

ନୂଆଦିଲ୍ଲୀ – ଜଣେ ବ୍ୟକ୍ତି ଏବେ ବିଭିନ୍ନ ଅନ୍‌ ଲାଇନ୍‌ ଇ କମର୍ସ ପ୍ଲାଟଫର୍ମରେ ଚାଲିଥିବା ବିକ୍ରିର ଯୋଗୁଁ ଏକ ଦାମୀକା ସ୍ମାର୍ଟଫୋନ୍ କଣିଥିଲେ। ଅନ୍‌ଲାଇନ୍‌ ପେମେଣ୍ଟ ବି କରି ସାରିଥିଲେ । ତାଙ୍କୁ ଡେଲିଭରୀ ଦିଆଯିବା ବୋଲି କମ୍ପାନୀ ପକ୍ଷରୁରୁ ମେସେଜ୍‌ ଆସିଥିଲା । ଏହାପରେ ବ୍ୟକ୍ତି ଜଣଙ୍କ ଡେଲିଭରୀ ପାଇବା ପାଇଁ ବ୍ୟାକୁଳ ହୋଇ ଅପେକ୍ଷା କରିଥିଲେ । ମାତ୍ର ଡେଲିଭରୀ ବୟକୁ ଫୋନ୍‌ କରିବାରୁ କୌଣସି କାରଣ ଯୋଗୁଁ ତାଙ୍କ ଡେଲିଭରୀ କ୍ୟାନସଲ୍‌ ହୋଇଯାଇଥିବା କଥା ଗ୍ରାହକଙ୍କୁ କହିଥିଲା । ତାଙ୍କ ଟଙ୍କା ତାଙ୍କୁ ରିଫଣ୍ଡ ହୋଇଯିବ ବୋଲି ବି କହିଥିଲା

ପରେ ଗ୍ରାହକଙ୍କ ନିକଟକୁ ତାଙ୍କ ଫୋନ୍‌ ଡେଲିଭରୀ ହୋଇଥିବା କଥା ମେସେଜ୍‌ ଆସିଥିଲା । ଗ୍ରାହକ ଜଣଙ୍କ ଏନେଇ ଇ କମର୍ସ କମ୍ପୀନୀକୁ ଯୋଗାଯୋଗ କରିଥିଲେ । ସେମାନେ ତାଙ୍କୁ ଫୋନ୍‌ ଡେଲୀଭରୀ ହୋଇଥିବା କଥା ସୂଚନା ଦେଇଥିଲେ ।

ଏହାପରେ ଗ୍ରାହକ ଜଣଙ୍କ ବାଧ୍ୟ ହୋଇ ପୋଲିସର ସହାୟତା ନେଇଥିଲେ । ପୋଲିସ ମାମଲା ରୁଜୁ କରିବା ସହ ଫୋନ୍‌ ଟ୍ରାକ କରିଥିଲା । ଏହାପରେ ଫୋନ୍ କିଣିଥିବା ବ୍ୟକ୍ତିଙ୍କୁ ପୁଲିସ ଉଠାଇ ଆଣିଥିଲା । ସେ ଡେଲିଭରୀ ବୟ ତାଙ୍କୁ ଫୋନ୍ ବିକ୍ରି କରିଥିବା କଥା କହିଥିଲା ।

ପରେ ପୁଲିସ ସମ୍ପୃକ୍ତ ଡେଲିଭରୀ ବୟକୁ ଗିରଫ କରିଥିଲା । ଗିରଫ ହୋଇଥିବା ଡେଲିଭରୀ ବୟ ନାମ ମନୋଜ । ସେ ପଶ୍ଚିମ ଦିଲ୍ଲୀର କୀର୍ତ୍ତି ନଗରର ବାସିନ୍ଦା । ଦକ୍ଷିଣ ଦିଲ୍ଲୀ କେ ଏମ୍‌ ପୁର ଥାନାରେ ଏ ନେଇ ମାମଲା ରୁଜୁ ହୋଇଥିଲା । ପୁଲିସ ସମ୍ପୃକ୍ତ ଡେଲିଭରୀ ବୟକୁ ଗିରଫ କରି କୋର୍ଟ ଚାଲାଣ କରିଛି ।