ଭିନ୍ନ ଅବତାରରେ ନଜର ଆସିଲେ ନୋରା, ଭାଇରାଲ ହେଲା ବାର୍ବି ଲୁକ୍

ମୁମ୍ବାଇ ୬/୯: ନୋରା ଫତେହୀଙ୍କୁ କିଏ ବା ନଚିହ୍ନିଛି ? ଫିଲ୍ମ ‘ବାହୁବଲୀ’ର ଆଇଟମ୍ ସଙ୍ଗରେ ନିଜ ପରିଚୟ ସୃଷ୍ଟି କରିଥିଲେ ନୋରା । ପରେ ଫିଲ୍ମ ‘ସତ୍ୟମେବ ଜୟତେ’ର ଗୀତ ‘ଦିଲବର’ ଓ ‘ବାଟଲା ହାଉସ୍’ର ଗୀତ ‘ସାକି ସାକି’ ରେ ନିଜ ଡ୍ୟନ୍ସ ବଳରେ ସମସ୍ତଙ୍କୁ ଝୁମିବାକୁ ବାଧ୍ଯ କରିଥିଲେ ନୋରା । ସୋସିଆଲ ମିଡିଆରେ ନୋରାଙ୍କ ଫଟୋ ସବୁବେଳେ ଭାଇରାଲ ହୋଇଥାଏ । ଇନଷ୍ଟାଗ୍ରାମରେ ନିଜ ଫ୍ୟାନ୍ସଙ୍କୁ ପାଇଁ ସବୁବେଳେ ନୂଆ ନୂଆ ଫଟୋ ପୋଷ୍ଟ କରିଥାନ୍ତି ନୋରା ଫତେହି । ଏବେ ସେ ଛୁଟି କଟାଇବାକୁ ଯାଇଛନ୍ତି । ତେବେ ସେ ନିଜର କିଛି ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଯାହାକୁ ଦେଖିବା ପରେ ତାଙ୍କ ଫ୍ୟାନ୍ସ ପାଗଳ ହୋଇଯାଇଛନ୍ତି । ଫଟୋରେ ସେ ବାର୍ବି ଲୁକରେ ନଜର ଆସିଛନ୍ତି । ତାଙ୍କର ଏହି ଫଟୋ ଭାଇରାଲ ହେବାରେ ଲାଗିଛି ।

ନୋରା ଇନଷ୍ଟାଗ୍ରାମରେ ନିଜର ବାର୍ବି ଲୁକ୍ ସେୟାର କରିଛନ୍ତି, ଯେଉଁଥିରେ ସେ ରେଡ୍ ଓ ପିଙ୍କ କଲରର ଡ୍ରେସ୍, ହ୍ୟାଟ୍ ଓ କେଶରେ ନଜର ଆସିଛନ୍ତି । ଏଥିରେ ସେ ଏକଦମ୍ ଲାଲପରୀ ଲାଗୁଛନ୍ତି । କହିରଖୁଛୁ ବଲିଉଡର ନୂଆ ଡ୍ୟାନ୍ସ କୁଇନ୍ ଭାବେ ପରିଚିତ ପ୍ରାୟତଃ ସବୁ ଫିଲ୍ମରେ ନଜର ଆସୁଛନ୍ତି ।

ନୋରା ଲଗାତର ସଫଳତାର ପାହାଚ ଚଢିବାରେ ଲାଗିଛନ୍ତି । ଆଇଟମ୍ ନମ୍ବର ଭାବେ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି  । ନିକଟରେ ତାଙ୍କ ଗୀତ ‘ଓ ସାକି ସାକି’ ୟୁଟ୍ୟୁବରେ ଧମାଲ୍ ମଚାଇଥିଲା ।

   ସମ୍ବନ୍ଧିତ ଖବର


ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ସଞ୍ଜୟ ଦତ୍ତଙ୍କ କଣ୍ଠରେ ଆତ୍ମବିଶ୍ୱାସର ସ୍ୱର ଅତି ଗଭୀର

ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହେଉଥିବା ସ୍ୱରାଙ୍କର ରହିଛି ଏହି ଗୁଣ

ଲୁଚାଛପାକୁ ସେ ପସନ୍ଦ କରନ୍ତି ନାହିଁ

ବିବାହ କରିଲେ ନେହା କକ୍କର – ରୋହନପ୍ରୀତଙ୍କ ହାତ ଧରିଲେ

ଦୁର୍ଗା ଅଷ୍ଟମୀ ପାଳିଲେ ଅଭିନେତ୍ରୀ – କନ୍ୟାଙ୍କ ପାଦ ଧୋଇ ଆଳତୀ କଲେ ଶିଳ୍ପା ଶେଟ୍ଟୀ