PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ଶ୍ରୀମନ୍ଦିର ଭିତରେ ମୋବାଇଲ୍‌ ଫଟୋ ଭାଇରାଲ ଘଟଣା: ବେଙ୍ଗଲି ପର୍ଯ୍ୟଟକଙ୍କ ଆଇଡିରେ ଗୁଣ୍ଡିଚାମନ୍ଦିର, ଶ୍ରୀମନ୍ଦିର ଫଟୋ ଭାଇରାଲ

ପୁରୀ ୨୨/୧୨: ପୁଣି ଶ୍ରୀମନ୍ଦିର ଭିତରେ ମୋବାଇଲ୍‌ ଫଟୋ ସୋସିଆଲ୍‌ ମେଡ଼ିଆରେ ଭାଇରାଲ୍‌ ହୋଇଛି। ଫଟୋରେ ଦେଖିବାକୁ ମିଳିଛି ଚାହାଣିମଣ୍ଡପରେ ଠିଆ ହୋଇ ଜଣେ ଯୁବକ ବେଧଡ଼କ ମୋବାଇଲ୍‌ରେ କଥା ହେଉଛନ୍ତି। କେହି ଏହି ଫଟୋକୁ ସିଂହଦ୍ୱାର ନିକଟରୁ ଉଠାଇ ଥିବା ମନେ ହେଉଛି। ଏଥିସହିତ ଆଉ ଏକ ୫୦ ସେକେଣ୍ଡର ଭିଡିଓ ମଧ୍ୟ ଭାଇରାଲ୍‌ ହୋଇଛି। ପଶ୍ଚିମବଙ୍ଗ ବର୍ଦ୍ଧମାନର ସୋମ୍‌ ମୋଡ଼ାକଙ୍କ ଫେସ୍‌ବୁକରେ ଶ୍ରୀମନ୍ଦିର ଓ ଗୁଣ୍ଡିଚାମନ୍ଦିର ଭିତର ଫଟୋ। ଶ୍ରୀମନ୍ଦିର ଭିତର ବେଢ଼ା, ଗୁଣ୍ଡିଚାମନ୍ଦିର ଅରୁଣ ସ୍ତମ୍ଭ ସମେତ ଅନେକ ଫଟୋ ଭାଇରାଲ ହୋଇଛି।

ଶ୍ରୀମନ୍ଦିର ଭିତରକୁ ମୋବାଇଲ୍‌ ଫୋନ୍‌ ନିଷେଧ। ଶ୍ରୀମନ୍ଦିର ୪ଦ୍ୱାର ସମ୍ମୁଖରେ ସୂଚନା ଫଳକ ଲାଗିଛି। ପ୍ରବେଶ ପୂର୍ବରୁ ସଶସ୍ତ୍ର ସୁରକ୍ଷା କର୍ମୀ ମଧ୍ୟ ଦର୍ଶନାର୍ଥୀଙ୍କୁ ଯାଞ୍ଚ କରୁଛନ୍ତି। ତଥାପି ମୋବାଇଲ୍‌ ଶ୍ରୀମନ୍ଦିର ଭିତରକୁ ଯିବା ବନ୍ଦ ହେଉ ନାହିଁ। ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଭିତରେ ମୋବାଇଲ୍‌ ବୁଲୁଥିବା ଫଟୋ ବାରବାର ଦେଖାଇବା ଚିନ୍ତା ବଢ଼ାଇଛି। ଶ୍ରୀମନ୍ଦିରରେ ମୋବାଇଲ୍‌ ବ୍ୟବହାର ନେଇ ହୋଇଥିବା କଣକଣା କେବଳ ଲୋକ ଦେଖାଣିଆ। କିଛି ଦିନ ଧରପଗଡ଼ ହେଲା ପରେ ପୁଣି ଶୋଇଯାଉଛି ଶ୍ରୀମନ୍ଦିର ପ୍ରଶାସନ।

ଫଟୋ ଭାଇରାଲ୍‌ ଘଟଣାକୁ ନେଇ ଖୋଳତାଡ଼୍‌ ଆରମ୍ଭ ହୋଇଛି। ଗଣମାଧ୍ୟମରୁ ଖବର ପାଇ ଏହି ଯୁବକଙ୍କ ପରିଚୟ ଖୋଜୁଛି ପୁଲିସ। ଯୁବକ ଜଣକ କେଉଁ ପରିସ୍ଥିତିରେ ମୋବାଇଲ୍‌ ନେଇ ଶ୍ରୀମନ୍ଦିର ଭିତରକୁ ଗଲେ। ପ୍ୟାଣ୍ଟ ପିନ୍ଧା ଯୁବକ ଜଣକ କେଉଁ ସେବାୟତ କିମ୍ବା ଅଧିକାରୀଙ୍କ ସମ୍ପର୍କୀୟ କି? ଏସବୁ ନେଇ ଚାଲିଛି ଛାନ୍‌ଭିନ୍‌। ଏନେଇ କୌଣସି ରିପୋର୍ଟ ହୋଇ ନଥିବା କହିଛନ୍ତି ସିଂହଦ୍ୱାର ଥାନା ଆଇଆଇସି ଗେଲି କୁମାରୀ ସାହୁ। ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଏହାକୁ ଗୁରୁତ୍ୱର ସହ ନେଇଛି। ଆଇଟି ସେକ୍ସନ୍‌ ଛାନ୍‌ ଭିନ୍‌ ଆରମ୍ଭ କରିଛି। ଖୁବ୍‌ଶୀଘ୍ର ଯୁବକଙ୍କ ପରିଚୟ ମିଳିବ। ଚିହ୍ନଟ ହେଲା କ୍ଷଣି କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀମନ୍ଦିରର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର