ଆରଏସପି ଇଞ୍ଜିନିୟରଙ୍କୁ ଲୁହାରଡରେ ପିଟି ପିଟି ହତ୍ୟା: ଠିକା ଶ୍ରମିକ ଗିରଫ

ରାଉରକେଲା ୧୬|୯: ଇଂଜିନିୟର ଡେ’ରେ ଜଣେ ଇଞ୍ଜିନିୟରଙ୍କୁ ଲୁହାରଡ଼ରେ ପିଟି ପିଟି ହତ୍ୟା କରାଯାଇଛି। ଏଭଳି ଘଟଣା ଘଟିଛି ରାଉରକେଲା ଇସ୍ପାତ କାରଖାନାରେ। ମିଳିଥିବା ସୂଚନାନୁସାରେ, ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ହତ୍ୟାକାରୀ ଠିକା ଶ୍ରମିକକୁ ଟାଙ୍ଗରପାଲି ପୋଲିସ ଗିରଫ କରିଛି । ଅଭିଯୁକ୍ତ ଠିକା ଶ୍ରମିକ ହେଉଛନ୍ତି ଅନୀଲ ଲୋହାର। ଅନିଲଙ୍କ ଘର ଫର୍ଟିଲାଇଜର ବାଲିଜୋରିରେ

ଗତକାଲି ଇଞ୍ଜିନିୟର ଜେ. ଗଣେଶ କୁମାରଙ୍କୁ ଲୁହାରଡରେ ପିଟି ପିଟି ହତ୍ୟା କରାଯାଇଥିଲା ।ମୃତ ଇଞ୍ଜିନିୟର ଜେ. ଗଣେଶ ଫେରୋଷ୍କ୍ରାପ୍ ନିଗମ ଲିମିଟେଡ୍‌ରେ ଇଞ୍ଜିନିୟର ଭାବେ କାମ କରୁଥିଲେ ।

ସୂଚନାଯୋଗ୍ୟ ୟେ, ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଭିତରେ ଥିବା  ଫେରୋସ୍କାରପ ନିଗମ ଲିମିଟେଡ଼ ପରିସରରେ ଲୁହା ରଡ ରେ ପିଟି କରାଯାଇଥିଲା ହତ୍ୟା, ଠିକା ଶ୍ରମିକର ଆକ୍ରମଣରେ ଇଂଜିନିୟର ଜେ ଗଣେଶ କୁମାରଙ୍କ ମୃତ୍ୟୁ ହୋଇଥିଲା । ମୃତ ଇଞ୍ଜିନିୟରଙ୍କ ଘର ଚେନାଇରେ । ଜେ. ଗଣେଶ କୁମାର ଫେରସ୍କାରପ ନିଗମ ଲିମିଟେଡ଼ ର ଇଂଜିନିୟର ଭାବରେ କାମ କରୁଥିଲେ ।

ଅଭିଯୁକ୍ତ ଠିକାଶ୍ରମିକ ବାରମ୍ବାର କାମରେ ଠକୁଥିବାରୁ ତାକୁ ଅନେକ ବାର ଚେତାବନୀ ଦେଇ ଆସୁଥିଲେ ଇଂଜିନିୟର ଜେ.ଗଣେଶ କୁମାର ।ଗତକାଲି ଅପରାହ୍ନ ରେ କାମ ଚାଲୁଥିବା ସମୟରେ ଠିକା ଶ୍ରମିକ ଅନିଲ ଲୋହାର କାମ ନକରି ଠକିବାରୁ ତାକୁ ପାଟି କରିବା ସହ ତାଗିଦ କରିଥିଲେ ଇଂଜିନିୟର ଜେ ଗଣେଶ କୁମାର ।

ଏଥିରେ ଉତକ୍ଷିପ୍ତ ହୋଇ ଏକ ଲୁହା ରଡରେ ମୁଣ୍ଡକୁ ଆକ୍ରମଣ କରିଥିଲା ଠିକା ଶ୍ରମିକ ଅନିଲ ଲୋହାର । ଗୁରୁତର ଅବସ୍ଥାରେ ଇନିଜିନିୟର ଜେ ଗଣେଶ କୁମାରଙ୍କୁ ଆଇଜିଏସର ଆଇସିୟୁ ରେ ଭର୍ତି କରାଯାଇଥିଲା ଚିକିତ୍ସାଧୀନ ଅବସ୍ତାରେ ମୃତ୍ୟୁ  ଘଟିଥିଲା । ମୃତ ଦେହ ଆଇଜିଏଚ ଶବ ଗୃହରେ ରଖାଯାଇଛି । ଚେନାଇରୁ ତାଙ୍କ ପରିବାର ଲୋକେ ଆସିଲେ ହେବ ଵ୍ୟବଛେଦ ।

   ସମ୍ବନ୍ଧିତ ଖବର


ଆତଙ୍କବାଦୀ ଲିଙ୍କ୍ ନୁହେଁ, ବନ୍ଧୁକ ଚାଲାଣ ଲିଙ୍କ୍‌ରେ ଉଠାଇଛି NIA : ପୋଲିସ କମିଶନର

ବିବାହକୁ ଅକ୍ଷୁଣ୍ଣ, ସ୍ଥାୟୀ କରିବାକୁ ବର୍ଷାଙ୍କ ପିଟିସନ୍‌; ଅନୁଭବଙ୍କୁ ପରିବାର ଅଦାଲତରୁ ନୋଟିସ୍‌

ଖଣ୍ଡଗିରିରୁ ଯୁବକଙ୍କୁ ଉଠାଇନେଲା NIA, ଅଜ୍ଞାତ ସ୍ଥାନରେ କରୁଛି ପଚରାଉଚରା

ବାଡିରୁ ଫୁଲ ତୋଳିଦେଲା ବୋଲି, ଦିବ୍ୟାଙ୍ଗ ନାବାଳିକାକୁ ନିସ୍ତୁକ ମାଡ ମାରିଲେ ପଡୋଶୀ…

ସାବଧାନ ! ପାର୍ବଣରେ ମାତିଛନ୍ତି ଲୁଟେରା, ଜୋର୍ ଜବରଦସ୍ତ ମହିଳାଙ୍କ ଠାରୁ ଝାମ୍ପିନେଲେ କାନଫୁଲ…

ରାସ୍ତାରେ ଝାଡୁମାରି ଚର୍ଚ୍ଚାରେ ଥିବା ଟ୍ରାଫିକ୍ କନେଷ୍ଟବଳଙ୍କୁ ସମ୍ବର୍ଦ୍ଦିତ କଲେ କମିଶନର…