ସାଲେପୁର: ପିକଅପ ଭ୍ଯାନ୍- ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ

ସାଲେପୁର ୨୧/୪: ପିକ୍ ଅପ ଭ୍ଯାନ୍ ଓ ବାଇକ୍ ମୁହାଁମୁହିଁ ଧକ୍କା ଫଳରେ ୨ ମୃତ । ଖରାଖିଆ ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ପିକଅପ ଭ୍ୟାନ ସହ ବାଇକର ମୁହାଁମୁହିଁ ଧକ୍କା  ଫଳରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ୨ ମୃତକ ହେଲେ ମାହାଙ୍ଗା ପୋଡାମରାଇ ଗାଁ ର ନୃସିଂହ ରାଉତ ଓ  ଅନ୍ୟ ଜଣକ  ମାହାଙ୍ଗା  ବାରହିପୁର ଗାଁର ମହେନ୍ଦ୍ର ରାଉତ ।

ଉଭୟେ ବାଇକ ଯୋଗେ କଟକ ଅଭିମୁଖେ ଯାଉଥିବାବେଳେ ପିକଅପଟି ଧକ୍କା ଦେବାରୁ ଘଟଣାସ୍ଥଳରେ ମହେନ୍ଦ୍ର ରାଉତଙ୍କ ମୃତ୍ୟୁ ହୋଇଥିଲା ବେଳେ  ସାଲେପୁର ମେଡ଼ିକାଲକୁ ଆଣିବାବାଟରେ ନୃସିଂହ ରାଉତଙ୍କ ମୃତ୍ୟୁ  ହୋଇଥିଲା ।   ଘଟଣାସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ ପାଇଁ କଟକ ପଠାଇଛି।

   ସମ୍ବନ୍ଧିତ ଖବର


ନିଶ୍ଚିତକୋଇଲି: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ନାବାଳିକାର ମୃତ୍ୟୁ

କ୍ରାଇମ ବ୍ରାଞ୍ଚ୍‌ର ୨୫ ଜଣ ସଫଳ ତଦନ୍ତକାରୀ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

୧୫ଦିନ ପରେ ବରଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ନାଁ ଆତ୍ମହତ୍ୟା ସନ୍ଦେହ କରୁଛି ପୁଲିସ୍

ବାଙ୍କୀ: ଆଖି ବୁଜିଲା ଅସୁସ୍ଥ ମାଈହାତୀ, ୫ ଦିନ ଧରି ଥିଲା ଅସୁସ୍ଥ