ସମସ୍ତଙ୍କ ମନରେ ପ୍ରଶ୍ନ: କେଉଁ ଦଳକୁ ଯିବେ ସପନା, ଏବେ ବିଜେପି ନେତା ମନୋଜ ତିଓ୍ବାରୀଙ୍କ ସହ ଫଟୋ ଭାଇରାଲ

ନୂଆଦିଲ୍ଲୀ, ୨୫।୩:ପ୍ରସିଦ୍ଧ ହରିୟାଣୀ ଡ୍ୟାନ୍ସର ସପନା ଚୌଧରି ପ୍ରକୃତରେ କେଉଁ ଦଳରେ ସାମିଲ ହେବାକୁ ଯାଉଛନ୍ତି ତାକୁ ନେଇ ଖୁବ୍ ପ୍ରଶ୍ନ। ପୂର୍ବରୁ ତାଙ୍କ ଫଟୋ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ସହ ଦେଖିବାକୁ ମିଳିଥିଲା। ଏହାପରେ କୁହାଯାଇଥିଲା ସପନା କଂଗ୍ରେସରେ ସାମିଲ ହେବାକୁ ଯାଉଛନ୍ତି। କିନ୍ତୁ ପରେ ସପନା ଏହାକୁ ଖଣ୍ଡନ କରିଥିଲେ। ଏବେ କିନ୍ତୁ ସପନାଙ୍କ ଆଉ ଏକ ଫଟୋକୁ ନେଇ ଭାରି ଚର୍ଚ୍ଚା। ତାହା ହେଲା ଏଥର ସପନାଙ୍କୁ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ଓ ପ୍ରସିଦ୍ଧ ଭୋଜପୁରୀ ଗାୟକ ମନୋଜ ତିଓ୍ବାରୀଙ୍କ ସହ ଦେଖିବାକୁ ମିଳିଛି ଏହି ଫଟୋରେ। ସୋସିଆଲ ମିଡିଆରେ ଏହି ଫଟୋଟି ଖୁବ୍ ଭାଇରାଲ ହୋଇଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଖୁବ୍ ଚର୍ଚ୍ଚା।

ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିଓ୍ବାରୀ ମଧ୍ୟ ସ୍ବୀକାର କରିଛନ୍ତି ଯେ, ଗତକାଲି ସପନାଙ୍କ ସହ ତାଙ୍କର ସାକ୍ଷାତ ​‌ହୋଇଥିଲା। ଦୁହେଁ ଏକାଠି ମିଶିକି ଖାଇଥିଲେ। ସପନା କହିଛନ୍ତି ସେ ଆଗକୁ ଯାହା କରିବେ ତାକୁ ଗଣମାଧ୍ୟମକୁ କହିବେ। ଏଥିରେ ମୁଁ କ’ଣ ବା କହିପାରିବି? ଯାହା ହେବ ଗଣମାଧ୍ୟମ ଜାଣିପାରିବ। ଏହାପରେ ମନୋଜ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ସପନା ଯେଉଁ ଭଳି ସାମ୍ବାଦିକ ସମ୍ମିଳନୀରେ କହିଲେ ସେ କେବେ କଂଗ୍ରେସରେ ଯୋଗ ଦେଇ ନାହାନ୍ତି ଓ ପୁରୁଣା ଫଟୋକୁ ନେଇ କିଭଳି ପ୍ରଚାର କଲେ? ସପନା ଜଣେ ସୁପରଷ୍ଟାର, ତାଙ୍କର ବିନା ଅନୁମତିରେ କଂଗ୍ରେସ ପ୍ରଚାର କରିଦେଲା ସେ ଦଳରେ ସାମିଲ ହୋଇଛନ୍ତି। ଏଭଳି ଖବର କଂଗ୍ରେସ ଏବଂ ବିଶେଷ କରି ପ୍ରିୟଙ୍କା ଗାନ୍ଧିଙ୍କ ପକ୍ଷରୁ ଆସିବା ଖୁବ୍ ଦୁଃଖଦ ବୋଲି କହିଛନ୍ତି ମନୋଜ।

ଏଠାରେ ଉଲ୍ଲେଖନୀୟ ଯେ ଗତକାଲି ମଧ୍ୟାହ୍ନରେ ଏହି ମାମଲାରେ ସେତେବେଳେ ଟ୍ବିଷ୍ଟ ଆସିଥିଲା। ଯେତେବେଳେ ସପନା ଗଣମାଧ୍ୟମ ଆଗରେ କହିଥିଲେ ପ୍ରିୟଙ୍କାଙ୍କ ସହ ଏହା ହେଉଛି ତାଙ୍କ ପୁରୁଣା ଫଟୋ। ସେ କଂଗ୍ରେସରେ ଯୋଗ ଦେଇନାହାଁନ୍ତି। ଏହାର କିଛି ସମୟ ପରେ କଂଗ୍ରେସ ସପନା ଚୌଧରି ଦଳରେ ଯୋଗଦେଇଥିବା ଏକ ଫର୍ମ ଜାରି କରିଥିଲା। ଏହା ସହ ଦଳ ପକ୍ଷରୁ କୁହାଯାଇଥିଲା କେବଳ ସପନା ନୁହେଁ ତାଙ୍କ ଭଉଣୀ ମଧ୍ୟ ଦଳର ସଦସ୍ୟତା ଗ୍ରହଣ କରି ଫର୍ମ ପୂରଣ କରିଥିଲେ।

   ସମ୍ବନ୍ଧିତ ଖବର


ଡାକ୍ତରଙ୍କ ଘୁଙ୍ଗୁର ଡ୍ୟାନ୍ସ ଭିଡିଓ ଭାଇରାଲ, ହ୍ରିତିକ ରୋଶନ କଲେ ପ୍ରଶଂସା

ଭାରତର ଜନସଂଖ୍ୟାର ଅଧା କରୋନା ସଂକ୍ରମିତ ହୋଇପାରନ୍ତି ! ଜାଣନ୍ତୁ କେବେ ସୁଦ୍ଧା?

୯ ମାସର ଗର୍ଭବତୀ ମହିଳା ୫ମିନିଟ୍‌ରେ ଦୌଡ଼ିଲେ ୧.୬ କି.ମି, ଲୋକେ କହିଲେ…

ରୁଟି ଅମ୍ମାଙ୍କ ଭିଡିଓ ଭାଇରାଲ: ୨୦ ଟଙ୍କାରେ ଲୋକଙ୍କୁ ଖୁଆନ୍ତି, ସରୁନି ଦୁଃଖ…

ବିହାର ନିର୍ବାଚନର ଏକ ରୋଚକ ତଥ୍ୟ, ୪ଟି ମେଣ୍ଟ କିନ୍ତୁ ମୁଖ୍ୟମନ୍ତ୍ରୀ ହେବାକୁ ୬ ଦାବିଦାର

ଚୀନ୍‌ର ଡିଜିଟାଲ୍ ପ୍ଲାନ୍ ! ଚାଇନିଜ୍ ମୋବାଇଲରୁ ଅରୁଣାଚଳ ଗାଏବ୍…