PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ଆଗାମୀ ୬ ମାସରେ ୩୦ ପ୍ରତିଶତ ବଢିପାରେ ଆପଣଙ୍କ ଫୋନ୍ ବିଲ୍, ଜାଣନ୍ତୁ କାରଣ…

https://news.psu.edu/

ନୂଆଦିଲ୍ଲୀ ୨୯/୭: ଦେଶର କୋଟି କୋଟି ମୋବାଇଲ ଫୋନ୍ ୟୁଜର୍ସଙ୍କ ପାଇଁ ଖରାପ ଖବର । ଆଗାମୀ ୬ ମାସରେ ତାଙ୍କ ଫୋନର ବିଲ୍ ଅତିକମରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ବଢିପାରେ । ଏହାର କାରଣ ଏହା ଯେ ଭାରତୀ ଏୟାରଟେଲ୍ ଓ ଭୋଡାଫୋନ୍ ଇଣ୍ଡିଆ ନିଜ ଟାରିଫ୍ ଅଫରରେ ବୃଦ୍ଧି ଯୋଜନା କରୁଛନ୍ତି । ଏୟାରଟେଲ୍ ନିଜ ପ୍ରିପେଡ୍ ୟୁଜର୍ସଙ୍କ ପାଇଁ ଏଣ୍ଟ୍ରି ପ୍ଲାନ୍ ୬୦ ପ୍ରତିଶତ ମହଙ୍ଗା କରିଦେଇଛି । ପୂର୍ବରୁ ଏହା ୪୯ ଟଙ୍କା ଥିଲା ଯାହାକୁ ଏବେ ୭୯ ଟଙ୍କା କରିଦିଆଯାଇଛି ।

ଇଣ୍ଡଷ୍ଟ୍ରୀର ଅଧିକାରୀଙ୍କ ସୂଚନା ଅନୁସାରେ ଭୋଡାଫୋନ୍ ଆଇଡିଆ ମଧ୍ୟ କିଛି ସର୍କଲ୍ସରେ ଏହିଭଳି ନିଜ ଟାରିଫ୍ ପ୍ଲାନ୍ ମହଙ୍ଗା କରିଛି ଏବଂ ଖୁବ୍ ଶୀଘ୍ର ଏହାକୁ ସାରା ଦେଶରେ ଲାଗୁ କରିବା ଯୋଜନା ରହିଛି । କରଜରେ ବୁଡିଥିବା ଭୋଡାଫୋନ୍ ଇଣ୍ଡିଆ ନିଜ ଅସ୍ଥିତ୍ୱ ବଞ୍ଚାଇବା ପାଇଁ ଏମିତି କରିବା ବହୁତ ଜରୁରି ହୋଇପଡିଛି ବୋଲି କହିଛି । ଟେଲିକମ୍ ଇଣ୍ଡଷ୍ଟ୍ରୀର ସବସ୍କ୍ରାଇବ୍ ବେସରେ ୯୦ ପ୍ରତିଶତରୁ ଅଧିକ ପ୍ରିପେଡ୍ ୟୁଜର୍ସ ଅଛନ୍ତି । ଏହା ପୂର୍ବରୁ ଏୟାରଟେଲ୍ ଗତ ସପ୍ତାହରେ ନିଜ ଏଣ୍ଟରପ୍ରାଇଜ୍ କଷ୍ଟମର୍ସଙ୍କ ପାଇଁ ଏଣ୍ଟ୍ରି ଲେବଲ ପୋଷ୍ଟପେଡ୍ ପ୍ଲାନର ରାଶି ବଢାଇବା ଏବଂ ରିଟେଲ୍ ୟୁଜର୍ସଙ୍କ ପାଇଁ ମଧ୍ୟ ଅଫର୍ସରେ ପରିବର୍ତ୍ତନ କରିବାର ନିଷ୍ପତି ନେଇଥିଲା ।

ଭୋଡାଫୋନ୍ ଆଇଡିଆ ମଧ୍ୟ ନିଜ କର୍ପୋରେଟ୍ କଷ୍ଟମର୍ସଙ୍କ ପାଇଁ ବିଜନସ୍ ପ୍ଲସ୍ ପୋଷ୍ଟପେଡ୍ ପ୍ଲାନ ଅନୁସାରେ ଡାଟା ବେନିଫିଟ୍ସରେ ହ୍ରାସ କରିଥିଲା । ଉଭୟ କମ୍ପାନୀମାନେ ଖାସ କରି ଭୋଡାଫୋନ୍ ଆଇଡିଆ ଟାରିଫ୍ ଆଭରେଜ୍ ରେଭିନ୍ୟୁ ୟୁଜର(ARPU) ବଢାଇବା ଉପରେ ଜୋର୍ ଦେଉଛନ୍ତି । ଆନାଲିଷ୍ଟ୍ସଙ୍କ ଅନୁସାରେ ଭୋଡାଫୋନ୍ ଆଇଡିଆକୁ ଡିସେମ୍ବର ୨୦୨୧ରୁ ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ ୨୨ ହଜାର କୋଟି ଟଙ୍କାରୁ ଅଧିକ ବକେୟା ପୈଠ କରିବାକୁ ଅଛି । ଏଥିପାଇଁ ତାକୁ କ୍ୟାଶର ଆବଶ୍ୟକତା ଏବଂ ତତ୍କାଳ ଟାରିଫ୍ ବଢାଇଲେ ହିଁ ତାକୁ କ୍ୟାଶ୍ ମିଳିପାରିବ । ବୁଧବାର ଏୟାରଟେଲର ସେୟାର ବିଏସଇରେ ୫.୦୮ ପ୍ରତିଶତ ତୀବ୍ରତା ସହିତ ୫୬୭.୯୦ ଟଙ୍କାରେ ବନ୍ଦ ହେଲା ଯଦିଓ ଭୋଡାଫୋନ୍ ଆଇଡିଆର ସେୟାର ୦.୪୮ ପ୍ରତିଶତ ହ୍ରାସ ସହିତ ୮.୩୭ ଟଙ୍କାରେ ବନ୍ଦ ହେଲା ।