ଆମେରିକାର ସାଉଥ ଡାକୋଟାରେ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟଙ୍କ ସମେତ ୯ ମୃତ

ଓ୍ବାଶିଂଟନ, ୦୧ |୧୨ :     ଆମେରିକାର ସାଉଥ ଡାକୋଟାରେହୋଇଥିବା ବିମାନ ଦୁର୍ଘଟଣାରେ ୯ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ  ଓ ୨ ଜଣ ପାଇଲଟ୍ ରହିଛନ୍ତି।

ଚାମ୍ବରଲାନରୁ ଆଇଡାହୋ ଅଭିମୁଖେ ଯାଉଥିବା ଏହି ବିମାନରେ ୧୨ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ତେବେ ବ୍ରଲ୍ କାଉଣ୍ଟ୍ ନିକଟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ମେଡିକାଲରେ ଭର୍ତି କରାଯାଇଛି।

ବିମାନ ଉଡାଣ ଭରିବା ପୂର୍ବରୁ ଚାମ୍ବରଲାନ ଓ ସେଣ୍ଟ୍ରାଲ ସାଉଥ ଡାକୋଟାରେ ବରଫ ଝଡ ବାବଦରେ ସକର୍ତ କରାଯାଇଥିଲା। ଏନଟିଏସବି ବିମାନ ଦୁର୍ଘଟଣାର ଯାଂଚ କରିବ ବୋଲି ଜଣାପଡିଛି। କିନ୍ତୁ ପାଗ ଖରାପ ହେତୁ ଟିମ୍ ଦୁର୍ଘଟଣାସ୍ଥଳକୁ ପହଁଚିବାରେ ଅସୁବିଧାର ସମ୍ମୁଖୀନ ହେଉଛି।

   ସମ୍ବନ୍ଧିତ ଖବର


ଜାପାନରେ କରୋନାଠୁ ବି ବଡ ବିପଦ, ଲଗାତର ମରୁଛନ୍ତି ଲୋକ

ବିବାହରେ ଲୋକଙ୍କୁ ଏମିତି କରାଗଲା ସାନିଟାଇଜ୍‌ , ଆଇଏଏସ୍‌ ଅଫିସର କହିଲେ …

ଆଉ ଦୁଇ ଦିନ – ବୁଧବାରଠାରୁ ଏନ୍‌ଏଚ୍‌ଏସ୍‌ ହସ୍ପିଟାଲମାନଙ୍କରେ ଦିଆଯିବ କରୋନା ଟିକା

ଡିସେମ୍ବର ମାସରେ ପ୍ରାୟ ଅଧା ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ତାଲିକା

୧୩ ବର୍ଷିୟା ନାବାଳିକାଙ୍କୁ ନିଶା ଦେଇ ଗଣଦୁଷ୍କର୍ମ – ୨ ଗିରଫ

ଜାଆଁଳା ଶିଶୁଙ୍କ ଛାତି ଓ ପେଟ ଯୋଡି ହୋଇ ରହିଥିଲା,୮ ଘଣ୍ଟାର ଅପରେସନ୍ ପରେ କରାଗଲା ଅଲଗା