ଇଞ୍ଜିନ୍ ଫେଲ୍ ହୋଇ ସମୁଦ୍ରରେ ଖସିଲା ବିମାନ, ୱିଙ୍ଗ ଉପରେ ଠିଆ ହୋଇ ଭିଡିଓ ପ୍ରସ୍ତୁତ କଲେ ପାଇଲଟ୍

କାର୍ଲିଫର୍ନିଆ ୨୫/୮: ଆମେରିକାରେ ହୋଇଥିବା ଏକ ବିମାନ ଦୁର୍ଘଟଣାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏକ ବିମାନ ଦୁର୍ଘଟଣା ହୋଇ ସମୁଦ୍ରରେ ଖସି ପଡିଥିଲା । ଏହାପରେ ବିମାନର ପାଇଲଟ୍ ବିମାନର ୱିଙ୍ଗ୍ ଉପରେ ଠିଆ ହୋଇ ଭିଡିଓ ବନାଇ ବନାଇଥିଲେ ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାଟି ଆମେରିକାର ଉତ୍ତର କାର୍ଲିଫର୍ନିଆରେ ଘଟିଛି ।

ଏକ ଛୋଟ ଏୟାରକ୍ରାଫ୍ଟ ବିଇ-୩୬ ଦୁର୍ଘଟଣାଗ୍ରସ୍ଥ ହୋଇ ସୁମଦ୍ର ଭିତରେ ଖସି ପଡିଥିଲା । ବିମାନରେ ପାଇଲଟ୍ ଡେଭିଡ୍ ଲେଶ୍ ଓ ତାଙ୍କର ଜଣେ ବନ୍ଧୁ ସବାର ଥିଲେ । ଅବଶ୍ଯ ଉଭୟ ଏହି ଦୁର୍ଘଟଣାରେ ବଞ୍ଚିଯାଇଥିଲେ । ସୂଚନା ଅନୁସାରେ ବିମାନଟି ପାଣିରେ ଖସିବା ପୂର୍ବରୁ ଉଭୟ ସମୁଦ୍ରକୁ ଡେଇଁ ପଡିଥିଲେ । ପ୍ରାୟ ୩୦ ମିନିଟ୍ ପରେ କୋଷ୍ଟଗାର୍ଡ ଅଧିକାରୀମାନେ ହେଲିକପ୍ଟର ସାହାଯ୍ୟରେ ସେମାନଙ୍କୁ ବାହାର କରିଥିଲେ ।

ପାଇଲଟ୍ ଲେଶ କୁହନ୍ତି ଯେ ସେ ଓ ତାଙ୍କ ବନ୍ଧୁ କାୟଲା ଗୋଲ୍ଡେନ୍ ଗେଟ୍ ବ୍ରିଜ୍‌ ଉପରେ ବିମାନକୁ ଉଡାଇବା ପାଇଁ ଯୋଜନା କରିଥିଲେ । କିନ୍ତୁ ଇଞ୍ଜନ ଫେଲ୍ ହେବା କାରଣରୁ ବିମାନ ସମୁଦ୍ରରେ ଖସି ପଡିଥିଲା ।

   ସମ୍ବନ୍ଧିତ ଖବର


ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କ ବିରୋଧରେ ଏଫ୍‌ଆଇଆର୍‌

ପୁଣିଥରେ ବିବାଦରେ ଜଷ୍ଟିସ୍‌ ମାର୍କଣ୍ଡେୟ କାଟଜୁ – କହିଲେ , ସେକ୍ସ ମଣିଷର ପ୍ରାକୃତିକ ଇଚ୍ଛା , ଦେଶରେ ବେରୋଜଗାରୀ ବଢ଼ୁଥିବାରୁ ଦୁଷ୍କର୍ମ ବଢ଼ୁଛି

ଏହି ସପ୍ତାହରୁ ୟୁରୋପରେ ପ୍ରଥମେ ଅକ୍ସଫୋର୍ଡ କରୋନା ଟିକାର ରୋଲିଂ ରିଭ୍ୟୁ ପାଇଁ ଯୋଜନା ଆରମ୍ଭ

କୋଟିପତି ଏବଂ ବଡ ବଡ ଉଦ୍ୟୋଗପତି ନେଇଛନ୍ତି ରୁଷ୍‌ର କରୋନା ଟିକା !

ସେନାର ଯବାନ ଖାଇବେ ଲ୍ୟାବ୍‌ର ପରିବା – ବଙ୍କରରେ ତିଆରି ହେବ

ବାସି ମିଠାର ଯୁଗ ଶେଷ- ଏବେ ମିଠା ଦୋକାନାରେ ମିଠା ତିଆରି ଏବଂ ଭଲ ରହିବା ତାରିଖ ଲେଖିବାକୁ ନିୟମ କଲେ FSSAI- ମିଠା ଦୋକାନୀଙ୍କ ବିରୋଧ