ଘରେ ପାରା ରହୁଛନ୍ତି କି? ହୋଇଯାଆନ୍ତୁ ସାବଧାନ, ହୋଇପାରେ ଏହିଭଳି ଜୀବନଘାତକ ରୋଗ

ନୂଆଦିଲ୍ଲୀ, ୦୫|୧୨:  ଆମ ମଧ୍ୟରୁ ଅନେକ ଘରେ ଓ ଛାତ ଉପରେ ପାରାଙ୍କୁ ଖାଇବାକୁ ଦେଇଥାନ୍ତି।  ଶାନ୍ତିର ପକ୍ଷୀଭାବେ ଗଣାଯାଉଥିବା ପାରା କେବେ କାହାର କ୍ଷତି କରେନାହିଁ। କିନ୍ତୁ ଏହାର ଘର ମଧ୍ୟକୁ ଯିବା ଆସିବା ଆମ ସ୍ୱାସ୍ଥ୍ୟ ପ୍ରତି ହାନିକରାକ ହୋଇପାରେ। ପାରାର ପରରୁ ମାରାତ୍ମକ ରୋଗ ହେବାର ସମ୍ଭାବନା ରହିଛି।

ପାରା ଉପରେ ହୋଇଥିବା ଏକ ରିସର୍ଚ୍ଚରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଏହାର ମଳ ଓ ପର ଦେହ ପ୍ରତି ବହୁତ ହାନିକାରକ ଅଟେ। ଡାକ୍ତରଙ୍କ କହିବାନୁସାରେ, ପାରା ମଳରୁ ହେଉଥିବା ସଂକ୍ରମଣରେ ଫୁସପୁସ ପ୍ରଭାବିତ ହୋଇଥାଏ। ଘରେ ପାରା ରଖିବା ଅର୍ଥ ରୋଗକୁ ନିମନ୍ତ୍ରଣ କରିବା ସଙ୍ଗେ ସମାନ ବୋଲି ଡାକ୍ତର କହିଛନ୍ତି।

ପାରାମାନେ ଯେଉଁଠାରେ ବସନ୍ତି ସେଠାରେ ହିଁ ମଳତ୍ୟାଗ କରିଥାନ୍ତି। ଆଉଥରେ ସେହି ସ୍ଥାନରେ ବସିବାକୁ ପସନ୍ଦ କରିଥାନ୍ତି। ତେଣୁ ପାରାମାନେ ରହୁଥିବା ସ୍ଥାନ ଅପରିଷ୍କାର ହେବା ସହ ସେଠାରେ ଦୁର୍ଗନ୍ଧ ହୋଇଥାଏ। ସେମାନଙ୍କ ମଳ ଶୁଖିବା ପରେ ଏହା ଧୂଳିକଣା ହୋଇ ଏଣେତେଣେ ଉଡିବାକୁ ଲାଗିଥାଏ। ଯାହାକୁ ଶ୍ୱାସକ୍ରିୟାରେ ନେବା ଦ୍ୱାରା ଅନେକ ରୋଗ ହେବାର ସମ୍ଭାବନା ରହିଛି। ଏପରିକି ଫୁସପୁସ ସଂକ୍ରମଣ ମଧ୍ୟ ହୋଇଥାଏ। ବେଳେବେଳେ ଘରେ ଲାଗିଥିବା ଏସି ପାଖରେ ପାରାମାନେ ରହିଥାନ୍ତି। ଏହାଫଳରେ ଅସୁବିଧା ଆହୁରି ବୃଦ୍ଧି ପାଇଥାଏ।

ରିସର୍ଚ୍ଚରେ ଆହୁରି କୁହାଯାଇଛି ଯେ,  ପାରା ଏକ ବର୍ଷ ମଧ୍ୟରେ ୧୧.୫ କେଜିର ମଳତ୍ୟାଗ କରିଥାଏ। ଏଥିରେ ସଂକ୍ରମଣକାରୀ ଭୂତାଣୁ ରହିଥାନ୍ତି। ଯାହା ଆମ ଶରୀରରେ ଆଲର୍ଜି, ଶ୍ୱାସକ୍ରିୟାର କଷ୍ଟ ଅନୁଭବ, ଫୁସଫୁସ ସଂକ୍ରମଣ ଭଳି ରୋଗ ସୃଷ୍ଟି କରିଥାଏ। ପାରାର ଝଡିପଡିଥିବା ପରରୁ ମଧ୍ୟ ଆଲର୍ଜି ହୋଇଥାଏ।

   ସମ୍ବନ୍ଧିତ ଖବର


୩୦ ବିସ୍ଥାପିତ ପାକ୍‌ ନାଗରିକଙ୍କୁ ଅନ୍‌ଲାଇନ୍‌ରେ ଭାରତର ନାଗରିକତା ପ୍ରଦାନ କଲେ ରାଜସ୍ଥାନ ସରକାର

ଅଷ୍ଟ୍ରେଲିଆରେ ଆଦାନୀଙ୍କୁ ବିରୋଧ, ସିଡନୀ ଓ୍ବାନଣ୍ଡେରେ ଧଷେଇ ପଶି ଆସିଲେ ପଡ଼ିଆକୁ ଆନ୍ଦୋଳନକାରୀ , କ୍ୟାମେରାକୁ ଦେଖାଇଲେ ପ୍ଲାକାର୍ଡ

ସୁଶୀଲ ମୋଦୀଙ୍କୁ ରାଜ୍ୟସଭା ଟିକେଟ୍: ପାଶଓ୍ବାନଙ୍କ ସ୍ଥାନରେ ହେଲେ ବିଜେପି ପ୍ରାର୍ଥୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ରରେ ହୋଇ ପାରନ୍ତି ମନ୍ତ୍ରୀ

ସାବରିମାଲାରେ କରୋନା ଆତଙ୍କ – ୨୭ କର୍ମଚାରୀଙ୍କ ସହ ୩୯ଲୋକ ସଂକ୍ରମିତ

କରୋନାରେ ଆର୍ଥିକ ପ୍ରଭାବ ପାଇଁ କିମ୍‌ ଜୋଙ୍ଗ୍‌ଙ୍କ ବଢ଼ିଲା କ୍ରୋଧ – ଲୋକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଲେ, ମାଛ ମାରିବାରେ ଲଗେଇଲେ ରୋକ୍‌

ଅଷ୍ଟ୍ରିଆର ଏକ ଗାଁର ନାଁ ବଦଳାଇବା ପାଇଁ ଭୋଟିଂ, କାରଣ ହେଉଛି…