PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ବାଲେଶ୍ୱର: ପିନାକ ମଲ୍ଟିବ୍ୟାରେଲ ରକେଟର ସଫଳ ପରୀକ୍ଷଣ

ବାଲେଶ୍ୱର ୧୯/୧୨:  ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ(ଡିଆରଡିଓ) ଦ୍ବାରା  ବିକଶିତ ପିନାକ ମଲ୍ଟିବ୍ୟାରେଲ ରକେଟର ସଫଳ ପରୀକ୍ଷଣ ହୋଇଛି । ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ବିଭାଗ ପୃପ ଏଣ୍ତ ଏକ୍ସପେରିମେଣ୍ଟାଲ ଏଷ୍ଟାବ୍ଲିସମେଣ୍ଟ ଫାୟାରିଂ ଟେଷ୍ଟ ରେଞ୍ଜରୁ ପୂର୍ବାହ୍ନ ୧୧.୫୬ ମିନିଟରେ ପରୀକ୍ଷଣ କରାଯାଇଥିଲା ।

ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରରେ ୧୨ ରୁ ଅଧିକ ରକେଟ ଏକା ସଙ୍ଗରେ ବ୍ୟବହାର କରାଯାଇପାରିବ । ଏଥିରେ ୨୫୦ କିଗ୍ରା ଓଜନର ଯୁଦ୍ଧାସ୍ତ୍ର ବହନ କରାଯାଇପାରିବ । ଏହାର ଲକ୍ଷ୍ଯ ଭେଦ କ୍ଷମତା ରହିଛି ୪୦ ରୁ ୮୦ କି.ମି । ପ୍ରତିରକ୍ଷା ବିଭାଗର ସ୍ଥଳବାହିନୀରେ ଏହାକୁ ବ୍ୟବହାର କରାଯାଇପାରିବ । ବିଶେଷ କରି ପାହାଡିଆ ଅଞ୍ଚଳରେ ଶତୃପକ୍ଷର ଯୁଦ୍ଧାସ୍ତ୍ରକୁ ବିଧ୍ବଂସ କରିପାରିବ । ପୂର୍ବରୁ ଏହାକୁ କାରଗିଲ ଯୁଦ୍ଧରେ ବ୍ୟବହାର କରାଯାଇଥିଲା । ଏହାକୁ ସଫଳତା ମଧ୍ୟ ମିଳିଥିଲା । ଚଳିତ ବର୍ଷ ରାଜସ୍ଥାନର ପୋଖରନରେ କ୍ରମାଗତ ଦୁଇଥର ଏହାର ବ୍ୟବହାରିକ ସଫଳ ପରୀକ୍ଷଣ କରାଯାଇଥିଲା ।